
ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। ବର୍ତ୍ତମାନ କୋଭିଡ ଟିକା ନେଇ ସାରା ଦେଶରେ ବିଭିନ୍ନ ବାଦବିବାଦ ଚାଲିଥିବା ବେଳେ ଓଡିଶା ଆଉ ଏକ ପାଦ ଆଗେଇଛି। ତାହା ହେଲା ଓଡିଶାରେ ଖୁବ ଶିଘ୍ର ପ୍ରସ୍ତୁତ ହେବ କୋଭିଡ ଟିକା। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୁବନେଶ୍ବରର ଅନ୍ଧାରୁଆରେ ଇଡକୋ ତରଫରୁ ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।
ତେବେ ଓଡିଶାରେ କୋଭାକ୍ସିନ ଟିକା ପ୍ରସ୍ତୁତ ହେବ ବୋଲି ନିଷ୍ପତି ହୋଇଛି। ସେ ନେଇ କୋଭାକ୍ସିନ ପ୍ରସ୍ତୁତ କଂପାନୀ ସହିତ ଆଲୋଚନା ସରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 15 କୋଟି ଟଙ୍କା ମଂଜୁର କରାଯାଇଛି। ବର୍ତ୍ତମାନ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ପ୍ରାରମ୍ଭକି କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଟିକା ଆସନ୍ତା 2022 ମସିହା ଜୁନ ମାସରେ ଉତ୍ପାଦନ ହେବ ବୋଲି ଟାର୍ଗେଟ ରଖାଯାଇଛି।
ବର୍ତ୍ତମାନ ମହାମାରି ସମୟରେ ଜମି ଚିହ୍ନଟ କରି କାମ ଆରମ୍ଭ କରାଯାଇଥିବାରୁ ଉତ୍ପାଦକ କଂପାନୀ ତରଫରୁ ଖୁସି ପ୍ରକଟ କରାଯାଇଛି। ଓଡିଶା ସରକାରଙ୍କ ତରଫରୁ ପ୍ରଚଳିତ ଇଜି ଅଫ ଡୁଇିଂ ବିଜିନେସ ଆଧାରରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗର କ୍ଲିୟରାନସ ମଧ୍ୟ ମିଳିସାରିଛି।
ଓଡିଶା ସରକାର ପୂର୍ବରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ସାରା ଭାରତରେ ପ୍ରଶଂସା ସାଉଁଟି ଆଣିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେହିପରି ପ୍ରଥମ ଲହର ବେଳେ ରାଜ୍ୟ ସରକାର ଯେପରି କୋଭିଡ ପରିଚାଳନା କଲେ ତାହା ମଧ୍ୟ ସାରା ବିଶ୍ବରେ ପ୍ରଶଂସା କରାଯାଇଛି। ବର୍ତ୍ତମାନ କୋଭଡି ଟିକା ପ୍ରସ୍ତୁତ ପାଇଁ ପଦକ୍ଷେପ ନେବା ସେହି ପ୍ରଶଂସାରେ ଆଉ ଏକ ଫର୍ଦ ଯୋଡି ହୋଇଛି।