ଯଶୋବନ୍ତପୁର ଓ ହାଓଡ଼ା ଭାୟା ଭୁବନେଶ୍ବର ମଧ୍ୟରେ ଆଉ ଏକ ସ୍ବତନ୍ତ୍ର ଟ୍ରେନ,ଜାଣନ୍ତୁ ସମୟ

Published: Apr 22, 2021, 12:34 pm IST

ଭୁବନେଶ୍ବର, ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି।

୦୬୫୯୭ ଯଶୋବନ୍ତପୁର-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ ୨୪ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୯ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୩୦ମି.ରେ ପହଞ୍ଚିବ।

ଫେରିବା ପଥରେ ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ସ୍ବତନ୍ତ୍ର ଟ୍ରେନ ହାଓଡ଼ା ଠାରୁ ୨୭ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଘ.୪୦ମି.ରେ ପହଞ୍ଚିବ।

ଏହି ଟ୍ରେନରେ ୧୦ ଟି ଏସି -୩ ଟାୟାର, ୦୬ ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ରହଣି କରିବ।

Related posts