Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, ୪,୦୭୭ କୋଟି ଟଙ୍କା ବ୍ୟୟ ଅଟକଳ, ମିଳିଲା କ୍ୟାବିନେଟ ମଞ୍ଜୁରୀ
ଜାତୀୟ ଖବର

ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, ୪,୦୭୭ କୋଟି ଟଙ୍କା ବ୍ୟୟ ଅଟକଳ, ମିଳିଲା କ୍ୟାବିନେଟ ମଞ୍ଜୁରୀ

June 16, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରେ ଆରମ୍ଭ ହେବ ସମୁଦ୍ର ମନ୍ଥନ, ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗଭୀର ସମୁଦ୍ରରେ ରହିଥିବା ସମ୍ପଦଗୁଡ଼ିକର ଅନୁସନ୍ଧାନ କରିବା ଏବଂ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଗଭୀର ସମୁଦ୍ର ପ୍ରଯୁକ୍ତିକୁ ବିକଶିତ କରିବା ।

ଏହି ଅଭିଯାନକୁ ପଯ୍ୟାୟ କ୍ରମେ ଲାଗୁ କରିବା ଦିଗରେ ୫ ବର୍ଷର ଅବଧି ଲାଗି ଆନୁମାନିକ ୪,୦୭୭ କୋଟି ଟଙ୍କା ବ୍ୟୟ କରାଯିବ। ତିନି ବର୍ଷ (୨୦୨୧-୨୦୨୪) ଲାଗି ପ୍ରଥମ ପର‌୍ୟ୍ୟାୟରେ ଆନୁମାନିକ ୨୮୨୩.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଭୀର ମହାସାଗର ପ୍ରକଳ୍ପ ଭାରତ ସରକାରଙ୍କ ନୀଳ ଅର୍ଥବ୍ୟବସ୍ଥା ଯୋଜନାକୁ ସମର୍ଥନ କରିବା ଲାଗି ଏକ ମିଶନ ଆଧାରିତ ପ୍ରକଳ୍ପ ହେବ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ନୋଡାଲ ମନ୍ତ୍ରଣାଳୟ ଭାବେ ଏହି ବହୁସଂସ୍ଥାଗତ ମହତ୍ୱାକାଂକ୍ଷୀ ଅଭିଯାନକୁ ଲାଗୁ କରିବ।

ଏହି ଗଭୀର ମହାସାଗର ଅଭିଯାନରେ ଛଅଟି ପ୍ରମୁଖ ଉପାଦାନ ସାମିଲ ରହିଛି:

ଗଭୀର ସମୁଦ୍ରରେ ଖନନ ଓ ମାନବଯୁକ୍ତ ବୁଡ଼ା ଜଳଯାନ(ସବମର୍ସିବଲ) ନିର୍ମାଣ ନିମନ୍ତେ ପ୍ରଯୁକ୍ତିର ବିକାଶ: ତିନି ଜଣ ଲୋକଙ୍କୁ ସମୁଦ୍ର ମଧ୍ୟରେ ୬,୦୦୦ ମିଟର ଗଭୀରତା ପର‌୍ୟ୍ୟନ୍ତ ନେଇଯିବା ଲାଗି ବୈଜ୍ଞାନିକ ସେନ୍ସର ଓ ଉପକରଣ ସହିତ ଏକ ମାନବଯୁକ୍ତ ବୁଡ଼ା ଜଳଯାନ ବିକଶିତ କରାଯିବ। ଅଳ୍ପ କେତୋଟି ଦେଶ ଏହି କ୍ଷମତା ହାସଲ କରିପାରିଛନ୍ତି। ମଧ୍ୟ ଭାରତ ମହାସାଗରରେ ୬,୦୦୦ ମିଟର ଗଭୀରତାରୁ ପଲିମେଟାଲିକ ନୋଡ୍ୟୁଲ୍ସ ଖନନ ନିମନ୍ତେ ଏକ ସମନ୍ବିତ ଖନନ ପ୍ରଣାଳୀ ମଧ୍ୟ ବିକଶିତ କରାଯିବ।

ଭବିଷ୍ୟତରେ ମିଳିତ ଜାତିସଂଘ ସଂଗଠନ ଇଣ୍ଟରନ୍ୟାସନାଲ ସିବେଡ୍ ଅଥରିଟି ଦ୍ବାରା ବାଣିଜ୍ୟିକ ଖନନ କୋଡ ପ୍ରସ୍ତୁତ କରାଯିବା ସ୍ଥିତିରେ, ଖଣିଜ ପଦାର୍ଥଗୁଡ଼ିକର ଅନ୍ବେଷଣ ଫଳରେ ନିକଟ ଭବିଷ୍ୟତରେ ବାଣିଜ୍ୟିକ ଉତ୍ତୋଳନର ମାର୍ଗ ପ୍ରଶସ୍ତ ହେବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ଖଣିଜ ଓ ଇନ୍ଧନର ଅନୁସନ୍ଧାନ ଓ ଉତ୍ତୋଳନ ଦିଗରେ ସହାୟକ ହେବ।

ମହାସାଗର ଜଳବାୟୁ ପରିବର୍ତ୍ତନ ପରାମର୍ଶ ସେବାର ବିକାଶ : ଅବଧାରଣା ଉପାଦାନର ଏହି ତଥ୍ୟ ଅନ୍ତର୍ଗତ ପାଣିପାଗ ଠାରୁ ଆରମ୍ଭ କରି ଦଶକୀୟ ସମୟ (ଡେସିମାଲ୍ ଟାଇମ୍) ଆଧାରରେ ଗୁରୁତ୍ବପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନର ଭବିଷ୍ୟଜନିତ ପୂର୍ବାନୁମାନକୁ ବୁଝିବା ଏବଂ ତଦନୁଯାୟୀ ସହାୟତା ପ୍ରଦାନ କରିବା ଲାଗି ଏକ ପର‌୍ୟ୍ୟବେକ୍ଷଣ ଓ ମଡେଲ ସମୂହ ବିକଶିତ କରାଯିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଉପକୂଳ ପର‌୍ୟ୍ୟଟନରେ ସହାୟକ ହେବ।

ଗଭୀର ସମୁଦ୍ରରେ ଜୈବ ବିବିଧତାର ଅନୁସନ୍ଧାନ ଏବଂ ସଂରକ୍ଷଣ ଲାଗି ବୈଷୟିକ ନବୋନ୍ମେଷ : ସୂକ୍ଷ୍ମ ଜୀବ ସମେତ ଗଭୀର ସମୁଦ୍ରର ବନସ୍ପତି ଓ ଜୀବଗୁଡ଼ିକର ଜୈବ-ଅନୁସନ୍ଧାନ ଏବଂ ଗଭୀର ସମୁଦ୍ରରେ ଜୈବ ସମ୍ପଦର ସ୍ଥାୟୀ ଉପଯୋଗ ଉପରେ ଅଧ୍ୟୟନ ଏହାର ମୁଖ୍ୟ କେନ୍ଦ୍ରରେ ରହିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ସାମୁଦ୍ରିକ ମତ୍ସ୍ୟଚାଷ ଓ ଆନୁସଙ୍ଗିକ ସେବାକୁ ସହାୟତା ପ୍ରଦାନ କରିବ।

ଗଭୀର ସମୁଦ୍ରରେ ସର୍ବେକ୍ଷଣ ଓ ଅନ୍ବେଷଣ : ଏହି ଉପାଦାନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତ ମହାସାଗରର ମଧ୍ୟ ମହାସାଗରୀୟ ଭାଗ ସହିତ ବହୁ-ଧାତୁ ହାଇଡ୍ରୋଜେନ ସଲ୍ଫାଇଡ ଖଣିଜର ସମ୍ଭାବ୍ୟ ସ୍ଥଳୀକୁ ଖୋଜିବା ଏବଂ ସେଗୁଡ଼ିକୁ ଚିହ୍ନଟ କରିବା। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ମହାସାଗରୀୟ ସମ୍ପଦର ଅନ୍ବେଷଣରେ ସହାୟକ ହେବ।

ମହାସାଗରରୁ ଇନ୍ଧନ ଓ ମଧୁର ଜଳ : ଉପକୂଳ ଠାରୁ ଦୂର ମହାସାଗରରେ ତାପଜ ଇନ୍ଧନ ରୂପାନ୍ତରଣ (ଓଟିଇସି) କ୍ଷମତାସମ୍ପନ୍ନ ସମୁଦ୍ର ଜଳରୁ ଲବଣ ପୃଥକୀକରଣ (ଡିସାଲିସେନସନ) ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଏହି ପ୍ରସ୍ତାବ ଅବଧାରଣାରେ ପରିକଳ୍ପନା କରାଯାଇଛି। ଏହି ଉପାଦାନ ନୀଳଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଅଫଶୋର (ଉପକୂଳ ଦୂରବର୍ତ୍ତୀ) ଇନ୍ଧନ ବିକାଶରେ ସହାୟକ ହେବ।

ମହାସାଗର ଜୀବବିଜ୍ଞାନ ଲାଗି ଉନ୍ନତ ସାମୁଦ୍ରିକ ଷ୍ଟେସନ : ଏହି ଉପାଦାନର ଉଦ୍ଦେଶ୍ୟ ହେଉଛି ମହାସାଗରୀୟ ଜୀବ ବିଜ୍ଞାନ ଓ ଇଞ୍ଜିନିୟରିଂ ମାନବ କ୍ଷମତା ଓ ଉଦ୍ୟୋଗର ବିକାଶ କରିବା। ଏହି ଉପାଦାନ ଅନ-ସାଇଟ ବିଜନେସ ଇନକ୍ୟୁବେଟର ସୁବିଧା ମାଧ୍ୟମରେ ଗବେଷଣାର ଔଦ୍ୟୋଗିକ ପ୍ରୟୋଗ ଓ ଉତ୍ପାଦ ବିକାଶରେ ପରିବର୍ତ୍ତିତ କରିବ। ଏହି ଉପାଦାନ ମହାସାଗର ଜୀବ ବିଜ୍ଞାନ, ନୀଳ ବାଣିଜ୍ୟ ଓ ନୀଳ ଉତ୍ପାଦନ ଭଳି ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ରରେ ସହାୟକ ହେବ।

ଗଭୀର ସମୁଦ୍ରରେ ଖନନ ଲାଗି ଆବଶ୍ୟକ ପ୍ରଯୁକ୍ତିର ରଣନୈତିକ ମହତ୍ବ ରହିଛି କିନ୍ତୁ ଏହା ବାଣିଜ୍ୟିକ ରୂପରେ ଉପଲବ୍ଧ ନାହିଁ। ସେଥିପାଇଁ ଅଗ୍ରଣୀ ସଂସ୍ଥା ଓ ଘରୋଇ ଉଦ୍ୟୋଗଗୁଡ଼ିକର ସହଯୋଗରେ ପ୍ରଯୁକ୍ତିକୁ ସ୍ବଦେଶରେ ନିର୍ମାଣ କରିବା ଲାଗି ପ୍ରୟାସ କରାଯିବ। ଗୋଟିଏ ଭାରତୀୟ ଶିପୟାର୍ଡରେ ଗଭୀର ସମୁଦ୍ରରେ ଅନୁସନ୍ଧାନ ଲାଗି ଏକ ଗବେଷଣା ପୋତ ନିର୍ମାଣ କରାଯିବ ଯାହା ରୋଜଗାର ସୁଯୋଗ ସୃଷ୍ଟି କରିବ।

ଏହି ମିଶନ ସାମୁଦ୍ରିକ ଜୀବ ବିଜ୍ଞାନ କ୍ଷେତ୍ରରେ କ୍ଷମତା ବିକାଶ ଦିଗରେ ମଧ୍ୟ ନିର୍ଦ୍ଦେଶିତ, ଏହା ଭାରତୀୟ ଉଦ୍ୟୋଗରେ ରୋଜଗାର ଲାଗି ନୂତନ ଅବସର ସୃଷ୍ଟି କରିବ। ଏହାବ୍ୟତୀତ, ସ୍ବତନ୍ତ୍ର ଉପକରଣ, ଜାହାଜଗୁଡ଼ିକର ଡିଜାଇନ, ବିକାଶ ଓ ନିର୍ମାଣ, ଏବଂ ଆବଶ୍ୟକ ମୌଳିକ ଢାଞ୍ଚା ପ୍ରତିଷ୍ଠା କରିବା ଫଳରେ ଭାରତୀୟ ଉଦ୍ୟୋଗ, ବିଶେଷ କରି ଏମଏସଏମଇ ଓ ଷ୍ଟାର୍ଟଅପ୍ ବିକାଶ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ବିଶ୍ବର ପାଖାପାଖି ୭୦ ପ୍ରତିଶତ ଭାଗରେ ଥିବା ମହାସାଗର, ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି। ଗଭୀର ସମୁଦ୍ରର ପାଖାପାଖି ୯୫ ପ୍ରତିଶତ ଅଂଶ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନ କରାଯାଇପାରିନାହିଁ। ଭାରତର ତିନି ଦିଗରେ ମହାସାଗର ଘେରି ରହିଛି ଏବଂ ଦେଶର ପାଖାପାଖି ୩୦ ପ୍ରତିଶତ ଜନସଂଖ୍ୟା ଉପକୂଳ କ୍ଷେତ୍ରରେ ରହିଥାନ୍ତି। ମହାସାଗର ହେଉଛି ମତ୍ସ୍ୟଚାଷ ଏବଂ ଜଳଜକୃଷି, ପର‌୍ୟ୍ୟଟନ, ଜୀବିକା ଓ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିବା ଏକ ପ୍ରମୁଖ ଆର୍ଥିକ କାରକ ।

ମହାସାଗର କେବଳ ଖାଦ୍ୟ, ଇନ୍ଧନ, ଖଣିଷ, ଔଷଧ, ଜଳବାୟୁ ଓ ପାଣିପାଗର ଭଣ୍ଡାର ନୁହେଁ ବରଂ ପୃଥିବୀରେ ଜୀବନର ଆଧାର ମଧ୍ୟ। ଦୀର୍ଘକାଳିନ ରୂପରେ ମହାସାଗରର ମହତ୍ବକୁ ଧ୍ୟାନରେ ରଖି ମିଳିତ ଜାତିସଂଘ ୨୦୨୧-୨୦୩୦ ଦଶନ୍ଧିକୁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ମହାସାଗର ବିଜ୍ଞାନର ଦଶନ୍ଧି ଭାବେ ଘୋଷଣା କରିଛି। ଭାରତର ସାମୁଦ୍ରିକ ସ୍ଥିତି ଅଦ୍ବିତୀୟ ଅଟେ। ଏହାର ୭୫୧୭ କିମି ଲମ୍ବ ଉପକୂଳ ନଅଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ ୧୩୮୨ ଦ୍ବୀପଗୁଡ଼ିକର ଆବାସସ୍ଥଳୀ। ୨୦୩୦ ସୁଦ୍ଧା ନୂତନ ଭାରତ ବିକାଶ ଲାଗି ଭାରତ ସରକାରଙ୍କ ସଂକଳ୍ପ ୨୦୧୯ ଫେବୃଆରୀରେ ପ୍ରତିପାଦିତ ହୋଇଥିଲା। ଏହି ସଂକଳ୍ପର ଦଶଟି ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ନୀଳ ଅର୍ଥବ୍ୟବସ୍ଥା।

 

କ୍ୟାବିନେଟ ମଞ୍ଜୁରି
Share. Facebook Twitter LinkedIn Email WhatsApp Copy Link

Related Posts

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.