Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମକୁ ସାହାଯ୍ୟ କରିବ ଏନ୍‌ଏମ୍‌ଡିସି
ଜାତୀୟ ଖବର

ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମକୁ ସାହାଯ୍ୟ କରିବ ଏନ୍‌ଏମ୍‌ଡିସି

August 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମକୁ ସାହାଯ୍ୟ କରିବ ଏନ୍‌ଏମ୍‌ଡିସି

ହାଇଦ୍ରାବାଦ, ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ (ଏନ୍‌ଏମ୍‌ଡିସି), ଭାରତର ବୃହତ୍ତମ ଲୁହାପଥର ଉତ୍ପାଦନକାରୀ ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡ (ଏନ୍‌ଆଇଏନ୍‌ଏଲ୍‌) କୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି । ମିଥିରଡ଼ା ଖଣି ବ୍ଲକରେ ଏନ୍‌ଆଇଏନ୍‌ଏଲ୍ ଲୁହାପଥର ଖଣି କାର୍ଯ୍ୟ ଆଜି ପୁର୍ନବାର ଆରମ୍ଭ ହୋଇଛି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସୁମିତ ଦେବ, ସିଏମ୍‌ଡି ଏନ୍‌ଏମ୍‌ଡିସି, ଶ୍ରୀ ପ୍ରକାଶ ଶତପଥି, ନିର୍ଦ୍ଦେଶକ (ଉତ୍ପାଦନ) ଏନ୍‌ଏମ୍‌ଡିସି, ଶ୍ରୀ ଆର୍ କେ. ଝା, ଏମ୍‌ଡି, ଏନ୍‌ଆଇଏନ୍‌ଏଲ୍ ଏବଂ ଏନ୍‌ଏମ୍‌ଡିସି ଓ ଏନ୍‌ଆଇଏନ୍‌ଏଲ୍ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏନ୍‌ଆଇଏନ୍‌ଏଲ୍ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଦିପମ୍‌ଙ୍କ ତତ୍ତ୍ୱାବଧାନରେ ଏନ୍‌ଏମ୍‌ଡିସିର ସହାୟତା ଲୋଡ଼ାଯାଇଥିଲା । ଓଡ଼ିଶାରେ ଉଚ୍ଚ ଶକ୍ତି ସମ୍ପନ୍ନ ଲୁହାପଥର ଯୋଗାଣରେ ସହାୟତା ଯୋଗାଇବା ପାଇଁ ଏନ୍‌ଏମ୍‌ଡିସିର ସହାୟତା ପାଇଁ ଏନ୍‌ଆଇଏନ୍‌ଏଲ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି ।

ଏନ୍‌ଆଇଏନ୍‌ଏଲ, ଏମ୍‌ଏମ୍‌ଟିସି, ଇପିକଲ, ଓଏମ୍‌ସି, ଏନ୍‌ଏମ୍‌ଡିସି ଏବଂ ଅନ୍ୟାନ୍ୟ ମିଳିତ ଉଦ୍ୟୋଗ କମ୍ପାନୀଗୁଡ଼ିକ ଓଡ଼ିଶାର ଯାଜପୁରସ୍ଥିତ ଡୁବୁରୀ ଠାରେ ୧.୧ ଟିପିଏ ଇଣ୍ଟ୍ରିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିଛି । ଜାନୁୟାରୀ ୨୦୧୭ରେ କମ୍ପାନୀ ଲୁହାପଥର ଉତ୍ପାଦନ ପାଇଁ ଖଣି ଲିଜ୍ ହାସଲ କରିଥିଲା । ରାଜ୍ୟରେ ଲୁହାପଥର ଉତ୍ପାଦନକୁ ବୃଦ୍ଧି କରିବା ଏବଂ କମ୍ପାନୀର ଖର୍ଚ୍ଚ ତୁଲାଇବା ପାଇଁ ଏନ୍‌ଆଇଏନ୍‌ଏଲ ଦୁଇ ବର୍ଷ ପାଇଁ ବର୍ଷକୁ ଏକ ମିଲିୟନ ଟନ୍ ଲୁହାପଥର ବିକ୍ରୟ ପାଇଁ ଅନୁମତି ପାଇଲା ।

ବିକାଶ ସମ୍ପର୍କିିତ ସୂଚନା ଦେଇ ଏନ୍‌ଏମ୍‌ଡିସିର ସିଏମ୍‌ଡି ଶ୍ରୀ ସୁମିତ ଦେବ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ ଦ୍ୱାରା ଲୁହାପଥର ଖଣି ଖନନ କେବଳ ରାଜ୍ୟରେ ଖଣି ଅଭାବକୁ ହ୍ରାସ କରିବ ତାହା ନୁହେଁ, ବରଂ ଏନ୍‌ଆଇଏନ୍‌ଏଲ ସମ୍ମୁଖୀନ ହେଉଥିବା ଆର୍ôଥକ ପ୍ରତିବନ୍ଧକକୁ ଦୂର କରିବାରେ ସହାୟକ ହେବ । ଏନ୍‌ଏମ୍‌ଡିସି ସେମାନଙ୍କର ଏହି ନୂତନ ପ୍ରୟାସରେ ଏନ୍‌ଆଇଏନ୍‌ଏଲକୁ ପୂର୍ଣ୍ଣ ସମର୍ଥନ ଯୋଗାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.