Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନ୍‌ସମୂହର ଶୁଭାରମ୍ଭ, ଇଟଂରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟଲେସନ୍ ସୁବିଧା
ଆଜିର ଖବର

ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନ୍‌ସମୂହର ଶୁଭାରମ୍ଭ, ଇଟଂରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟଲେସନ୍ ସୁବିଧା

June 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ। ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ। ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ।

ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ। ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ। ଏହା ବ୍ୟତୀତ ଜିଓଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ପ୍ଲାନ୍ ଉପଲବ୍ଧ ରହିଛି।

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓଫାଇବର୍ ସଂଯୋଗରେ ଗ୍ରାହକମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ। ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ। ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ। ଏହି ଆପ୍‌ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା। ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ଚାଲିପାରିବ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ୧୦୦୦ ଟଙ୍କାର ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯିବ।

ସୁଚନାଯୋଗ୍ୟ ଯେ, ଦେଶର ସର୍ବବୃହତ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀଭାବେ ରିଲାଏନ୍ସ ଜିଓ ଏହାର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦେଶବ୍ୟାପୀ ଦ୍ରୁତ ସଂପ୍ରସାରଣ ଜାରି ରଖିଛି। ଏହି କ୍ରମରେ ଓଡିଶାର ୨୫ ରୁ ଅଧିକ ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଜିଓଫାଇବର ସେବା ଉପଲବ୍ଧ ହୋଇସାରଥିବାବେଳେ ଅନ୍ୟ ସହର ଓ ନଗରଗୁଡିକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଜିଓଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇଦେଇ ସେମାନଙ୍କୁ ସମୃଦ୍ଧ ଅନୁଭୂ୍‌ତି ପ୍ରଦାନ କରୁଛି।

ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେବା ସହିତ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି।

ଜିଓଫାଇବର୍ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.