Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ
ଜାତୀୟ ଖବର

ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ

June 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ

ନୂଆଦିଲ୍ଲୀ, ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ  ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକ (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର ଏକର ଜମିରେ ବିକଶିତ ଏନଏଟିଆରଏଏକ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର‌୍ୟ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ ।

ଭାରତ ଅଟୋମୋବାଇଲ, ନିର୍ମାଣ ଓ ସ୍ପେୟାର ପାର୍ଟସ ମାନୁଫାକ୍ଚରିଂ ହବ ପାଲଟିବ ବୋଲି ବିଶ୍ୱସ୍ତରୀୟ ୧୧.୩ କିଲୋମିଟର ହାଇସ୍ପିଡ ଟ୍ରାକର ଇ-ଉଦଘାଟନ ଅବସରରେ ଶ୍ରୀ ଜାଭଡେକର କହିଛନ୍ତି । ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ ଓ ଏ ନେଇ ସବୁପ୍ରକାର ଉଦ୍ୟମ ଜାରି ରହିଛି ।

ଭାରତକୁ ଅଟୋ ମ୍ୟାନୁଫାକ୍ଚରିଂ ହବ୍ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ । ଅଟୋମୋବାଇଲ ଓ ମାନୁଫାକ୍ଚରିଂ ଶିଳ୍ପର ବିସ୍ତାର ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଦୃଢ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଦୀର୍ଘଦିନ ଧରି ପଡିରହିଥିବା ରେଳବାଇ, ରାଜପଥ ଓ ଜଳପଥ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଦେଶର ବ୍ୟାପକ ସଶକ୍ତିକରଣ ପାଇଁ ସରକାର ମାନୁଫାକ୍ଚରିଂ ଓ ଅଟୋମୋବାଇଲ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଏହି ଅବସରରେ ଭାଷଣ ଦେଇ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ୱାଲ କହିଛନ୍ତି ।

ଏନଏଟିଆରଏଏକ୍ସ କେନ୍ଦ୍ରରେ ସର୍ବାଧିକ ଗତି, ଆକ୍ସଲେରସନ, ନିରନ୍ତର ଗତିରେ ଇନ୍ଧନ ଖର୍ଚ୍ଚ, ରିଅଲ ରୋଡ ଡ୍ରାଇଭିଂ ସିମୁଲେସନ ମାଧ୍ୟମରେ ପ୍ରଦୂଷଣ ପରୀକ୍ଷଣ ଓ ଉଚ୍ଚ ଗତି ନିୟନ୍ତ୍ରଣ ଓ ଲେନ ବଦଳାଇବା ବେଳେ ଗାଡିର ସ୍ଥିରତା ମାପିବା ଭଳି ବହୁମୁଖୀ ପରୀକ୍ଷଣ ହୋଇପାରେ ଓ ଯାନବାହାନ ଗତିଶୀଳତା ମାପିବା ପାଇଁ ଏହା ସେଣ୍ଟର ଅଫ ଏକ୍ସଲେନ୍ସ ।
ବିଏମଡବ୍ଲୁ, ମର୍ସିଡିସ, ଅଡି, ଫେରାରି, ଲାମ୍ବୋରଗିନି, ଟେସଲା ଭଳି ହାଇ-ଏଣ୍ଚ କାରର ସର୍ବାଧିକ ଗତି କ୍ଷମତା ମାପିବା ପାଇଁ ଏଚଏସଟି ବ୍ୟବହାର କରାଯାଏ ।

କୌଣସି ଭାରତୀୟ ପରୀକ୍ଷଣ ଟ୍ରାକରେ ଏହା ଏପଯ୍ୟନ୍ତ ମପା ଯାଇ ପାରୁନାହିଁ । ମଧ୍ୟପ୍ରଦେଶର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରମୁଖ ଓଇଏମଗୁଡିକ ଏହାକୁ ସହଜରେ ବ୍ୟବହାର କରିପାରିବେ । ବିଦେଶୀ ଓଇଏମଗୁଡିକ ଭାରତୀୟ ପରିବେଶରେ ପ୍ରୋଟୋଟାଇପ କାରର ବିକାଶ ପାଇଁ ଏନଏଟିଆରଏଏକ୍ସ-ଏଚଏସଟି ପ୍ରତି ଆଗ୍ରହୀ ହେବେ । ଏବେ ବିଦେଶୀ ଓଇଏମ ଉଚ୍ଚ ଗତି ପରୀକ୍ଷଣ ଆବଶ୍ୟକତା ପୂରଣ ପାଇଁ ବିଦେଶରେ ଥିବା ନିଜର ହାଇ ସ୍ପିଡ ଟ୍ରାକକୁ ଯାଉଛନ୍ତି ।

ବିଶ୍ୱର ସବୁଠାରୁ ବଡ ଏଚଏସଟି ଭାବେ ସମସ୍ତ ପ୍ରକାର ଉଚ୍ଚ ଗତି ପ୍ରଦର୍ଶନ ପରୀକ୍ଷଣ ପାଇଁ ଏହା ସମାଧାନ ଆଣିଦେଇଛି । ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର‌୍ୟ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ। ଗାଡିଗୁଡିକ ସର୍ପିଳ ରାସ୍ତାରେ ୩୭୫ କିଲୋମିଟର ସର୍ବାଧିକ ସ୍ପିଡ ହାସଲ କରିପାରିବେ ଓ ଏହାର ଲିଏଟ୍ରାକ ଅଣ୍ଡାକୃତି ହୋଇଥିବାରୁ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ପରୀକ୍ଷଣ ଟ୍ରାକ ହୋଇପାରିଛି ।

ପ୍ରକାଶ ଜାଭଡେକର
Share. Facebook Twitter LinkedIn Email WhatsApp Copy Link

Related Posts

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.