ଜିଓମାର୍ଟ ଓ ସ୍ମାର୍ଟ ସୁପର ଷ୍ଟୋରରେ ଫୁଲ ପଇସା ୱସୁଲ୍ ସେଲ୍

Published: Aug 13, 2021, 9:56 pm IST

ନୂଆଦିଲ୍ଲୀ/ଭୁବନେଶ୍ବର: ଜିଓ ମାର୍ଟ ଓ ସ୍ମାର୍ଟ ସୁପର ଷ୍ଟୋର ଭାରତର ସର୍ବବୃହତ୍ ଓ ବହୁ ପ୍ରତୀକ୍ଷିତ ଗ୍ରୋସେରି ସେଲ୍ ଉତ୍ସବଫୁଲ୍ ପଇସା ୱସୁଲ୍ ସେଲ୍ କୁ ଜିଓମାର୍ଟ ରେ ଅଗଷ୍ଟ ୧୪ ଠାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେଲ୍ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଜାରି ରହିବ ଓ ଏଥିିରେ ସାମିଲ୍ ରହିଛନ୍ତି ୧୨୦୦ରୁ ଅଧିକ ଷ୍ଟୋରସ୍ମାର୍ଟ ସୁପରଷ୍ଟୋରସ୍ମାର୍ଟ ପଏଂଟ ଓ ରିଲାଏନ୍ସ ଫ୍ରେସ ର ବିଶାଳ ନେଟୱର୍କ। ଫୁଲ୍ ପଇସା ୱସୁଲ ସେଲ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କ ସମଗ୍ର ଗ୍ରୋସେରୀ କ୍ରୟ ଉପରେ ସର୍ବାଧିକ ସଂଚୟ ସୁବିଧା ପ୍ରଦାନ କରିବା। ଚଳିତ ବର୍ଷ ଏହି ସେଲ୍ ମାଧ୍ୟମରେ ପ୍ରମୁଖ ସାମଗ୍ରୀପ୍ୟାକେଜ୍ ଖାଦ୍ୟଘର ଓ ପର୍ସୋନାଲ୍ କେୟାରଦୁଗ୍ଧଜାତ ସାମଗ୍ରୀସାଧାରଣ ମର୍ଚ୍ଚାଣ୍ଡାଇଜ୍ ଓ ପ୍ରମୁଖ ବ୍ରାଣ୍ଡ୍‌ର ପୋଷାକ ତଥା ସାମଗ୍ରୀ ଉପରେ ଅତୁଳନୀୟ ରିହାତି ପ୍ରଦାନ କରାଯାଉଛି।

ବିସ୍କୁଟ୍‌ଚକୋଲେଟ୍ ଓ ସାମ୍ପୁ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ଓ ଏହା ସହିତ ମୃଦୁପାନୀୟଟୁଥ୍‌ପେଷ୍ଟନୁଡଲ୍‌ସ ଓ ସାବୁନ ଉପରେ ୩୩% ର ସର୍ବନିମ୍ନ ଡିସକାଉଂଟ ପ୍ରଦାନ କରାଯାଉଛି। ଆଉ ମଧ୍ୟ ଡିଟରଜେଂଟ ସାମଗ୍ରୀରେ ୩୦% ରିହାତି ପ୍ରଦାନ କରାଯାଉଛି। ଏମଆରପି ଟ.୧୪୭୦ ମୂଲ୍ୟର ବାସୁମତୀ ଚାଉଳ ଓ ତେଲର କମ୍ବୋ କୁ ମାତ୍ର ଟ.୧୦୪୯ ରେ ଉପଲବ୍ଧ କରାଯାଇପାରିବ। ଗ୍ରାହକମାନେ ସେମାନଙ୍କର ପ୍ରିୟ ସାମଗ୍ରୀଗୁଡ଼ିକୁ ଜିଓମାର୍ଟ ଆପ୍ ରେ ଅର୍ଡ଼ର ଦେଇପାରିବେ ଓ ଏହାକୁ ନିଜର ଘରେ ମାଗଣାରେ ଡେଲିଭରି ପାଇପାରିବେ। ଆହୁରି ମଧ୍ୟ ଭଲ କଥା ହେଉଛି ଯେ ମାଗଣା ଡେଲିଭରି ସେବା ପାଇଁ ଏଥିରେ କୌଣସି ସର୍ବନିମ୍ନ ଅର୍ଡ଼ର ସୀମା ନାହିଁ।

ଜିଓମାର୍ଟ ହେଉଛି ରିଲାଏନ୍ସ ରିଟେଲ୍ ର ନୂଆ କମର୍ସ ବହୁମୁଖୀ ଅନଲାଇନ୍ ସପିଂ ପ୍ଲାଟଫର୍ମ ପଦକ୍ଷେପ ଯାହାକି ସାରା ଭାରତରେ ୨୦୦ ରୁ ଅଧିକ ସହରରେ ସେବା ପ୍ରଦାନ କରୁଛି।

Related posts