ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ପୁଣି ବାତିଲ ହେଲା ଆଉ ତିନୋଟି ଏକ୍ପପ୍ରେସ ଟ୍ରେନ

Published: May 13, 2021, 5:29 pm IST

ଭୁବନେଶ୍ବର, କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୧ . ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ପୁରୀଠାରୁ ମଇ ମାସ ୧୮ ଏବଂ ୨୫ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୨୦ ଏବଂ ୨୭ ତାରିଖ ଦିନ ବାତିଲ ରହିବ।

୦୨. ୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ବି-ସାପ୍ତାହିକ ସ୍ବତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମଇ ମାସ ୧୭, ୨୦, ୨୪ ଏବଂ ୨୭ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୧୯, ୨୨, ୨୬ ଏବଂ ୨୯ ତାରିଖ ଦିନ ବାତିଲ ରହିବ।

୦୩. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ ବିଶାଖାପାଟନମରୁ ମଇ ମାସ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ କଡ଼ପା ଠାରୁ ମଇ ମାସ ୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ।

୦୪. ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଇ ମାସ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ ଏବଂ ଲିଙ୍ଗମପଲ୍ଲୀ ମଇ ମାସ ୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ।

Related posts