ଅମ୍ଳଜାନ ପଠାଇବାରେ ସବୁଠାରୁ ଆଗରେ ଝାଡଖଣ୍ଡ, ଓଡିଶା  ଏବଂ ଗୁଜରାଟ

Published: Jun 3, 2021, 6:10 am IST

ନୂଆଦିଲ୍ଲୀ, ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, ୧୪୦୫ରୁ ଅଧିକ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଛି । ଏଠାରେ ସୂଚନାଯୋଗ୍ୟ ଯେ ୩୪୪ ଅମ୍ଳଜାନ ଏକ୍ସପ୍ରେସ ଦେଶବ୍ୟାପୀ ଏହି ଏଲଏମଓ ପହଞ୍ଚାଇବାରେ ସହାୟତା କରିଛନ୍ତି ।

ଏପର୍ଯ୍ୟନ୍ତ ଅମ୍ଳଜାନ ଏକ୍ସପ୍ରେସ  ୮୦୨୫ଏମ.ଟି ଝାଡଖଣ୍ଡରୁ, ୭୧୦୨ ଏମ.ଟି. ଓଡିଶାରୁ, ୬୩୮୪ ଏମ.ଟି ଗୁଜରାଟରୁ, ୧୩୬୦ଏମ.ଟି ପଶ୍ଚିମବଙ୍ଗରୁ, ୪୮୮ ଏମ.ଟି ମହାରାଷ୍ଟ୍ରରୁ, ୨୧୮ଏମ.ଟି. ଛତିଶଗଡରୁ ଓ ୧୬୪ ଏମ.ଟି. ଏଲଏମଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଛନ୍ତି ।

ଦେଶର କୋଣ ଅନୁକୋଣରୁ ଭାରତୀୟ ରେଳବାଇ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିଛି । ଯେପରିକି ପଶ୍ଚିମ ଭାରତର ହେପା, ବରୋଦା ଓ ମୁନ୍ଦ୍ରା, ପୂର୍ବାଞ୍ଚଳରୁ ରାଉରକେଲା, ଦୁର୍ଗାପୁର, ଟାଟାନଗର ଓ ଅନୁଗୋଳରୁ ଅମ୍ଳଜାନ ନେଇ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆସାମରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ମଧ୍ୟ ୨୨ଟି ଟ୍ୟାଙ୍କରରେ ୪୨୦ଏମ.ଟି. ଏଲଏମଓ ଧରି ଛଅଟି ଅମ୍ଳଜାନ ଏକ୍ସପ୍ରେସ ତା’ର ଯାତ୍ରାପଥରେ ରହିଛି ।

ଅମ୍ଳଜାନ ଏକ୍ସପ୍ରେସ ଜରିଆରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ତେଲଙ୍ଗାନା ଭଳି ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକ ୨୦୦୦ମେଟ୍ରିକ ଟନ୍‌ରୁ ଅଧିକ ଏଲଏମଓ ପାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜକୁ ୩୯ଦିନ ପୂର୍ବରୁ ଅମ୍ଳଜାନ ଏକ୍ସପ୍ରେସ ୨୪ ଏପ୍ରିଲରେ ପ୍ରଥମେ ୧୨୬ଏମ ଟି ଏଲଏମଓ ମହାରାଷ୍ଟ୍ରରେ ପହଞ୍ଚାଇଥିଲେ ।

ଅନୁରୋଧକାରୀ ରାଜ୍ୟଗୁଡିକୁ ସବୁଠାରୁ କମ୍ ସମୟ ମଧ୍ୟରେ ଅମ୍ଳଜାନ ପହଞ୍ଚାଇବା ଗୁରୁଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ ଥିଲା । ଅମ୍ଳଜାନ ଏକ୍ସପ୍ରେସ ୧୫ଟି ରାଜ୍ୟ ଯଥା ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିୟାଣା, ତେଲେଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ,, ଝାଡଖଣ୍ଡ ଏବଂ ଆସାମ।

ବର୍ତ୍ତମାନ ସୁଦ୍ଧା ୬୧୪ଏମ.ଟି ଅମ୍ଳଜାନ, ମହାରାଷ୍ଟ୍ରରେ ପହଞ୍ଚାଯାଇଥିବାବେଳେ ପାଖାପାଖି ୩୭୯୭ ଏମ.ଟି ଉତ୍ତରପ୍ରଦେଶ, ୫୫୬ ମଧ୍ୟପ୍ରଦେଶ, ୫୬୯୨ ଏମ.ଟି ଦିଲ୍ଳୀ, ୨୧୩୫ ଏମ.ଟି. ହରିୟାଣା, ୯୮ଏମ.ଟି. ରାଜସ୍ଥାନ, ୨୬୭୪ଏମ.ଟି. କର୍ଣ୍ଣାଟକ, ୩୨୦ଏମ.ଟି. ଉତ୍ତରାଖଣ୍ଡ , ୨୩୪୮ ଏମ.ଟି. ତାମିଲନାଡୁ, ୨୨୭୯ ଏମ.ଟି ଆନ୍ଧ୍ରପ୍ରଦେଶ, ୨୨୫ଏମ.ଟି. ପଞ୍ଜାବ, ୫୧୩ଏମ.ଟି. କେରଳ, ୨୦୨୬ଏମ.ଟି ତେଲେଙ୍ଗାନା, ୩୮ଏମ.ଟି. ଝାଡଖଣ୍ଡ ଓ ୩୨୦ ଏମ.ଟି  ଆସାମରେ ପହଞ୍ଚାଯାଇଛି ।

Related posts