Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି
ଜାତୀୟ ଖବର

ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି

May 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍ଟିର ମୋଟ ପରିମାଣ ୧ ଲକ୍ଷ ୪୧ ହଜାର ୩୮୪କୋଟି ଟଙ୍କା । ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି  ପରିମାଣ ୨୭ ହଜାର ୮୩୭କୋଟି, ରାଜ୍ୟ ଜିଏସଟି ପରିମାଣ ୩୫ ହଜାର ୬୨୧କୋଟି ଟଙ୍କା। ସମନ୍ୱିତ ଜିଏସ୍ଟି (ଆଇଜିଏସ୍ଟି) ପରିମାଣ ୬୮ ହଜାର ୪୮୧ କୋଟି ଟଙ୍କା ।

ସଂଗୃହୀତ ଆଇଜିଏସଟି ମଧ୍ୟରେ ୨୯ ହଜାର ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ ଦ୍ରବ୍ୟକର ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସଂଗୃହୀତ ମୋଟ ଜିଏସଟି ୯ ହଜାର ୪୪୫ କୋଟି ଟଙ୍କାର ସେସ୍ ବା ଉପକର ରହିଛି । ଏହି ଉପକର ମଧ୍ୟରୁ ୯୮୧ କୋଟି ଟଙ୍କା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ସଂଗୃହୀତ ହୋଇଛି ।

କୋଭିଡ ମହାମାରୀ ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଦେଶର ବିଭିନ୍ନ ଭାଗ ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ଭାରତୀୟ ବାଣିଜ୍ୟ ବ୍ୟବସାୟରେ ଉଲ୍ଲେଖନୀୟ ପୁନରୁଥାନ୍ ଘଟିଛି । ସମ୍ପୃକ୍ତ ବ୍ୟବସାୟୀମାନେ ଏପ୍ରିଲ ମାସରେ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବା ସହ ନିୟମିତ ମାସିକ ଜିଏସ୍ଟି ଦେୟ ମଧ୍ୟ ପ୍ରଦାନ କରିଛନ୍ତି ।

ଚଳିତବର୍ଷ ଏପ୍ରିଲ ମାସରେ ଯେଉଁ ଜିଏସ୍ଟି ସଂଗୃହୀତ ହୋଇଛି ତାହା ଏକ ରେକର୍ଡ । ଦେଶରେ ଜିଏସ୍ଟି ପ୍ରବର୍ତ୍ତନ ହେବା ପରଠାରୁ ଏତେ ପରିମାଣର ଜିଏସ୍ଟି ବାବଦ ରାଜସ୍ୱ ଏ ଯାଏଁ ସଂଗୃହୀତ ହୋଇ ନ ଥିଲା । ଚଳିତବର୍ଷ ମାର୍ଚ୍ଚ ମାସଠାରୁ ମଧ୍ୟ ଏପ୍ରିଲରେ ୧୪ଶତାଂଶ ଅଧିକ ଜିଏସ୍ଟି ସଂଗୃହୀତ ହୋଇଛି ।

ଗତ ଛ’ମାସ ଧରି ଜିଏସ୍ଟି ସଂଗ୍ରହରେ ପ୍ରଗତି ପରିଲକ୍ଷିତ ହୋଇଆସୁଛି । ଏପ୍ରିଲରେ ସଂଗୃହୀତ ଜିଏସ୍ଟିର ଆଉ ଏକ ବିଶେଷତ୍ୱ ହେଲା ଏଥିରେ ମାର୍ଚ୍ଚ ଅପେକ୍ଷା ଘରୋଇ କାରବାର କ୍ଷେତ୍ରରେ ଅଧିକ ୨୧ ଶତାଂଶ ରାଜସ୍ୱ ଆଦାୟ ହୋଇଛି । ଗତ ସାତ ମାସ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଜିଏସ୍ଟି ସଂଗ୍ରହ ପରିମାଣ ମାସିକ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଆସୁଛି । ଏ କ୍ଷେତ୍ରରେ ମଧ୍ୟ ନିରନ୍ତର ରାଜସ୍ୱ ବୃଦ୍ଧି ଘଟୁଛି ।

ଏସବୁ ସ୍ପଷ୍ଟଭାବେ ସୂଚାଉଛି ଯେ ଏହି ସମୟରେ ଦେଶରେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ସଫଳ ହୋଇଛି । ଆହୁରି ମଧ୍ୟ ଟିକସ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜିଏସ୍ଟି ଆଦାୟର ନିଷ୍ଠା ଓ ପ୍ର୍ରୟାସ ଜାରି ରଖାଯାଇଛି । ଜାଲ୍ ବିଲ୍ ପୈଠ, ଟିକସ ଏବଂ ଜିଏସଟି ଠକେଇ ଓ ଫାଙ୍କିବା ଆଦି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯିବା ସହିତ ବିଭିନ୍ନ ରାଜସ୍ୱ ଉତ୍ସର ତଥ୍ୟାବଳୀକୁ ଗଭୀରଭାବେ ଅନୁଶୀଳନ କରାଯାଇ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ।

ଜିଏସଟି, ଆୟକର, ସୀମାଶୁଳ୍କ ଆଦି କ୍ଷେତ୍ରରେ ରାଜସ୍ୱ ଆଦାୟ ଭଲ ରହିଛି ।
ସେହିଭଳି ତ୍ରୈମାସିକ ରିଟର୍ଣ୍ଣ ଓ ମାସିକିଆ ଟିକସ ଦାଖଲ ବ୍ୟବସ୍ଥା ସଫଳତାର ସହିତ କାର‌୍ୟ୍ୟ କରୁଛି । ଏହାଦ୍ୱାରା ଛୋଟମୋଟ ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିଛି । ସେମାନେ ପ୍ରତି ତିନିମାସରେ ଗୋଟିଏ ରିଟର୍ଣ୍ଣ ଦାଖଲ କରୁଛନ୍ତି । ଟିକସ ଦାତା ପ୍ରି ଫିଲ୍ଡ ଜିଏସ୍ଟି-ଆର ୨ଇ ଏବଂ ୩ଈ ରିଟର୍ଣ୍ଣ ଫ୍ରର୍ମ ମାଧ୍ୟମରେ ଆଇଟି ସହାୟତା ଯୋଗାଇ ଦିଆଯାଉଛି । ଆଇଟି ସିଷ୍ଟମର ଦକ୍ଷତା ବୃଦ୍ଧି ଓ ପରିସରକୁ ସୁଦୃଢ କରାଯିବା ଫଳରେ ରିଟର୍ଣ୍ଣ ଫାଇଲ ପ୍ରକ୍ରିୟା ସହଜ ହୋଇଛି ।

ଚଳିତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍ଟିରୁ ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟ ବାବଦରେ ୨୯, ୧୮୫କୋଟି ଏବଂ ସମନ୍ୱିତ ଜିଏସଟିରୁ ୨୨ ହଜାର ୭୫୬କୋଟି ଟଙ୍କା ଆଡହକ୍(ଅସ୍ଥାୟୀ) ଭାବେ ଯେଉଁ ରାଜସ୍ୱ ପ୍ରଦାନ କରିଛନ୍ତି ତାହାର ମୋଟ ପରିମାଣ ୫୭, ୦୨୨ କୋଟି । ସେଥିମଧ୍ୟରେ ସିଜିଏସଟି ପରିମାଣ ୫୭,୦୨୨କୋଟି ଏବଂ ଏସଜିଏସଟି ପରିମାଣ ୫୮,୩୭୭ କୋଟି ଟଙ୍କା ।

gst ଅର୍ଥନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026
Latest News

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026

ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨ ଗୁଣ ବୃଦ୍ଧି କଲେ ପୋଷାକ ଭତ୍ତା 

August 20, 2026

ଝାନ୍ସୀସ୍ଥିତ CMLR ୱାର୍କସପ୍‌ ପକ୍ଷରୁ ମଡ୍ୟୁଲାର ବାୟୋ-ଟଏଲେଟ୍

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.