Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଆଙ୍କରୋଜ ଇନ୍‌ଫ୍ରାଷ୍ଟ୍ରକଚର ବିନିଯୋଗ କରିବ ୧୫ ହଜାର କୋଟି ଟଙ୍କା, ମିଳିଲା କ୍ୟାବିନେଟ ଅନୁମୋଦନ
PIB_NEWS

ଆଙ୍କରୋଜ ଇନ୍‌ଫ୍ରାଷ୍ଟ୍ରକଚର ବିନିଯୋଗ କରିବ ୧୫ ହଜାର କୋଟି ଟଙ୍କା, ମିଳିଲା କ୍ୟାବିନେଟ ଅନୁମୋଦନ

August 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଙ୍କରୋଜ ଇନ୍‌ଫ୍ରାଷ୍ଟ୍ରକଚର ବିନିଯୋଗ କରିବ ୧୫ ହଜାର କୋଟି ଟଙ୍କା, ମିଳିଲା କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, ଆଙ୍କରେଜ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଂଟ ହୋଲ୍ଡିଂ ଲିମିଟେଡ (କମ୍ପାନୀ) ଭାରତରେ ୧୫ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁ୍‌ଞ୍ଜି ନିବେଶ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ଅନୁମୋଦନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଆଙ୍କରେଜ୍ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ, ଏକ ଭାରତୀୟ ନିବେଶ କମ୍ପାନୀ ଯାହା ଭିତ୍ତିଭୂମି ଓ ନିର୍ମାଣ- ବିକାଶ ଉଦ୍ୟୋଗରେ ପୁଞ୍ଜିନିବେଶ ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ହୋଇଛି । ପରିବହନ ଓ ଲଜିଷ୍ଟିକ୍ (ରଶଦ) କ୍ଷେତ୍ରରେ ମଧ୍ୟ ଏହା ପୁଞ୍ଜି ଖଟାଇବ । ଏଥିରେ ବିମାନବନ୍ଦର, ବିଭିନ୍ନ ଅନୁସାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି କମ୍ପାନୀ ମଧ୍ୟ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦର ସରକାରୀ ଅଂଶଧନ ନିଜ ହାତକୁ ନେବ । ସେହିଭଳି ଓଣ୍ଟାରିଓ ଇଙ୍କ୍ କମ୍ପାନୀରୁ ୯୫୦କୋଟି ଟଙ୍କାର ନିବେଶ ପାଇବ । ଓଣ୍ଟାରିଓ ଇଙ୍କ୍ ଓଏସିର ସମ୍ପୂର୍ଣ୍ଣ ମାଲିକାନରେଥିବା ଏକ ସହାୟକ ସଂସ୍ଥା । ଓଏସି କାନାଡାର ସର୍ବବୃହତ୍ ପେନ୍‌ସନ୍ ଯୋଜନା ଓଏମ୍‌ଇଆର୍‌ଏସ୍‌ର ପରିଚାଳକ ।

ଏହି ନିବେଶ ଭାରତୀୟ ଭିତ୍ତିଭୂମି, ନିର୍ମାଣ ଓ ବିମାନବନ୍ଦର କ୍ଷେତ୍ରର ବିକାଶ ପାଇଁ ବିଶେଷ ସହାୟକ ହେବ । ଘରୋଇ ସହଯୋଗରେ ଦେଶରେ ବିଶ୍ୱସ୍ତରୀୟ ବିମାନବନ୍ଦର ଓ ପରିବହନ ସଂକ୍ରାନ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ଏହା ତାହାକୁ ତ୍ୱରାନ୍ୱିତ କରିବ ।

ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥାର ସମ୍ପତ୍ତିକୁ ଲିଜ୍ ଦେଇ ଅର୍ଥ ସଂଗ୍ରହ କରିବାକୁ ସରକାର ନିକଟରେ ଯେଉଁ ଜାତୀୟ ମନିଟାଇଜେସନ ପାଇପଲାଇନ(ଏନ୍‌ଏମ୍‌ପି) ଘୋଷଣା କରିଛନ୍ତି ଏହି ନିବେଶ ସେଥିପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ସରକାର ଯେଉଁ ସବୁ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି ସମ୍ପତ୍ତିକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହି ସଂସ୍ଥା ପାଣ୍ଠି ଯୋଗାଇବ ।

ସରକାର ଲିଜ୍‌ଆଉଟ ଯୋଜନାରେ ସଡକ, ରେଳବାଇ, ବିମାନବନ୍ଦର, ଷ୍ଟାଡିୟମ, ବିଜୁଳି ପରିବହନ ଲାଇନ, ଗ୍ୟାସ ପାଇପଲାଇନ ଆଦିକୁ ଘରୋଇ ପରିଚାଳକଙ୍କୁ ଲିଜ୍ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନ୍‌ଏମ୍‌ପି ଅନ୍ତର୍ଭୁକ୍ତ କେତେକ କ୍ଷେତ୍ରରେ ଅନୁସାରୀ ଉଦ୍ୟୋଗ ପାଇଁ ଅଙ୍କରେଜ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ ପୁଞ୍ଜି ଲଗାଇବାକୁ ପ୍ରସ୍ତାବ ଦେଇଛି ।

ଏହି ନିବେଶ ଫଳରେ, ବିଶେଷକରି ଅନୁସାରୀ ଉଦ୍ୟୋଗରେ ସିଧାସଳଖ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହିସବୁ ଉଦ୍ୟୋଗରେ ବିପୁଳ ଅର୍ଥ ବ୍ୟୟ ହେବା ସହିତ ଲୋକଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି । ତେଣୁ ନିଯୁକ୍ତି ସୁଯୋଗ ବଢିବ । ନିର୍ମାଣ ଓ ଆନୁଷଙ୍ଗିକ କାର‌୍ୟ୍ୟ ସମୟରେ ଅନେକ ଲୋକ ପରୋକ୍ଷଭାବେ ମଧ୍ୟ ନିଯୁକ୍ତି ସୁବିଧା ପାଇବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Latest News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.