Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଇସିଜିସି ରେ ୪,୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ, ୫୯ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ
ବିଶେଷ ଖବର

ଇସିଜିସି ରେ ୪,୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ, ୫୯ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ

September 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଇସିଜିସି ପୂର୍ବରୁ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ନାମରେ ପରିଚିତ ଥିଲା। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୦୨୬ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ଇସିଜିସି ଲିମିଟେଡରେ ଏହି ଅର୍ଥ ନିବେଶ କରାଯିବ। ପ୍ରାରମ୍ଭିକ ପବ୍ଲିକ ଅଫରିଂ ମାଧ୍ୟମରେ ଇସିଜିସିର ଲିଷ୍ଟିଂ ପ୍ରକ୍ରିୟା ସହିତ ଉପଯୁକ୍ତ ଭାବେ ତାଳମେଳ ପ୍ରତିଷ୍ଠା କରିବା ଲାଗି କରାଯାଇଥିବା ପ୍ରୟାସ ସହ ଅନୁମୋଦିତ ପୁଞ୍ଜି ବିନିଯୋଗ ଅଧିକ ରପ୍ତାନିକୁ ସମର୍ଥନ କରିବା ଲାଗି ଇସିଜିସିର ଅଣ୍ଡର ରାଇଟିଂ କ୍ଷମତାକୁ ବଢ଼ାଇବ।

ବାଣିଜ୍ୟିକ ଏବଂ ରାଜନୈତିକ କାରଣରୁ ବିଦେଶୀ କ୍ରେତାମାନେ ଅର୍ଥ ପଇଠ ନକରିବା ବିପଦ ରହିଥାଏ। ଏହାର ମୁକାବିଲା ଲାଗି ରପ୍ତାନିକାରୀମାନଙ୍କୁ ଋଣ ବୀମା ସେବା ଯୋଗାଇ ଦେଇ ରପ୍ତାନିର ପ୍ରୋତ୍ସାହନ ନିମନ୍ତେ, ୧୯୫୭ରେ କମ୍ପାନୀ ଆଇନ ଅଧୀନରେ ଭାରତ ସରକାରଙ୍କ ଦ୍ବାରା ଇସିଜିସି ପ୍ରତିଷ୍ଠା କରାଯାଇଥିଲା।

ରପ୍ତାନି ଋଣଗ୍ରହିତାମାନଙ୍କୁ ରପ୍ତାନି ଋଣ ଯୋଗାଇ ଦେବା କ୍ଷେତ୍ରରେ ରହିଥିବା ବିପଦର ମୁକାବିଲା ନିମନ୍ତେ ଏହା ମଧ୍ୟ ବ୍ୟାଙ୍କଗୁଡ଼ିକୁ ବୀମା ଯୋଗାଇ ଦେଇଥାଏ। ଭାରତୀୟ ରପ୍ତାନିର ପ୍ରଗତି ଏବଂ ଅଭିବୃଦ୍ଧି ନିମନ୍ତେ ଇସିଜିସି ନିଜର ଅଭିଜ୍ଞତା, ବିଶେଷଜ୍ଞତା, ଅନ୍ତର୍ନିହିତ ପ୍ରତିବଦ୍ଧତା ମାଧ୍ୟମରେ ଭାରତୀୟ ରପ୍ତାନି ଉଦ୍ୟୋଗଗୁଡ଼ିକ ସହାୟତା ଦେବା କ୍ଷେତ୍ରରେ କାର‌୍ୟ୍ୟ କରିଥାଏ।

ଶ୍ରମ ପ୍ରଧାନ କ୍ଷେତ୍ରର ରପ୍ତାନିକୁ ସମର୍ଥନ ଯୋଗାଇ ଦେବା ଏବଂ କ୍ଷୁଦ୍ର ରପ୍ତାନିକାରୀ ଉଦ୍ୟୋଗଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ସେମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବା କ୍ଷେତ୍ରରେ ଇସିଜିସି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଇସିଜିସିରେ ପୁଞ୍ଜି ବିନିଯୋଗ ଫଳରେ ରପ୍ତାନି ଆଧାରିତ ଉଦ୍ୟୋଗ ବିଶେଷ କରି ଶ୍ରମ ପ୍ରଧାନ କ୍ଷେତ୍ରକୁ ସହାୟତା ପାଇଁ ଏହାର କ୍ଷମତା ବୃଦ୍ଧି ପାଇବ।

ଅନୁମୋଦିତ ପୁଞ୍ଜି କିସ୍ତି ଆକାରରେ ବିନିଯୋଗ କରାଯିବ ଯାହାକି ଏହାର ଅଣ୍ଡରରାଇଟ୍ ବିପତ୍ତି ପରିଚାଳନା କ୍ଷମତାକୁ ୮୮,୦୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ବୃଦ୍ଧି କରିବ। ଯାହାଫଳରେ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଆଗାମୀ ୫ ବର୍ଷର ଅବଧି କାଳରେ ଏହା ୫.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ରପ୍ତାନିକୁ ସମର୍ଥନ ଲାଗି ଏହା ସୁବିଧା ଯୋଗାଇ ପାରିବ।

ଏହାବ୍ୟତୀତ ବିଶ୍ବ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ‘ଏକ୍ସପୋର୍ଟ ଟୁ ଜବ୍ସ’ ରିପୋର୍ଟ ଅନୁଯାୟୀ, ୫.୨୮ ଲକ୍ଷ କୋଟି ଟଙ୍କାର ରପ୍ତାନି ଫଳରେ ୨.୬ ଲକ୍ଷ ଔପଚାରିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଧିକନ୍ତୁ, ଉଭୟ ଔପଚାରିକ ଏବଂ ଅନୌପଚାରିକ କ୍ଷେତ୍ରକୁ ମିଶାଇ ୫୯ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

LPG ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବ କି?: ସ୍ପଷ୍ଟ କଲେ ସରକାର

May 3, 2026
Latest News

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026

ଗୁଳି ଫୁଟାଇ ଲୁଟି ନେଲେ ସୁନା – ରୂପା

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.