Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ “ଆଭାର’ ଆନିଭର୍ସାରି କଲେକ୍‌ସନର ଶୁଭାରମ୍ଭ
ଜୀବନ ଶୈଳୀ

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ “ଆଭାର’ ଆନିଭର୍ସାରି କଲେକ୍‌ସନର ଶୁଭାରମ୍ଭ

August 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ "ଆଭାର' ଆନିଭର୍ସାରି କଲେକ୍‌ସନର ଶୁଭାରମ୍ଭ

ମୁମ୍ବାଇ /ଭୁବନେଶ୍ୱର : ରିଲାଏନ୍ସ ଜୁଏଲ୍ସ, ଏହାର ସ୍ୱତନ୍ତ୍ର ଜୁଏଲାରୀ କଲେକ୍ସନ, “ଆଭାର” ର ସଂପ୍ରସାରିତ ସମ୍ଭାରର ଶୁଭାରମ୍ଭ କରିବା ସହିତ ଏହାର ୧୪ତମ ବାର୍ଷିକିର ପାଳନ କରୁଛି। ଏହି କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ଏହାର ଥିମ୍ ରହିଛି “ସମ୍ପର୍କର ଡୋରି’ (#RishtonKaDhaga), ଯାହା ଗ୍ରାହକ, କର୍ମଚାରୀ ଓ କାରିଗରମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରୁଛି । ଚଳିତ ବର୍ଷର କଲେକ୍ସନ ତାରକସି, ମାକରେମ୍ ଓ କ୍ରୋଚେଟ୍ ଦ୍ୱାରା ଅନୁପ୍ରେରିତ ଯାହାକି ପ୍ରେମ, ବିଶ୍ୱାସ ଓ ଏକତାକୁ ଦର୍ଶାଇଥାଏ ।

ଏହି କଲେକ୍ସନରେ ରହିଛି ସ୍ୱତନ୍ତ୍ର ହାତ ତିଆରି ସୁନା ଓ ହୀରା ଅଳଙ୍କାର ଇୟରିଂ ଡିଜାଇନ୍ । ଏଥିରେ ରହିଛି ପାରମ୍ପରିକ ଓ ସମସାମୟିକ ଡାଙ୍ଗଲର୍ସ, ଫ୍ରିଞ୍ଜେସ୍‌, ଟପ୍ ଓ ଡ୍ରପ୍ସର ମିଶ୍ରଣ, ଚାନ୍ଦେଲିୟର୍ସ, ଝୁମକି, ଷ୍ଟଡ ଓ ଚାନ୍ଦବାଲିସ୍ ।

ନୂତନ କାନର କଲେକ୍ସନର ଶୁଭାରମ୍ଭ ସହିତ, ରିଲାଏନ୍‌ସ ଜୁଏଲ୍ସ ମଧ୍ୟ ୧ ସେପ୍ଟେମ୍ବର ପର‌୍ୟ୍ୟନ୍ତ ସ୍ୱତନ୍ତ୍ର ଆନିଭର୍ସାରି ଅଫରର ଘୋଷଣା କରିଛି ଯେଉଁଥିରେ ସୁନା ଗହଣାର ଗଢ଼ା ମଜୁରୀରେ ଓ ହୀରା ଗହଣାର ମୂଲ୍ୟରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି ।

ଏହି “ଆଭାର” କଲେକ୍ସନ #RishtonKaDhaga କୁ ଗୁରୁତ୍ୱ ପ୍ରଦାନ କରିଥାଏ । “ଆଭାର” ସହିତ ଏହାର ଟ୍ୟାଗ୍ ଲାଇନ୍ ହେଉଛି “ଯାହା ଆମକୁ ଆପଣଙ୍କ ସହିତ ଓ ଆପଣଙ୍କୁ ଆମ ସହିତ ବାନ୍ଧି ରଖିଛି”, “ଯାହା ଦକ୍ଷତା ଓ ପ୍ରେମକୁ ଗୋଟିଏ ତାରରେ ବାନ୍ଧିଥାଏ” । ରିଲାଏନ୍ସ ଜୁଏଲ୍ସ ଏହାର ବ୍ରାଣ୍ଡ୍ ଉପରେ ବିଶ୍ୱାସ ସ୍ଥାପନ କରିଥିବାରୁ ଏହାର ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଉଛି ଓ ଏହା ସହିତ ଏହାର ଗହଣାର ଆକର୍ଷଣୀୟ କଳାକୃତିକୁ ଗ୍ରାହକମାନେ ବହୁତ ଭଲ ପାଇବା ପ୍ରଦାନ କରିଛନ୍ତି ।

“ସମ୍ପର୍କର ଡୋରି’ (#RishtonKaDhaga) ହେଉଛି ଏକ ମଲ୍ଟିମିଡିଆ କ୍ୟାମ୍ପେନ ଯେଉଁଥିରେ ରହିଛି ୧ ମିନିଟର ଫିଲ୍ମ ଯେଉଁଥିରେ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଏହାର ଗ୍ରାହକ, କାରିଗର, ଡିଜାଇନର, କର୍ମଚାରୀଙ୍କ ପାଇଁ ସୁନ୍ଦର ବାର୍ତା ରହିଛି ।

ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଏହି କଲେକ୍ସନ ଓ କ୍ୟାମ୍ପେନ ମାଧ୍ୟମରେ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ଯେଉଁମାନେ ଆମକୁ ସହଯୋଗ କରିଛନ୍ତି ଓ ଆମ ଉପରେ ସେମାନଙ୍କର ବିଶ୍ୱାସ ସ୍ଥାପନ କରିଛନ୍ତି । ଆମେ ଅଧିକ ବିଶ୍ୱାସ ସହିତ ଆମର ଏହି ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିବାକୁ ଚାହୁଁଛୁ ଓ ଏହା ସହିତ ଆମେ ଆଭାର କଲେକ୍ସନର ଶୁଭାରମ୍ଭ କରିଛୁ ଯାହାକି ତାରକସି, ମାକରେମ୍ ଓ କ୍ରୋଚେଟ୍ ଦ୍ୱାରା ଅନୁପ୍ରେରିତ । ଆଶା କରୁଛୁ ଆମର ଗ୍ରାହକମାନେ ଏହି ସୁନ୍ଦର କଲେକ୍ସନକୁ ଉପଭୋଗ କରିବେ ଯାହାକୁ ଅତ୍ୟନ୍ତ ଯତ୍ନ ଓ ଶ୍ରଦ୍ଧାର ସହିତ ପ୍ରସ୍ତୁତ କରାଯାଇଛି ।

ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌-ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟରେ ଉପଲବ୍ଧ ଅଟେ।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026
Latest News

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026

୧୫ ବର୍ଷ ପରେ ଟେବୁଲ ଟପର ହେଲା RCB: ଜାଣନ୍ତୁ ଇତିହାସରେ କେତେଥର ହେଲା ନମ୍ବର ୧

May 23, 2026

‘ଅନଲାଇନ୍ ପ୍ଲାଟଫର୍ମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି’: କୋକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କ ଦାବି

May 23, 2026

ପ୍ରଚୁର ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ରହିବା ସତ୍ତ୍ୱେ କାହିଁକି ବଢୁଛି ମୂଲ୍ୟ: ଜାଣନ୍ତୁ କାରଣ

May 23, 2026

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.