Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଅନୁଗ୍ରହୀତଙ୍କ ନାମ ଘୋଷଣା
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଅନୁଗ୍ରହୀତଙ୍କ ନାମ ଘୋଷଣା

September 28, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍‌) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି। ଏହି ପ୍ରୟାସ ଜରିଆରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ଦିଗରେ ସହାୟତା କରିବାକୁ ୧୧ କୋଟି ଟଙ୍କାରୁ ଅଧିକ (୧.୫ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ନିବେଶ କରାଯାଇସାରିଛି ଏବଂ ଏଥିମଧ୍ୟରୁ ଏହି ସମସ୍ୟାର ସମାଧାନ ଦିଗରେ ନବୀନତମ ପ୍ରୟାସ ହାତକୁ ନେବା ସକାଶେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ପାଇଁ ରିଲାଏନ୍ସ ଫାଉଣ୍ଡେସନ ୮.୫ କୋଟି ଟଙ୍କା (୧.୧ ନିୟୁତ ଆମେରିକୀୟ ଡଲାରରୁ ଅଧିକ) ସହାୟତା ଯୋଗାଇ ଦେଇଛି। ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଏବଂ ପ୍ରଯୁକ୍ତି ଜରିଆରେ ମହିଳାଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବା ଦିଗରେ ଏହି ପ୍ରୟାସରୁ ଓଡିଶା ସମେତ ଦେଶର ୧୭ଟି ରାଜ୍ୟରେ ୩ ଲକ୍ଷରୁ ଅଧିକ (୩୦୦,୦୦୦) ମହିଳା ଓ କିଶୋରୀ ଉପକୃତ ହେବେ।

ଏହି ଘୋଷଣା ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ ଅମ୍ବାନି କହିଛନ୍ତି, “ମହିଳାମାନଙ୍କୁ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସମର୍ଥ ଓ ସଶକ୍ତ କରାଇବା ଆମର ସୁଦୂରପ୍ରସାରୀ ଲକ୍ଷ୍ୟ ହୋଇ ରହିଆସିଛି। ଆମେ ଯେତେବେଳେ ଜିଓ ପ୍ରଚଳନ କଲୁ, ସେତେବେଳେ ଆମେ ଏକ ଡିଜିଟାଲ ବିପ୍ଳବର ପରିକଳ୍ପନା କରିଥିଲୁ ଯାହା ସମାନ ସୁବିଧା ସୁଯୋଗ ପ୍ରଦାନର ଏକ ବିପ୍ଳବ ମଧ୍ୟ ହେବ। ଜିଓ ଜରିଆରେ ଆମେ ଦେଶର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଯୋଗାଯୋଗ  ଉପଲବ୍ଧ କରାଉଛୁ। ଭାରତରେ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ୟୁଏସଏଡ୍ ସହିତ ସହଭାଗିତାରେ କାର୍ଯ୍ୟ କରୁଛି। ଅସମାନତା ପ୍ରତି ଦୃଷ୍ଟିଦେଇ ତାହାର ବିଲୋପ କରିବା ଦିଗରେ ପ୍ରଯୁକ୍ତି ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି। ପରିବର୍ତନର ଏହି ଯାତ୍ରାରେ ଆମର ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆର ଦଶ ବିଜେତା ସଂସ୍ଥାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସ୍ୱାଗତ କରୁଛି।”

ଅନୁଗ୍ରହୀତ ଦଶଟି ସଂସ୍ଥା ହେଉଛନ୍ତି ଅନୁଦୀପ ଫାଉଣ୍ଡେସନ, ବେୟାରଫୁଟ କଲେଜ ଇଂରନ୍ୟାସନାଲ, ସେଂଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଂଟ, ଫ୍ରେଣ୍ଡ୍‌ସ ଅଫ ୱିମେନ୍‌ସ ୱାର୍ଲଡ ବ୍ୟାଙ୍କିଙ୍ଗ, ନନ୍ଦୀ ଫାଉଣ୍ଡେସନ, ପ୍ରଫେସନାଲ ଆସିଷ୍ଟାନ୍ସ ଫର ଡେଭଲପମେଂଟ ଆକ୍ସନ, ସୋସାଇଟି ଫର ଡେଭଲପମେଂଟ ଅଲଟରନେଟିଭସ, ସଲିଡାରିଦାଦ ରିଜିଓନାଲ ଏକ୍ସପର୍ଟାଇଜ ସେଂଟର, ଟିଏନଏସ ଇଣ୍ଡିଆ ଫାଉଣ୍ଡେସନ ଏବଂ ଜେଡ୍‌ଏମ୍‌କ୍ୟୁ ଡେଭଲପମେଂଟ। ସମାଧାନଗୁଡିକ ମହିଳା ଚାଷୀ, ଉଦ୍ୟୋଗୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାବୃନ୍ଦଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ଲିଙ୍ଗଗତ ଡିଜିଟାଲ ତାରତମ୍ୟ ଦୂର କରିବା ଦିଗରେ ରହିଥିବା ସାମାଜିକ ଓ ସାଂସ୍କୃତିକ ପ୍ରତିବନ୍ଧକଗୁଡିକ ଦୂର କରିବା ଦିଗରେ ପଦକ୍ଷେପ ନେବ।

ଦି ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ୨୦୨୦ ଅଗଷ୍ଟରେ ଆରମ୍ଭ କରାଯାଇଥିଲା। ୧୮୦ ଆବେଦନକାରୀଙ୍କ ମଧ୍ୟରୁ ୧୦ଟି ସଂଗଠନକୁ ମନୋନୀତ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ୭୫ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ (୧୦୦,୦୦୦ ଡଲାରରୁ ୧୩୫,୦୦୦ ଡଲାର) ଅନୁଦାନ ୧୨ରୁ ୧୫ ମାସ ସମୟ ମଧ୍ୟରେ ପ୍ରାପ୍ତ କରିବେ। ୨୦୨୧ ଜାନୁଆରୀରେ ୟୁଏସଏଡ୍ ଏବଂ ରିଲାଏନ୍ସ ଫାଉଣ୍ଡେସନ ସମାଧାନକାରୀଙ୍କର ଏକ କର୍ମଶାଳା (ସଲ୍‌ଭର୍ସ ସିମ୍ପୋସିୟମ) ଆୟୋଜନ କରିଥିଲା, ଯେଉଁଥିରେ ସାମର୍ଥ୍ୟ ସୃଷ୍ଟି ନିମନ୍ତେ ସେମି ଫାଇନାଲିଷ୍ଟ ଏବଂ ବାହ୍ୟ ବିଶାରଦମାନଙ୍କୁ ଏକତ୍ରିତ କରିବା ସହିତ ଭାରତରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟ ଦୂର କରିବା ସମ୍ପର୍କରେ ମାନସ ମନ୍ଥନ କରାଯାଇଥିଲା।

ମହିଳାମାନଙ୍କ ମଧ୍ୟରେ ପ୍ରତି ବର୍ଷ ମୋବାଇଲ ଇଂଟରନେଟ ସମ୍ପର୍କିତ ସଚେତନତା ବୃଦ୍ଧିପାଉଛି। ୨୦୧୭ରେ ଭାରତର ମୋଟ ମହିଳାଙ୍କ ମଧ୍ୟରୁ ମାତ୍ର ୧୯% ମୋବାଇଲ ଇଂଟରନେଟ ସମ୍ପର୍କରେ ଅବଗତ ଥିବାବେଳେ ୨୦୨୦ରେ ଏହା ୫୩ ପ୍ରତିଶତକୁ ବୃଦ୍ଧିପାଇଛି। ମାଲିକାନା ଦୃଷ୍ଟିକୋଣରୁ ଭାରତରେ ୬୭% ମହିଳାଙ୍କ ନିକଟରେ ମୋବାଇଲ ଫୋନ ରହିଛି, ସେହି ସମୟରେ ୭୯% ପୁରୁଷଙ୍କ ନିକଟରେ ମୋବାଇଲ ଫୋନ ରହିଥିବା ଜଣାଯାଇଛି। ବିଗତ ବର୍ଷଗୁଡିକରେ ରିଲାଏନ୍ସ ଫାଉଣ୍ଡେସନ ଡିଜିଟାଲ ପାର୍ଥକ୍ୟ ଦୂର କରିବାକୁ ଲକ୍ଷ୍ୟ ରଖିଆସିଛି। ରିଲାଏନ୍ସ ଜିଓ ଜରିଆରେ ୧.୩ ବିଲିଅନ ଭାରତୀୟ ସର୍ବଭାରତୀୟ ସ୍ତରରେ ଡିଜିଟାଲ ବିପ୍ଳବ ଲକ୍ଷ୍ୟ କରିଛନ୍ତି ଯାହା ସେମାନଙ୍କ ଜୀବନକୁ ରୂପାନ୍ତରିତ କରିଛି। ୧୨୦ ନିୟୁତ ମହିଳା ଜିଓ ବ୍ୟବହାରକାରୀଙ୍କ ସହିତ ସଂପ୍ରତି ଜିଓ ଭାରତରେ ସର୍ବବୃହତ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ହୋଇଛି ଏବଂ ଡିଜିଟାଲ ପାର୍ଥକ୍ୟ ଦୂର କରିବାକୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି।

ମହିଳାମାନେ ଯେଉଁଭଳି ଭାବରେ ପ୍ରଯୁକ୍ତିର ସୁଯୋଗ ନିଅନ୍ତି ଏବଂ ତାହା ବ୍ୟବହାର କରନ୍ତି ସେଥିରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣି ମହିଳାମାନଙ୍କର ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବା ଦିଗରେ ସମାଧାନ ସୂତ୍ର ବାହାର କରିବାକୁ ଦି ୱିମେନ କନେକ୍ଟ ଚାଲେଞ୍ଜ ଏକ ବୈଶ୍ୱିକ ଆହ୍ୱାନ ହୋଇଛି। ଭାରତରେ ଲିଙ୍ଗଗତ ଡିଜିଟାଲ ପାର୍ଥକ୍ୟକୁ ହ୍ରାସ କରୁଥିବା ନୂତନ ଆଭିମୁଖ୍ୟକୁ ସମର୍ଥନ କରିବା ସକାଶେ ୟୁଏସଏଡ୍‌, ରିଲାଏନ୍ସ ଫାଉଣ୍ଡେସନ ସହିତ ସହଭାଗିତା କରିଛି ଏବଂ ନୂତନ ଅନୁଗ୍ରହୀତମାନେ ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣରେ ବୃଦ୍ଧି ଘଟାଇବାକୁ ପୂର୍ବର ୱିମେନକନେକ୍ଟ ପର୍ଯ୍ୟାୟଗୁଡିକରୁ ପ୍ରମାଣିତ କୌଶଳଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରିବେ।

ୟୁଏସଏଡ୍ ସମ୍ପର୍କରେ:

ୟୁଏସଏଡ୍ ବିଶ୍ୱର ଏକ ପ୍ରତିଷ୍ଠିତ ଆନ୍ତର୍ଜାତିକ ବିକାଶ ସଂସ୍ଥା ଏବଂ ଉତ୍‌ପ୍ରେରକ ହୋଇଛି ଯାହା ବିକାଶମୂଳକ ଫଳାଫଳକୁ ପରିଚାଳିତ କରୁଛି। ୟୁଏସଏଡ୍ ସମଗ୍ର ବିଶ୍ୱରେ ଜୀବନରେ ଉନ୍ନତି ଆଣିବା, ଗୋଷ୍ଠୀ ନିର୍ମାଣ, ଗଣତନ୍ତ୍ରକୁ ଆଗେଇନେବା ଦିଗରେ ସହାୟତା କରିବା ସହିତ ମହିଳା ସଶକ୍ତିକରଣକୁ ସଫଳ କରିବା ଦିଗରେ କାର୍ଯ୍ୟ କରୁଛି। ୟୁଏସଏଡ୍‌ର କାର୍ଯ୍ୟାବଳୀ ଆମେରିକାର ରାଷ୍ଟ୍ରୀୟ ନିରାପତା ଓ ଅର୍ଥନୈତିକ ସମୃଦ୍ଧିକୁ ଆଗେଇ ନେଉଛି; ଆମେରିକାର ଉଦାରପଣିଆକୁ ପ୍ରଦର୍ଶନ କରୁଛି ଏବଂ ରାଷ୍ଟ୍ରଗୁଡିକୁ ସେମାନଙ୍କର ବିକାଶ ଯାତ୍ରାରେ ଆଗକୁ ବଢିବାରେ ସହାୟତା କରୁଛି।

ମହିଳାମାନେ ପ୍ରଯୁକ୍ତିର ସୁଯୋଗ ନେବା କ୍ଷେତ୍ରରେ ଯେଉଁସବୁ ପ୍ରତିବନ୍ଧକ ସେମାନଙ୍କ ନିମନ୍ତେ ଅନ୍ତରାୟ ସୃଷ୍ଟିକରୁଛି ତାହା ଚିହ୍ନଟ କରି ସେଥିପାଇଁ ସମାଧାନ ପନ୍ଥା ପ୍ରସ୍ତୁତ କରିବାକୁ ୟୁଏସଏଡ୍ ଆଜି ପର୍ଯ୍ୟନ୍ତ ୧୬ ୱିମେନକନେକ୍ଟ ଚାଲେଞ୍ଜ ଅନୁଗ୍ରହୀତ କାର୍ଯ୍ୟକ୍ରମ ତିନିଟି ପୃଥକ ପୃଥକ ପର୍ଯ୍ୟାୟରେ କରିଛି ଏବଂ ୧୬ଟି ରାଷ୍ଟ୍ରରେ ପ୍ରାୟ ୬ ନିୟୁତ ମହିଳାଙ୍କୁ ସଂଯୁକ୍ତ କରୁଛି। ୨୦୧୮ରେ ୱିମେନକନେକ୍ଟ ପ୍ରଥମ ପର୍ଯ୍ୟାୟ ଆୟୋଜନ କରାଯାଇଥିଲା ଏବଂ ୯ ଅନୁଗ୍ରହୀତଙ୍କୁ ଅନୁଦାନ ଯୋଗାଇ ଦେଇଥିଲା ଏବଂ ଦ୍ୱିତୀୟ ୱିମେନକନେକ୍ଟ ପର୍ଯ୍ୟାୟରେ ୨୦୧୯ରେ ତିନିଟି ଅନୁଗ୍ରହୀତ ଅନୁଦାନ ଲାଭ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ୱିମେନକନେକ୍ଟ ତୃତୀୟ ପର୍ଯ୍ୟାୟରେ ୪ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା।

ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ:

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଜନସେବୀ ଶାଖା ରିଲାଏନ୍ସ ଫାଉଣ୍ଡେସନ ନବୀନତମ ଏବଂ ଦୀର୍ଘସ୍ଥାୟୀ ସମାଧାନଗୁଡିକ ଜରିଆରେ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଦେଖାଦେଉଥିବା ଚାଲେଞ୍ଜଗୁଡିକର ସମାଧାନ କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭୂମିକା ନିର୍ବାହ କରିବା ଲକ୍ଷ୍ୟ ରଖିଛି। ପ୍ରତିଷ୍ଠାତା ଏବଂ ଚେୟାରପର୍ସନ ଶ୍ରୀମତୀ ନିତା ଏମ ଅମ୍ବାନିଙ୍କ ନେତୃତ୍ୱରେ ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ (ଆରଏଫ) ସମସ୍ତଙ୍କ ପାଇଁ ସାମଗ୍ରିକ କଲ୍ୟାଣ ଏବଂ ଉଚ୍ଚତର ଜୀବନ ନିର୍ବାହ ସୁନିଶ୍ଚିତ କରିବା ପାଇଁ ଏକ ରୂପାନ୍ତରଣକାରୀ ପରିବର୍ତନକୁ ସୁଗମ କରିବା ଦିଗରେ ନିରଳସ ଭାବରେ କାର୍ଯ୍ୟ କରୁଛି। ଭାରତର ସର୍ବବୃହତ ସାମାଜିକ ପ୍ରୟାସଗୁଡିକ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଗ୍ରାମାଂଚଳ ରୂପାନ୍ତରଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିକାଶ ପାଇଁ କ୍ରୀଡା, ବିପର୍ଯ୍ୟୟ ମୁକାବିଲା, ସହରାଂଚଳ ନବିକରଣ ଏବଂ କଳା, ସଂସ୍କୃତି ଓ ଐତିହ୍ୟ ଆଦି କ୍ଷେତ୍ରରେ ରାଷ୍ଟ୍ରର ବିକାଶମୂଳକ ଚାଲେଞ୍ଜଗୁଡିକ ସମାଧାନ ଦିଗରେ ଦୃଷ୍ଟିନିବଦ୍ଧ କରିଆସୁଛି। ସମଗ୍ର ଭାରତରେ ୪୪,୭୦୦ରୁ ଅଧିକ ଗ୍ରାମ ଏବଂ ଅନେକ ସହରାଂଚଳ ସ୍ଥଳଗୁଡିକରେ ରିଲାଏନ୍ସ ଫାଉଣ୍ଡେସନ ୫୧ ନିୟୁତରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିସାରିଛି।

ଅନୁଗ୍ରହୀତଙ୍କ ନାମ ଘୋଷଣା ରିଲାଏନ୍ସ ଫାଉଣ୍ଡେସନ ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.