Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ
ଜାତୀୟ ଖବର

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ

June 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଦର୍ଶାଇଥିଲା ଯେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମାରାଶି ପାଣ୍ଠି ପରିମାଣ ୨୦୧୯ ଶେଷ ସୁଦ୍ଧା ଥିବା ୬,୬୨୫ କୋଟି ଟଙ୍କା, ୨୦୨୦ ଶେଷ ବେଳକୁ ୨୦,୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱକୁ ବୃଦ୍ଧି ପାଇଛି। ବିଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ଜମାରାଶି ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଗୁଡ଼ିକରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସଏନବି)କୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଜମାରାଶି ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି ଏବଂ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାରଣ କରାଯାଇଥିବା ବହୁ ଆଲୋଚିତ ତଥାକଥିତ କଳାଧନ ପରିମାଣର ସଂକେତ ଦେଉନାହିଁ । ଏହାବ୍ୟତୀତ, ଏହି ପରିସଂଖ୍ୟାନରେ ସେହି ଅର୍ଥରାଶିକୁ ସାମିଲ କରାଯାଇ ନାହିଁ, ଯାହା ଭାରତୀୟ, ପ୍ରବାସୀ ଭାରତୀୟ ଓ ଅନ୍ୟ ଲୋକମାନେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ତୃତୀୟ- ରାଷ୍ଟ୍ର ସଂସ୍ଥାଗୁଡ଼ିକ ନାମରେ ରଖିଥାଇ ପାରନ୍ତି ।

ତଥାପି, ୨୦୧୯ ଶେଷରୁ ଗ୍ରାହକ ଜମାରାଶି ପ୍ରକୃତରେ ହ୍ରାସ ପାଇଛି । ୨୦୧୯ ଶେଷରୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଜରିଆରେ ଧାରଣ କରାଯାଇଥିବା ପାଣ୍ଠିଗୁଡ଼ିକ ଅଧାରୁ ଅଧିକ ହୋଇଛି। ‘ଗ୍ରାହକଙ୍କଠାରୁ ଅନ୍ୟ ଦେୟ ରାଶି’ରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଏଗୁଡ଼ିକ ବଣ୍ଡ୍, ସିକ୍ୟୁରିଟି ଓ ବିଭିନ୍ନ ଅନ୍ୟ ଆର୍ଥିକ ସାଧନ ଆକାରରେ ହୋଇଛି ।

ଏହା ସୂଚାଇବା ଉଚିତ ଯେ ଭାରତ ଓ ସ୍ୱିଜରଲାଣ୍ଡ ଟିକସ ମାମଲାରେ ଆପୋସ ପ୍ରଶାସନିକ ସହାୟତା ସଂକ୍ରାନ୍ତ ବହୁପାକ୍ଷିକ ସମ୍ମିଳନୀ(ଏମଏଏସି)ରେ ସ୍ୱାକ୍ଷରକାରୀ ରହିଛନ୍ତି ଏବଂ ଉଭୟ ରାଷ୍ଟ୍ର ବହୁପକ୍ଷୀୟ ସକ୍ଷମ ପ୍ରାଧିକରଣ ବୁଝାମଣା (ଏମସିଏଏ) ମଧ୍ୟ ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ, ୨୦୧୮ କ୍ୟାଲେଣ୍ଡର ବର୍ଷରୁ ଆଗାମୀ ବର୍ଷଗୁଡ଼ିକ ପାଇଁ ବାର୍ଷିକ ଆର୍ଥିକ ଆକାଉଣ୍ଟ ସୂଚନା ବିନିମୟ ନିମନ୍ତେ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ୱୟଂକ୍ରିୟ ତଥ୍ୟ ଆଦାନପ୍ରଦାନ (ଏଇଓଆଇ) ସକ୍ରିୟ ହୋଇଯାଇଛି ।

୨୦୧୯ ଏବଂ ୨୦୨୦ରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତ୍ୟେକ ରାଷ୍ଟ୍ରର ନିବାସୀଙ୍କ ବାବଦରେ ଆର୍ଥିକ ଆକାଉଣ୍ଟ ସୂଚନାର ବିନିମୟ ହୋଇଥିଲା । ଆର୍ଥିକ ଆକାଉଣ୍ଟଗୁଡ଼ିକର ସୂଚନା ବିନିମୟ ନିମନ୍ତେ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ପରିପ୍ରେକ୍ଷୀରେ (ଯାହାର ଟିକସ ଫାଙ୍କି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ନିବାରଣ ପ୍ରଭାବ ରହିଛି), ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଜମାରାଶିର କୌଣସି ସମ୍ଭାବ୍ୟ ଆଖିଦୃଶିଆ ବୃଦ୍ଧି ହୋଇଥିବା ଦର୍ଶାଉ ନାହିଁ, ଯାହା ଭାରତୀୟ ନାଗରିକଙ୍କ ଅଘୋଷିତ ଆୟରୁ ବାହାରେ ଥିବ ।

ଏହାଛଡ଼ା, ନିମ୍ନଲିଖିତ କାରଣଗୁଡ଼ିକ ଜମାରାଶିରେ ସମ୍ଭାବ୍ୟ ବୃଦ୍ଧି ବାବଦରେ ବ୍ୟାଖ୍ୟା କରିପାରେ:

ବ୍ୟବସାୟିକ କାରବାରରେ ବୃଦ୍ଧି କାରଣରୁ ସ୍ୱିଜରଲାଣ୍ଡରେ ଭାରତୀୟ କମ୍ପାନିଗୁଡ଼ିକ ଦ୍ୱାରା ଜମାରାଶିରେ ବୃଦ୍ଧି

ଭାରତରେ ସ୍ଥାପିତ ସ୍ୱିସ୍ ବ୍ୟାଙ୍କ ଶାଖାଗୁଡ଼ିକର କାରବାର ଯୋଗୁ ଜମାରେ ବୃଦ୍ଧି

ଭାରତରେ ଏକ ସ୍ୱିସ୍ କମ୍ପାନିର ଏକ ସହଯୋଗୀ ସଂସ୍ଥା ପାଇଁ ପୁଞ୍ଜି ବୃଦ୍ଧି ଏବଂ

ବକେୟା ଡେରିଭେଟିଭ୍ ଆର୍ଥିକ ସାଧନ ସହ ଜଡ଼ିତ ଦେଣନେଣରେ ବୃଦ୍ଧି

ଗଣମାଧ୍ୟମ ଦ୍ୱାରା ଦର୍ଶାଯାଇଥିବା ରିପୋର୍ଟ ଆଧାରରେ ପ୍ରାସଙ୍ଗିକ ତଥ୍ୟ ସମେତ ଜମାରାଶି ବୃଦ୍ଧି/ହ୍ରାସ ପାଇଁ ଉଦ୍ଦିଷ୍ଟ ସମ୍ଭାବ୍ୟ କାରଣ ସଂକ୍ରାନ୍ତରେ ସ୍ୱିସ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ମତାମତ ଦେବା ପାଇଁ ଅନୁରୋଧ କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.