Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତିସଂଘ ପ୍ରତିନିଧି, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା,ମହିଳା ସଶକ୍ତିକରଣ ପ୍ରଶଂସା
ବିଶେଷ ଖବର

ଜାତିସଂଘ ପ୍ରତିନିଧି, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା,ମହିଳା ସଶକ୍ତିକରଣ ପ୍ରଶଂସା

September 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତିସଂଘ ପ୍ରତିନିଧି, ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ମଧ୍ୟରେ ଆଲୋଚନା,ମହିଳା ସଶକ୍ତିକରଣ ପ୍ରଶଂସା

ଭୁବନେଶ୍ୱର : ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍‌ ଫର୍ଗୁସନ୍‌ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ବାଗ୍‌ଚି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି ।

ଶ୍ରୀ ବାଗ୍‌ଚି ପ୍ରକାଶ କରିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମକୁ ଲିଙ୍ଗଗତ ବୈଷମ୍ୟରୁ ମୁକ୍ତ ହେବା ଆବଶ୍ୟକ ।ଦକ୍ଷତା ଏବଂ ବୃତ୍ତିକୁ ପୁରୁଷକୈନ୍ଦ୍ରିକ ବୋଲି ବିବେଚନା ନକରି ସେଇ କ୍ଷେତ୍ରରେ ଅଧିକ ମହିଳା ଆଗକୁ ଆସିବା ଦରକାର । ଓଡିଶାର ମହିଳାମାନଙ୍କର ଅନେକ ଉଦାହରଣ ଉପସ୍ଥାପନ କରି ସେମାନେ ଲୋକୋ-ପାଇଲଟ୍‌, ଅଟୋମୋବାଇଲ୍‌ ମେକାନିକ୍‌, େୱଲ୍‌ଡର୍‌, ଶିଳ୍ପାନୁଷ୍ଠାନ ଅପରେଟର ଇତ୍ୟାଦି କାର୍ଯ୍ୟରେ ଉତ୍କର୍ଷ ଅର୍ଜନ କରିଛନ୍ତି ବୋଲି ଶ୍ରୀ ବାଗ୍‌ଚି ଉଲ୍ଲେଖ କରିଥିଲେ ।

ଡିଜିଟାଲ୍‌ ସ୍କିଲ ଉପରେ ନିଜର ମତ ଉପସ୍ଥାପନ କରି ଶ୍ରୀ ବାଗ୍‌ଚି କହିଥିଲେ ଯେ ଏଥି ନିମନ୍ତେ ଉଚ୍ଚମାନର ଶିକ୍ଷକ ତାଲିମ, ବିଷୟବସ୍ତୁ, ଯନ୍ତ୍ରପାତି ଓ ଇଣ୍ଟରନେଟ୍‌ ବ୍ୟବହାର ଉପରେ ସାର୍ବଜନୀନ ଅଧିକାର ରହିବା ଆବଶ୍ୟକ ।

ଜାତିସଂଘ ମହିଳା, ଭାରତ ପ୍ରତିନିଧି ଶ୍ରୀମତୀ ଫର୍ଗୁସନ୍‌ ଓଡିଶା ସରକାର ଏବଂ ଜାତିସଂଘ ମହିଳାଙ୍କ ମଧ୍ୟରେ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହିତ ଜାତିସଂଘ ମହିଳା ରାଜ୍ୟ ସରକାରଙ୍କ ସହ ବିଶେଷ କରି ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣରେ ଦ୍ୱିତୀୟ ସୁଯୋଗ ପ୍ରଦାନ (ସେକଣ୍ଡ ଚାନ୍ସ ଏଜୁକେସନ ଏଣ୍ଡ ଭୋକେସନାଲ ଲର୍ଣ୍ଣିଂ) ମାଧ୍ୟମରେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି ବୋଲି ସେ ପ୍ରକାଶ କରିଥିଲେ ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜାତିସଂଘ ମହିଳାଙ୍କ ସହ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସଂପାଦନ କରିଛନ୍ତି । ବୁଝାମଣାର ଅଂଶ ଭାବରେ ଓଡିଶାର ଦଶଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ଅନଲାଇନ୍‌ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ ମାର୍କେଟିଂ ଏବଂ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବ ।

ଜାତିସଂଘ ମହିଳା ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ମହିଳା ଫୁଟବଲ ଦଳ ଏବଂ ଗୋପବନ୍ଧୁ ଆଇଟିଆଇ, କୋରାପୁଟ ଓ ସରକାରୀ ଆଇଟିଆଇ, ବଲାଙ୍ଗୀରଠାରେ ଭଲିବଲ କୋର୍ଟ ନିମନ୍ତେ ସହଯୋଗ କରିବ । ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ । ମୟୂରଭଞ୍ଜ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ମାନଙ୍କରେ ସେକଣ୍ଡ ଚାନ୍ସ ଏଜୁକେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି ।

ଏହି ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ୱାର୍ଲï ସ୍କିଲ୍‌ ସେଣ୍ଟର ପରିଦର୍ଶନ କରି ଓଏସ୍‌ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ପ୍ରବନ୍ଧକ, ଏସ୍‌ସିଇ, ଜାତିସଂଘ ମହିଳା, ଶ୍ରୀମତି କାନ୍ତା ସିଂ, ବୈଷୟିକ ପରାମର୍ଶଦାତା (ଜେଣ୍ଡର) ଶ୍ରୀମତୀ ସ୍ମିତା ଜଗଦେବ ଏବଂ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

ଓଡିଶା ଦକ୍ଷତା ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.