Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶସ୍ତା ହେଲା ଆଇଫୋନ, ନୂଆ ମଡେଲ ଲଞ୍ଚ ପୂର୍ବରୁ ପୁରୁଣାର ଦର ହ୍ରାସ କଲା କଂପାନୀ
ଜାତୀୟ ଖବର

ଶସ୍ତା ହେଲା ଆଇଫୋନ, ନୂଆ ମଡେଲ ଲଞ୍ଚ ପୂର୍ବରୁ ପୁରୁଣାର ଦର ହ୍ରାସ କଲା କଂପାନୀ

September 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶସ୍ତା ହେଲା ଆଇଫୋନ, ନୂଆ ଲଞ୍ଚ ପୂର୍ବରୁ ପୁରୁଣା ମଡେଲର ଦର ହ୍ରାସ କଲା କଂପାନୀ

ନୂଆଦିଲ୍ଲୀ: ବିଶ୍ବ ବଜାରରେ ସବୁଠାରୁ ମହଙ୍ଗା ମୋବାଇଲ ହେଉଛି ଆଇଫୋନ। ଏହା ସାଧାରଣ ଗ୍ରାହକ କିଣିବା ସମ୍ଭବ ନୁହେଁ। ହେଲେ ଯେଉଁମାନେ ଏହି ଫୋନ କିଣିବାରେ ସକ୍ଷମ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ତାହା ହେଲା ଆଇଫୋନ 12 ର ବର୍ତ୍ତମାନ ବଜାର ମୂଲ୍ୟ ବେଶ୍ ହ୍ରାସ ପାଇଛି।

ଆପଲ୍ ଏହାର ନୂତନ ଆଇଫୋନ୍ 13 ସିରିଜ୍ ଖୁବ ଶିଘ୍ର ବଜାରକୁ ଆଣୁଛି। ଏହା ପୂର୍ବରୁ ଆଇଫୋନ୍ 12 ଯାହାକି 64GB ଫୋନ 79,900 ଟଙ୍କାରେ ଏବଂ 128GB ଫୋନ 84,900 ଟଙ୍କାରେ ବିକ୍ରି ହେଉଥିଲା ବର୍ତ୍ତମାନ ପ୍ରାୟ 15,000 ଟଙ୍କା ରିହାତି ମିଳୁଛି। ଆଇଫୋନ୍ 12 , 64 ଜିବି 63,999 ଟଙ୍କା ଏବଂ 128 ଜିବି  68,999 ଟଙ୍କାରେ ଉପଲବ୍ଧ ହେଉଛି। ଏହା ବର୍ତ୍ତମାନ ପ୍ରମୁଖ ଅନଲାଇନ ସିପଂ ଆମାଜନରେ ମିଳୁଛି।

ସେହିଭଳି ଆଇଫୋନ୍ 12 ମିନି (64 ଜିବି) ଯାହା ପୂର୍ବରୁ 69,900 ଟଙ୍କାରେ ଉପଲବ୍ଧ ଥିଲା, ତାହା ବର୍ତ୍ତମାନ 56,999 ଟଙ୍କାରେ ଉପଲବ୍ଧ। ଆଇଫୋନ୍ 12 ପ୍ରୋ (128 ଜିବି) 13,000 ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ 1,06,900 ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି 512 ଜିବି ମଡେଲ ବର୍ତ୍ତମାନ 10,000 କମ୍ ମୂଲ୍ୟରେ ଉପଲବ୍ଧ ଏବଂ ଆମାଜନରେ 1,39,900 ଟଙ୍କାରେ ଆପଣ କିଣି ପାରିବେ। ଏହି ସମୟରେ, ଆଇଫୋନ୍ 12 ପ୍ରୋ ମ୍ୟାକ୍ସ (128 ଜିବି) ଆମାଜନରେ 1,16,900 ଟଙ୍କାରେ ବିକ୍ରି ହେଉଛି।

ସେହିପରି ଫ୍ଲିପକାର୍ଟରେ ମଧ୍ୟ ଆଇଫୋନ୍ 12 ଯାହା 128 ଜିବି କ୍ଷମତା, ଏହାର ପୂର୍ବ ମୂଲ୍ୟ ଟ୍ୟାଗରୁ 84,999 ଟଙ୍କାରୁ 68,999 ଟଙ୍କାକୁ ହ୍ରାସ କରିଛି। ଅନ୍ୟପକ୍ଷରେ 64GB ଏହାର ପୂର୍ବ ମୂଲ୍ୟ 79,900 ଟଙ୍କାରୁ 63,999 ଟଙ୍କାରେ ଉପଲବ୍ଧ ହେଉଛି। ସେହିଭଳି ଫ୍ଲିପକାର୍ଟରେ 256 ଜିବି ମଡେଲର ମୂଲ୍ୟ ଟ୍ୟାଗ୍ 94,900 ଟଙ୍କା ରୁ 78,999 ଟଙ୍କାକୁ ଖସି ଆସିଛି। ସେହିପରି ଆଇଫୋନ୍ ମିନି କ୍ଷମତା 128 ଜିବି, ଏହାର ପୂର୍ବ ମୂଲ୍ୟ 74,900 ଟଙ୍କାରୁ 61,999 ଟଙ୍କାରେ ବିକ୍ରି ହେଉଛି। 64GB ଷ୍ଟୋରେଜ୍ ଆକାରରେ ସମାନ ମଡେଲ୍ ପୂର୍ବ ମୂଲ୍ୟ 69,900 ଟଙ୍କାରୁ 56,999 ଟଙ୍କାକୁ ଖସି ଆସିଛି।

ଆଇଫୋନ ଆଇଫୋନ ସିରିଜ 13
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.