Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ସହ ୧୪,୯୯୫ କୋଟି ଟଙ୍କା
ଆଜିର ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ସହ ୧୪,୯୯୫ କୋଟି ଟଙ୍କା

May 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୟମାସରେ ନିଟ୍ ଲାଭ ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪,୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା ଉନ୍ନତି ଆଧାରରେ କଂପାନି ଏହି ବିଶେଷ ସଫଳତା ପାଇଛି। ଗତବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ କଂପାନିର ନିଟ୍ ଲାଭ ୬୩୪୮ କୋଟି ଟଙ୍କା ଥିଲା। ସେହିଭଳି ଏହି ତ୍ରୟମାସରେ କଂପାନିର ମୋଟ ଆୟ ୧,୭୨,୦୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ଅବଧିରେ କମ୍ପାନୀର ଆୟ ୧,୫୧,୪୬୧ କୋଟି ଟଙ୍କା ରହିଥିଲା। କୋଭିଡ୍‌-୧୯ ମହାମାରୀ ସତ୍ୱେ ରିଲାଏନ୍ସ ଇଣ୍ଡ୍‌ଷ୍ଟ୍ରିଜ୍ ଲିମିଟେଡ୍ ବର୍ଷକ ମଧ୍ୟରେ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୁକେଶ ଡି. ଅମ୍ବାନୀ ସୂଚନା ଦେଇଛନ୍ତି।

ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (୨୦୨୧ର ଜାନୁଆରି-ମାର୍ଚ୍ଚ) ରେ ଜିଓ ପ୍ଲାଟଫର୍ମସର୍ ନିଟ୍ ଲାଭ ପୂର୍ବବର୍ଷର ଏହି ତ୍ରୟମାସ ତୁଳନାରେ ୪୭.୫% ବୃଦ୍ଧି ପାଇ ୩୫୦୮ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ କଂପାନିର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୮,୨୭୮ କୋଟି ଟଙ୍କା ହୋଇଛି। କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୪୨.୬୨ କୋଟିରେ ପହଂଚିଛି। କୋଭିଡ୍ ମହାମାରୀର ଆହ୍ୱାନ ସତ୍ୱେ ଜିଓ ପ୍ଲାଟଫର୍ମସ୍‌ର ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ୭୫,୫୦୩ କୋଟି ଟଙ୍କା ଓ ଇବିଆଇଟିଡିଏ ୩୨,୩୫୯ କୋଟି ଟଙ୍କା ହୋଇଛି। ଜିଓ ପ୍ଲାଟ୍‌ଫର୍ମସର ୨୦୨୦-୨୧ ଆର୍ଥିକ ବର୍ଷରେ ନିଟ୍ ଲାଭ ୧୨,୫୩୭ କୋଟି ଟଙ୍କା ରହିଛି।

ଏହି ଅବସରରେ ଶ୍ରୀଯୁକ୍ତ ମୁକେଶ ଡି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ପାଖରେ ବ୍ୟାପକ ଯୋଗଯୋଗରେ ରହୁଥିବା ୪୨୬ ନିୟୁତ ଗ୍ରାହକ ସଂଖ୍ୟା ରହିଛି ଓ ଏହା କେବଳ ନିଜ ପାଖରେ ଥିବା ଗ୍ରାହକ ନୁହନ୍ତି ବରଂ ସାରା ଦେଶରେ ଥିବା ସମସ୍ତ ବ୍ୟକ୍ତି, ଘର ପରିବାର ଓ ସଂସ୍ଥାଗୁଡ଼ିକ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ। ବିଗତ କିଛି ବର୍ଷ ଭିତରେ ଏହି ପଥ ସୃଷ୍ଟିକାରୀ ସହଯୋଗିତା ସହ ଜିଓ ଭାରତକୁ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛି।’’

ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ, “କୋଭିଡ୍ ଦେଶ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ଓ ନିରବଚ୍ଛିନ୍ନ ଗ୍ରାହକ ସେବା ନିଶ୍ଚିତ କରିବା ଲାଗି ସବୁ ପ୍ରକାର ସମସ୍ୟାର ସମାଧାନ କରିବା ଲାଗି ଜିଓର ଟିମ୍ କ୍ଷେତ୍ର ସ୍ଥଳରେ ରହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.