Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା
ଜାତୀୟ ଖବର

ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

June 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଇକ୍ରୋ ଫାଇନାନ୍ସ କଂପାନୀରୁ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା

ନୂଆଦିଲ୍ଲୀ, ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ କରୋନା ମୁକାବିଲା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରେ ସେ ମାଇକ୍ରୋ ଋଣ ଗ୍ରହୀତାଙ୍କ ସହାୟତା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ ।

ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ ।

ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର କରାଯିବ । ଏହା ଉପରେ ସୁଧ ହାର ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ହାର ଠାରୁ  ଅନ୍ୟୁନ ସର୍ବାଧିକ ୨% କମ୍‍ ରହିବ । ଏହି ଯୋଜନାରେ ନୂତନ ଋଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପୁରୁଣା ଋଣ ପରିଶୋଧ ଉପରେ ନୁହେଁ ।

ଏମଏଫଆଇମାନେ ଆରବିଆଇ ପକ୍ଷରୁ ପୂର୍ବରୁ ଜାରି ନିୟମାବଳୀ ଆଧାରରେ ଋଣ ଆବେଦନକାରୀମାନଙ୍କୁ ଋଣ ଯୋଗାଇଦେବେ। ସେଥିପାଇଁ ଋଣ ଯୋଗାଣକାରୀଙ୍କ ସଂଖ୍ୟ, ଋଣ ଗ୍ରହୀତାମାନେ ଜେଏଲଜିର ଜଣେ ସଦସ୍ୟ ହୋଇଥିବେ, ପାରିବାରିକ ଆୟ ଓ ଋଣ ଉପରେ ସିଲିଂ ଇତ୍ୟାଦି । ଏହି ଯୋଜନାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହା ଯେ ସମସ୍ତ ଋଣ ଆବେଦନକାରୀ ( ୮୯ ଦିନ ପର୍ଯ୍ୟନ୍ତ ଯେଉଁମାନେ ଖିଲାଫକାରୀ ହୋଇଥିବେ ସେମାନଙ୍କୁ ମିଶାଇ) ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

ଏମଏଲଆଇମାନଙ୍କ ଦ୍ୱାରା ଏମଏଫଆଇ ବା ଏନବିଏଫସି- ଏମଏଫଆଇଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ଋଣ ଉପରେ ଗ୍ୟାରେଣ୍ଟି କଭର ରହିବ କିମ୍ବା ୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମିଳିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ମିଳିବ ତାହା ହିଁ ଗ୍ରହଣୀୟ ହେବ । ଖିଲାଫ ପରିମାଣର ୭୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ରହିବ ଏବଂ ତାହା ୩ ବର୍ଷ ଯାଏ ଜାତୀୟ କ୍ରେଡ଼ିଟ୍‍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ମାଧ୍ୟମରେ ବଳବତ୍ତର ରହିବ ।

ଏହି ଯୋଜନାରେ ଏନସିଜିଟିସି ପକ୍ଷରୁ କୌଣସି ଗ୍ୟାରେଣ୍ଟି ଫି’ ଦାବି କରାଯିବନାହିଁ ।

Finance Nirmala Sitaraman ମାଇକ୍ରୋ ଫାଇନାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ମନମୁଖୀ କାର୍ଯ୍ୟ ଉପରେ କଟକଣା: ନିର୍ଦ୍ଦେଶାବଳୀ ଜାରି କଲା RBI

June 16, 2026

ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତର ଲଗାତାର ଦୁଇଟି ପରାଜୟ: ଏବେ ଫାଇନାଲ ଖେଳିପାରିବ କି?

June 16, 2026

“ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନର ପାତ୍ର”: ପେପର୍ ଲିକ୍ ସମ୍ପର୍କରେ ବିଜେପି ନେତାଙ୍କ ବଡ଼ ବିବୃତ୍ତି

June 16, 2026

ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ପିଟିସନ୍ ଦାଖଲ କଲେ ଦିଦି

June 16, 2026
Latest News

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026

ତ୍ୟାଗ ଓ ତିତୀକ୍ଷାର ମାଟି ‘ବାଜପୁର’: ସାଂସଦ ଅପରାଜିତା ଷଡ଼ଙ୍ଗୀ

June 16, 2026

ସମ୍ ହସ୍ପିଟାଲରେ ହାଇ-ଟେକ୍ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା

June 16, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.