Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡିଛି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡିଛି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

June 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତ୍ତୁପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି। ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି। ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ମାର୍ଚ୍ଚ ମାସରେ ୩.୩୩ ଲକ୍ଷ ବୃଦ୍ଧି ଘଟି ଏହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୩.୪୩ କୋଟି ଅତିକ୍ରମ କରିଥିବା ଜଣାପଡିଛି। ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ପ୍ରାୟ ୪୦ ଲକ୍ଷ ଯୋଗକରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଦୂୂରସଂଚାର କ୍ଷେତ୍ରରେ ରାଜ୍ୟରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ଅଂଶ ହାସଲ ସହିତ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ହୋଇଛି। ରିଲାଏନ୍ସ ଜିଓ ଏହାର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ ବଳରେ ତଥା ଏପର୍ଯ୍ୟନ୍ତ ଅପହଂଚ ରହିଥିବା ଅଂଚଳଗୁଡିକରେ ଦ୍ରୁତ ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟରେ ସେବା ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗାଇ ଗତ କିଛିବର୍ଷ ଧରି ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ଜିଓ ସଫଳତାର ସହିତ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ରାଜ୍ୟରେ ଏହାର ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ସହିତ ୪ଜି ନେଟ୍‌ୱର୍କ ଓ ଇଂଟରନେଟ୍ ବେଗରେ ବୃଦ୍ଧି ଘଟିଛି। ଏହା ମଧ୍ୟ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଓଡ଼ିଶାର ବିଭିନ୍ନ ସହର ଓ ନଗରକୁ ଦ୍ରୁତ ସମ୍ପ୍ରସାରଣ କରୁଛି ଏବଂ ଏବେ ସୁଦ୍ଧା ରାଜ୍ୟର ୨୬ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି।

ଓଡିଶା ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

July 7, 2026

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 7, 2026

ବୈଭବଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହି ଚାରି ଖେଳାଳି: ଜିମ୍ବାୱେ ସିରିଜରେ ମିଳିବ ସୁଯୋଗ

July 7, 2026
Latest News

ଆଇପିଏଲ ଭଳି ଲିଗ୍ ଆରମ୍ଭ କରିବ ଆଇସିସି!: ମାଷ୍ଟରପ୍ଲାନ୍ ପ୍ରସ୍ତୁତ କଲେ ଜୟ ଶାହ 

July 7, 2026

ଉତ୍ତର ଓଡ଼ିଶା ପାଇଁ ନୂତନ ଟ୍ରେନ୍ ସେବା ଘୋଷଣା

July 7, 2026

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 7, 2026

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 7, 2026

ବୈଭବଙ୍କ ପରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ଏହି ଚାରି ଖେଳାଳି: ଜିମ୍ବାୱେ ସିରିଜରେ ମିଳିବ ସୁଯୋଗ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.