Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଶସ୍ତା ହେଲା ଆଇଫୋନ, ନୂଆ ମଡେଲ ଲଞ୍ଚ ପୂର୍ବରୁ ପୁରୁଣାର ଦର ହ୍ରାସ କଲା କଂପାନୀ

ନୂଆଦିଲ୍ଲୀ: ବିଶ୍ବ ବଜାରରେ ସବୁଠାରୁ ମହଙ୍ଗା ମୋବାଇଲ ହେଉଛି ଆଇଫୋନ। ଏହା ସାଧାରଣ ଗ୍ରାହକ କିଣିବା ସମ୍ଭବ ନୁହେଁ। ହେଲେ ଯେଉଁମାନେ ଏହି ଫୋନ କିଣିବାରେ ସକ୍ଷମ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ତାହା ହେଲା ଆଇଫୋନ 12 ର ବର୍ତ୍ତମାନ ବଜାର ମୂଲ୍ୟ ବେଶ୍ ହ୍ରାସ ପାଇଛି।

ଆପଲ୍ ଏହାର ନୂତନ ଆଇଫୋନ୍ 13 ସିରିଜ୍ ଖୁବ ଶିଘ୍ର ବଜାରକୁ ଆଣୁଛି। ଏହା ପୂର୍ବରୁ ଆଇଫୋନ୍ 12 ଯାହାକି 64GB ଫୋନ 79,900 ଟଙ୍କାରେ ଏବଂ 128GB ଫୋନ 84,900 ଟଙ୍କାରେ ବିକ୍ରି ହେଉଥିଲା ବର୍ତ୍ତମାନ ପ୍ରାୟ 15,000 ଟଙ୍କା ରିହାତି ମିଳୁଛି। ଆଇଫୋନ୍ 12 , 64 ଜିବି 63,999 ଟଙ୍କା ଏବଂ 128 ଜିବି  68,999 ଟଙ୍କାରେ ଉପଲବ୍ଧ ହେଉଛି। ଏହା ବର୍ତ୍ତମାନ ପ୍ରମୁଖ ଅନଲାଇନ ସିପଂ ଆମାଜନରେ ମିଳୁଛି।

ସେହିଭଳି ଆଇଫୋନ୍ 12 ମିନି (64 ଜିବି) ଯାହା ପୂର୍ବରୁ 69,900 ଟଙ୍କାରେ ଉପଲବ୍ଧ ଥିଲା, ତାହା ବର୍ତ୍ତମାନ 56,999 ଟଙ୍କାରେ ଉପଲବ୍ଧ। ଆଇଫୋନ୍ 12 ପ୍ରୋ (128 ଜିବି) 13,000 ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ 1,06,900 ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି 512 ଜିବି ମଡେଲ ବର୍ତ୍ତମାନ 10,000 କମ୍ ମୂଲ୍ୟରେ ଉପଲବ୍ଧ ଏବଂ ଆମାଜନରେ 1,39,900 ଟଙ୍କାରେ ଆପଣ କିଣି ପାରିବେ। ଏହି ସମୟରେ, ଆଇଫୋନ୍ 12 ପ୍ରୋ ମ୍ୟାକ୍ସ (128 ଜିବି) ଆମାଜନରେ 1,16,900 ଟଙ୍କାରେ ବିକ୍ରି ହେଉଛି।

ସେହିପରି ଫ୍ଲିପକାର୍ଟରେ ମଧ୍ୟ ଆଇଫୋନ୍ 12 ଯାହା 128 ଜିବି କ୍ଷମତା, ଏହାର ପୂର୍ବ ମୂଲ୍ୟ ଟ୍ୟାଗରୁ 84,999 ଟଙ୍କାରୁ 68,999 ଟଙ୍କାକୁ ହ୍ରାସ କରିଛି। ଅନ୍ୟପକ୍ଷରେ 64GB ଏହାର ପୂର୍ବ ମୂଲ୍ୟ 79,900 ଟଙ୍କାରୁ 63,999 ଟଙ୍କାରେ ଉପଲବ୍ଧ ହେଉଛି। ସେହିଭଳି ଫ୍ଲିପକାର୍ଟରେ 256 ଜିବି ମଡେଲର ମୂଲ୍ୟ ଟ୍ୟାଗ୍ 94,900 ଟଙ୍କା ରୁ 78,999 ଟଙ୍କାକୁ ଖସି ଆସିଛି। ସେହିପରି ଆଇଫୋନ୍ ମିନି କ୍ଷମତା 128 ଜିବି, ଏହାର ପୂର୍ବ ମୂଲ୍ୟ 74,900 ଟଙ୍କାରୁ 61,999 ଟଙ୍କାରେ ବିକ୍ରି ହେଉଛି। 64GB ଷ୍ଟୋରେଜ୍ ଆକାରରେ ସମାନ ମଡେଲ୍ ପୂର୍ବ ମୂଲ୍ୟ 69,900 ଟଙ୍କାରୁ 56,999 ଟଙ୍କାକୁ ଖସି ଆସିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବଜାରକୁ ଆସିବାକୁ ଥିବା ନୂଆ ଆଇଫୋନର ଷ୍ଟୋରେଜ କ୍ଷମତା ହେଉଛି 1TB

ନୂଆଦିଲ୍ଲୀ, ସମଗ୍ର ବିଶ୍ୱରେ ଆଇଫୋନ୍ ବ୍ୟବହାରକାରୀ ଚଳିତ ବର୍ଷ ଆଇଫୋନ୍ 13 ସିରିଜ୍ ସ୍ମାର୍ଟଫୋନର ଶୁଭାରମ୍ଭକୁ ଅପେକ୍ଷା କରିଛନ୍ତି।  ତେବେ ଏହି ଫୋନକୁ ନେଇ ସାରା ବିଶ୍ବ ମୋବାଇଲ ବଜାର ବେଶ୍ ସରଗରମ ହୋଇଯାଇଛି। କାରଣ ଏଥିରେ ଯେଉଁ ବୈଶିଷ୍ଠ ଅଛି ବୋଲି ପ୍ରଚାର ଚାଲିଛି ତାହା ହେଲା ଏଥିରେ 1TB ଷ୍ଟୋରେଜ ରହିବଯ ଯାହା ଆମର କଂପୁଟରରେ ରହିଥାଏ। ଫଳରେ ମୋବାଇ ବ୍ୟବହାରକାରୀ ଏହି ଫୋନରେ ଅପର୍ଯ୍ୟାପ୍ତ କଂଟେଣ୍ଟ ରଖିପାରିବେ।

ନୂତନ ଆଇଫୋନ୍ 13 ସିରିଜରେ ଆଇପ୍ୟାଡ୍ ପ୍ରୋ ପରି ଦୃଢ ଷ୍ଟୋରେଜ୍ ଅପସନ୍ ସହିତ ଉପଲବ୍ଧ ହେବ। ଆପଲ୍ ଆଇପ୍ୟାଡ୍ ପ୍ରୋ 1TB ଏବଂ 2TB ଷ୍ଟୋରେଜ୍ ବିକଳ୍ପରେ ଉପଲବ୍ଧ ହେବ ବୋଲି କୁହାଯାଉଛି।  ଆଇଫୋନ୍ 13 ସିରିଜ୍ ମୋବାଇଲ୍ ର ମୂଲ୍ୟ ମଧ୍ୟ ଆକର୍ଷଣୀୟ ହୋଇପାରେ। ବର୍ତ୍ତମାନ, ଭାରତୀୟ ବଜାରରେ ଆଇଫୋନ୍ 12 ପ୍ରୋ ର 128 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1 ଲକ୍ଷ 19 ହଜାର 900 ଟଙ୍କା ରହିଛି।

ଏଥି ସହିତ ଆଇଫୋନ୍ 12 ପ୍ରୋ ର 512 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1ଲକ୍ଷ 49 ହଜାର 900 ଟଙ୍କା ଅଛି।  ଆଇଫୋନ୍ 12 ପ୍ରୋ ମ୍ୟାକ୍ସର 128 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ 1 ଲକ୍ଷ 29 ହଜାର 900 ଟଙ୍କା ରହିଛି। ଏଥି ସହିତ, ଆଇଫୋନ୍ 12 ପ୍ରୋ ମ୍ୟାକ୍ସର 512 ଜିବି ଷ୍ଟୋରେଜ୍ ମଡେଲର ମୂଲ୍ୟ ହେଉଛି 1 ଲକ୍ଷ 59 ହଜାର 900 ଟଙ୍କା।

ଏପରି ପରିସ୍ଥିତିରେ, ଯଦି 1TB ଷ୍ଟୋରେଜ୍ ମଡେଲ୍ ଆସେ, ତେବେ ଭାରତରେ ଏହାର ମୂଲ୍ୟ 512 ଜିବି ଷ୍ଟୋରେଜ୍ ମଡେଲ୍ ଠାରୁ ପ୍ରାୟ 20 ହଜାର ଟଙ୍କା ଅଧିକ ହୋଇପାରେ। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ 1 ଲକ୍ଷ 71 ହଜାର ପାଖାପଖି ରହିବ ବୋଲି ଆଶା କରାଯାଉଛି।

ଆପଲ୍ ବର୍ତ୍ତମାନ ଆଇଫୋନ୍ 12 ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ମଡେଲରେ 128 GB, 256 GB ଏବଂ 512 GB ବିକଳ୍ପ ପ୍ରଦାନ କରେ | ଆଗାମୀ ଆଇଫୋନ୍ ଗୁଡିକ ଆଇଫୋନ୍ 13 ମଡେଲ୍, ଆଇଫୋନ୍ 13 ମିନି ଠାରୁ ଆଇଫୋନ୍ 13 ପ୍ରୋ ମ୍ୟାକ୍ସ ପର୍ଯ୍ୟନ୍ତ ରହିବ। ତେବେ ଏ ନେଇ କଂପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।