Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ବିଭିନ୍ନ ପାଟଶାଢୀ, ହାତବୁଣା ସାର୍ଟ କିଣିବେ କି ? ଜାଣନ୍ତୁ ଉତ୍କଳିକାର ଆରମ୍ଭ ହେଲା ଅନଲାଇନ ବିକ୍ରି
ଜାତୀୟ ଖବର

ଓଡିଶାର ବିଭିନ୍ନ ପାଟଶାଢୀ, ହାତବୁଣା ସାର୍ଟ କିଣିବେ କି ? ଜାଣନ୍ତୁ ଉତ୍କଳିକାର ଆରମ୍ଭ ହେଲା ଅନଲାଇନ ବିକ୍ରି

June 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ବିଭିନ୍ନ ପାଟଶାଢୀ, ହାତବୁଣା ସାର୍ଟ କିଣିବେ କି ? ଆରମ୍ଭ ହେଲା ଉତ୍କଳିକାର ଅନଲାଇନ ବିକ୍ରି

ଭୁବନେଶ୍ୱର, ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବ୍‌ସାଇଟ୍‌ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍‌ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଏଥର ଗ୍ରାହକମାନେ www.utkalikaodisha.com ମାଧ୍ୟମରେ ଲଗ୍‌ଇନ୍‌ କରି ଏବଂ ଗୁଗୁଲ ପ୍ଲେଷ୍ଟୋରରୁ ଉତ୍କଳିକା ଆପ୍ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରି ପାରିବେ । ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର, ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ବିକ୍ରୟ ପାଇଁ ଉପଲବ୍ଧ ଅଛି ।

ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଓଡ଼ିଶା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ଓ୍ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ ଗତ ୧ ବର୍ଷରୁ ଊର୍ଦ୍ଧ କେବଳ ଓଡ଼ିଶା ନୁହେଁ,ସାରା ବିଶ୍ୱ କୋଭିଡ୍‌-୧୯ ଦ୍ୱାରା କବଳିତ ହୋଇ ଜନସମାଜ ଖୁବ୍‌ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଏ ଅବସରରେ ଆମ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟମାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛିା

ଏଣୁ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍‌ ବ୍ୟବସାୟ ମାଧ୍ୟମରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିବାକୁ ମନସ୍ଥ କରି ନିଜସ୍ୱ ୱେବ୍‌ସାଇଟ୍‌ ଆରମ୍ଭ କରିଛି । ଏହା ଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ବହୁଳ ଭାବେ ଉ ପକୃତ ହେବା ସଙ୍ଗେ ସଙ୍ଗେ ଉତ୍କଳିକାର ବ୍ୟବସାୟର ପୁନରୁଦ୍ଧାର ହୋଇ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଆଶା କରାଯାଉଛି ।

ଅନ୍‌ଲାଇନ୍‌ ବ୍ୟବସାୟ ଦ୍ୱାରା ଘରେ ବସି ମଧ୍ୟ ଗ୍ରାହକମାନେ ଉତ୍ତମ ସେବା ପାଇ ପାରିବେ । ଉତ୍କଳିକା ମାଧ୍ୟମରେ ମଧ୍ୟ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ । ଫିଡ୍‌ବ୍ୟାକ୍‌ ମାଧ୍ୟମରେ ମଧ୍ୟ ଉତ୍କଳିକା ଗ୍ରାହକମାନଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋ ପଯୋଗୀ କରି ଆକର୍ଷଣୀୟ କରିବାର ସଂକଳ୍ପ ନେଇଛି ।

ଏହି ଲୋକା ର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ଶ୍ରୀ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସ୍ୱୟଂ ପ୍ରଭା ମୁଦୁଲି ଯୋଗଦେଇଥିଲେ ।

ଉତ୍କଳିକାର ଶିଳ୍ପ ବିକାଶ ଅଧିକାରୀ ରଶ୍ ମିରେଖା,ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର,ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରୀତିଶ୍‌ କୁମାର ବେହେରାଙ୍କ ସମେତ ଉତ୍କଳିକାର କର୍ମଚାରୀମାନେ ମଧ୍ୟ ଏହି ଉତ୍ସବରେ ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଯୋଗ ଦେଇଥିଲେ ।

ଉତ୍କଳିକା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.