Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆର୍‌ଆର୍‌ଭିଏଲ୍ ପକ୍ଷରୁ ୩,୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା
ଜାତୀୟ ଖବର

ଆର୍‌ଆର୍‌ଭିଏଲ୍ ପକ୍ଷରୁ ୩,୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା

July 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ୍
ଭାରତର 'ଗ୍ରେଟ ପ୍ଲେସ ଟୁ ୱାର୍କ' ତାଲିକାରେ ୧୩ତମ ସ୍ଥାନ ହାସଲ କଲା ରିଲାଏନ୍ସ ରିଟେଲ୍

ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍ ଲିମିଟେଡ୍‌ର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି।

ଏଥିନେଇ ଆର୍‌ଆର୍‌ଭିଏଲ୍‌, ଜଷ୍ଟ୍ ଡାଏଲ୍ ଲିମିଟେଡ୍ ଓ ଭିଏସ୍‌ଏସ୍ ମନିଙ୍କ ତରଫରୁ ଏକ ନିର୍ଦିଷ୍ଟ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି । ସେହି ଚୁକ୍ତି ଅନୁଯାୟୀ ସେୟାର ପିଛା ୧୦୨୨.୨୫ ଟଙ୍କା ମୂଲ୍ୟରେ ୨.୧୨ କୋଟି ଇକ୍ୱିଟି ସେୟାରର ଅଗ୍ରାଧିକାର ଆବଂଟନ (ପ୍ରିଫରେନ୍ସିଆଲ ଆଲଟମେଂଟ୍‌) କରାଯି । ଭିଏସ୍‌ଏସ୍ ମଣିଙ୍କ ଠାରୁ ସେୟାର ପିଛା ୧୦୨୦ ଟଙ୍କା ମୂଲ୍ୟରେ ଆର୍‌ଆର୍‌ଭିଏଲ୍ ୧.୩୧ କୋଟି ସେୟାର (୧୫.୬୨%) ଅଧିଗ୍ରହଣ କରିବ।

ସେବିର ଅଧିଗ୍ରହଣ ନିୟମ ଅନୁସାରେ ଜଷ୍ଟ୍ ଡାଏଲ୍‌ର ୨.୧୭ କୋଟି ଇକ୍ୱିଟି ସେୟାରକୁ (୨୬%) ଅଧିଗ୍ରହଣ କରିବା ଲାଗି ଆର୍‌ଆର୍‌ଭିଏଲ୍ ତରଫରୁ ସାର୍ବଜନୀନ ଅଂଶଧନକାରୀ (ପବ୍ଲିକ୍ ସେୟାରହୋଲ୍‌ଡର)ମାନଙ୍କ ପାଇଁ ସାର୍ବଜନୀନ ଘୋଷଣା କରାଯିବ। ଅଧିଗ୍ରହଣ ପରବର୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ଲାଗି ଭିଏସ୍‌ଏସ୍ ମଣି ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜଷ୍ଟ୍ ଡାଏଲ୍‌ର ନେତୃତ୍ୱ ନେବା ଜାରି ରଖିବେ।

ଆର୍‌ଆର୍‌ଭିଏଲ୍ ତରଫରୁ ନିବେଶ କରାଯାଇଥିବା ପୁଞ୍ଜି ଜଷ୍ଟ୍ ଡାଏଲ୍‌ର ବିକାଶ ଓ ସଂପ୍ରସାରଣରେ ସହାୟକ ହେବା ସହିତ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଧିକ ଭଲ ଢଙ୍ଗରେ ତାଲିକାଭୁକ୍ତ ତଥା ବାଣିଜ୍ୟ ପ୍ଲାଟଫର୍ମରେ ସାମିଲ କରି ଅଭିବୃଦ୍ଧି ଓ ସମ୍ପ୍ରସାରଣକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ଜଷ୍ଟ୍ ଡାଏଲ୍ ଏହାର ପ୍ଲାଟଫର୍ମରେ ଅନୁସନ୍ଧାନ ସୁବିଧାର ସମ୍ପ୍ରସାରଣ କରିବ ଏବଂ ନିୟୁତାଧିକ ଉତ୍ପାଦ ଓ ସେବା କାରବାରରେ ଉନ୍ନତି ଆଣିବ । ଏହି ନିବେଶ ଜଷ୍ଟ୍ ଡାଏଲ୍‌ର ବର୍ତମାନ ରହିଥିବା ୩୦.୪ ନିୟୁତ ଲିଷ୍ଟିଙ୍ଗ ସମେତ ତ୍ରୟମାସରେ ଏହାର ପ୍ଲାଟଫର୍ମ ବ୍ୟବହାର କରୁଥିବା ୧୨୯.୧ ନିୟୁତ ଏକକ ଗ୍ରାହକମାନଙ୍କ ପାଇଁ ବେଶ୍ ସହାୟକ ହେବ।

ଏହି କାରବାର ସମ୍ପର୍କରେ ଇଶା ଅମ୍ବାନି, ନିର୍ଦେଶକ, ଆର୍‌ଆର୍‌ଭିଏଲ୍ କହିଛନ୍ତି ଯେ, “ଜଷ୍ଟ୍ ଡାଏଲ୍ ଓ ପ୍ରଥମ ପିଢ଼ିର ଉଦ୍ୟୋଗୀ ଶ୍ରୀଯୁକ୍ତ ଭିଏସ୍‌ଏସ୍ ମଣି, ଯିଏ ନିଜର ବ୍ୟବସାୟ ପରିଚାଳନା କୌଶଳ, ବୁଦ୍ଧିମତା ଓ ଦୃଢ଼ତା ଜରିଆରେ ଏକ ସୂଦୃଢ଼ ବ୍ୟବସାୟ ନିର୍ମାଣ କରିପାରିଛନ୍ତି, ତାଙ୍କ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ବେଶ୍ ଉତ୍ସାହିତ। ଜଷ୍ଟ୍ ଡାଏଲ୍‌ର ନିବେଶ ଆମର ନିୟୁତାଧିକ ସହଯୋଗୀ କ୍ଷୁଦ୍ର ବ୍ୟବସାୟୀ୍‌, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ସଂସ୍ଥାଗୁଡିକଙ୍କ ପାଇଁ ଡିଜିଟାଲ୍ ପରିବେଶକୁ ଆହୁରି ସୁଦୃଢ଼ କରିବା ସହିତ ନିଉ-କମର୍ସ ପ୍ରତି ରହିଥିବା ଆମ ପ୍ରତିବଦ୍ଧାତକୁ ଦର୍ଶାଉଛି । ଆମେ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଉଥିବା ବେଳେ ଜଷ୍ଟ୍ ଡାଏଲ୍‌ର ଅତ୍ୟନ୍ତ ଅଭିଜ୍ଞ ପରିଚାଳନା ଟିମ୍ ସହିତ ଆଗକୁ କାର୍ଯ୍ୟ କରିବାକୁ ଆମେ ଉତ୍ସାହୀ ରହିଛୁ।’’

ଭିଏସ୍‌ଏସ୍ ମଣି, ପ୍ରତିଷ୍ଠାତା ଓ ସିଇଓ, ଜଷ୍ଟ୍ ଡାଏଲ୍ କହିଛନ୍ତି ଯେ, “୨୫ ବର୍ଷ ପୂର୍ବେ, ଆମର ବ୍ୟବହାରକାରୀ ଏବଂ କ୍ରେତାଙ୍କୁ ବିକ୍ରେତାଙ୍କ ସହ ଯୋଡ଼ିବା ଲାଗି ଉତ୍ସର୍ଗୀକୃତ ଭାବେ ଏକ ଦ୍ରୁତ, ମୁକ୍ତ, ଭରସାଯୋଗ୍ୟ ଓ ବ୍ୟାପକ ସୂଚନା ପ୍ରଦାନ କରୁଥିବା ଏକ ସଂଯୁକ୍ତ ଏକକ ପ୍ଲାଟଫର୍ମ ଗଠନ କରିବା ଲାଗି ଆମେ ଏକ ଲକ୍ଷ୍ୟ ରଖିଥିଲୁ। ଆମର ଲକ୍ଷ୍ୟ ଅଭ୍ୟୁଦୟ ହୋଇ କେବଳ ଯେ ଅନୁସନ୍ଧାନ ଓ ଆବିଷ୍କାର ସେବା ପ୍ରଦାନ କରିଥିଲା ତାହା ନୁହେଁ ବରଂ ଆମର ବି୨ବି ପ୍ଲାଟଫର୍ମ ଜରିଆରେ ମର୍ଚାଂଟ ବା ବ୍ୟବସାୟୀମାନଙ୍କ ମଧ୍ୟରେ ବାଣିଜ୍ୟ କାରବାର ବଢ଼ାଇଥିଲା ଏବଂ ଆମର ପ୍ଲାଟଫର୍ମ ସହ ଯୋଡ଼ିହେବା ଯୋଗୁୂଁ ଗ୍ରାହକମାନେ ମର୍ଚାଂଟ୍ କାରବାର ସହ ଯୋଡ଼ି ହୋଇପାରିଥିଲେ। ରିଲାଏନ୍ସ ସହ ଆମର ଏହି ସହଭାଗିତା ସେହି ଲକ୍ଷ୍ୟକୁ ପୂରଣ କରିବ ଏବଂ ଆଗାମୀ ଦିନରେ ବ୍ୟବସାୟରେ ବ୍ୟପକ ସକାରାତ୍ମକ ପରିବର୍ତନ ଆଣିବାରେ ସହାୟକ ହେବ।’’

ଅଂଶଧନ ଅଧିଗ୍ରହଣ ଆର୍‌ଆର୍‌ଭିଏଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପୂଜା ସମୟର ଭିଡ଼କୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ସ୍ୱତନ୍ତ୍ର ପୂଜା ଟ୍ରେନ

October 13, 2026

ରେଳ ସେବା ଉପରେ ଏବେ ମଧ୍ୟ ରହିଛି ରାୟଗଡ଼ା ଡିଭିଜନରେ ଭୂସ୍ଖଳନର ପ୍ରଭାବ: ଟ୍ରେନ ବାତିଲ

October 13, 2026

ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ ଏଲ୍ ମୁରୁଗନ: କହିଲେ ପରବର୍ତ୍ତୀ ଯୋଜନା

October 13, 2026

ବିଜେପି-JDU ମଧ୍ୟରେ ମିଶ୍ରଣ ଫାଇନାଲ? ଗୋଟିଏ ଫଟୋରେ ବିହାରରେ ରାଜନୈତିକ ହଲଚଲ!

October 13, 2026
Latest News

ଭିଜିଲାନ୍ସ ଜାଲରେ ସଇଁତଳା RI ଆଲନ ବେହେରା

October 13, 2026

ପୂଜା ସମୟର ଭିଡ଼କୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ସ୍ୱତନ୍ତ୍ର ପୂଜା ଟ୍ରେନ

October 13, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

October 13, 2026

ରେଳ ସେବା ଉପରେ ଏବେ ମଧ୍ୟ ରହିଛି ରାୟଗଡ଼ା ଡିଭିଜନରେ ଭୂସ୍ଖଳନର ପ୍ରଭାବ: ଟ୍ରେନ ବାତିଲ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.