Categories
ଆଜିର ଖବର ବ୍ୟବସାୟ ମନୋରଂଜନ

ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ ସୁବିଧା ପ୍ରଦାନ କରୁଛି। ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ।

ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଂଜନ ସୁବିଧା ଆରମ୍ଭ କରାଯାଇଛି। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ। ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ।

ଅସୀମିତ ମନୋରଂଜନରେ ସାମିଲ ରହିଛି ୧୪ ପେଡ୍ ମନୋରଂଜନ ଆପ୍ ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ହାସଲ କରିହେବ ଫଳରେ ବ୍ୟବହାରକାରୀମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ଅରିଜିନାଲ୍‌ସ, ଖବର, ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ। ସେହି ୧୪ଟି ଆପ୍ ହେଉଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସେମାରୋମି, ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା।

ଏହି ନୂଆ ପ୍ଲାନ୍ ୨୦୨୨ ଏପ୍ରିଲ୍ ୨୨ରୁ ସମସ୍ତ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ।

ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ଲାଗି ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମାଇଁଜିଓ ଆପ୍‌ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ଅଗ୍ରୀମ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ। ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି ମାଇଁଜିଓ ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ନିଜ ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ। ଏହା ପରେ ମାଇଁଜିଓରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଅଗ୍ରୀମ ଦେୟ ପ୍ରଦାନ କରିବାକୁ ପଡ଼ିବ।

ବିନା ଏସ୍‌ଟିବିର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଟପ୍ ବକ୍ସର ଡେଲିଭରି ପାଇବା ଲାଗି ଆପଏଂଟ୍‌ମେଂଟ୍ ନେଇପାରିବେ।

ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରୁଛି। ଜିଓ ଏସ୍‌ଟିବି ଜରିଆରେ ବ୍ୟବହାରକାରୀମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ। ଜିଓ ଏସ୍‌ଟିବିରେ ବହୁ ଉନ୍ନତ ସୁବିଧା ସୁଯୋଗ ରହିଛି। ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ହାସଲ କରିବା ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ଦେଖିପାରିବା ସୁବିଧା।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନ୍‌ସମୂହର ଶୁଭାରମ୍ଭ, ଇଟଂରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟଲେସନ୍ ସୁବିଧା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ। ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ। ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ।

ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ। ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ। ଏହା ବ୍ୟତୀତ ଜିଓଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ପ୍ଲାନ୍ ଉପଲବ୍ଧ ରହିଛି।

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓଫାଇବର୍ ସଂଯୋଗରେ ଗ୍ରାହକମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ। ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ। ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ। ଏହି ଆପ୍‌ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା। ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ଚାଲିପାରିବ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ୧୦୦୦ ଟଙ୍କାର ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯିବ।

ସୁଚନାଯୋଗ୍ୟ ଯେ, ଦେଶର ସର୍ବବୃହତ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀଭାବେ ରିଲାଏନ୍ସ ଜିଓ ଏହାର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦେଶବ୍ୟାପୀ ଦ୍ରୁତ ସଂପ୍ରସାରଣ ଜାରି ରଖିଛି। ଏହି କ୍ରମରେ ଓଡିଶାର ୨୫ ରୁ ଅଧିକ ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଜିଓଫାଇବର ସେବା ଉପଲବ୍ଧ ହୋଇସାରଥିବାବେଳେ ଅନ୍ୟ ସହର ଓ ନଗରଗୁଡିକୁ ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଜିଓଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇଦେଇ ସେମାନଙ୍କୁ ସମୃଦ୍ଧ ଅନୁଭୂ୍‌ତି ପ୍ରଦାନ କରୁଛି।

ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେବା ସହିତ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି।