Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନଇଆଇଏ ଯୋଜନାରେ ୧୬ ହଜାର ୫୦୦ କୋଟି ଟଙ୍କା ନିବେଶ କରିବାକୁ କେନ୍ଦ୍ର ସରକାରଙ୍କ ମଂଜୁରୀ
ବିଶେଷ ଖବର

ଏନଇଆଇଏ ଯୋଜନାରେ ୧୬ ହଜାର ୫୦୦ କୋଟି ଟଙ୍କା ନିବେଶ କରିବାକୁ କେନ୍ଦ୍ର ସରକାରଙ୍କ ମଂଜୁରୀ

September 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏନଇଆଇଏ ଯୋଜନାରେ ୧୬ ହଜାର ୫୦୦ କୋଟି ଟଙ୍କା ନିବେଶ କରିବାକୁ କେନ୍ଦ୍ର ସରକାରଙ୍କ ମଂଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ରପ୍ତାନୀ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଧାରାକୁ ଜାରି ରଖି, ସରକାର ଆଜି ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ୍‍ (ଏନଇଆଇଏ)କୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସହାୟତା ବାବଦକୁ ୧,୬୫୦୦ କୋଟି ଟଙ୍କା ଯୋଗାଇଦେବା ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ୍‍, ୨୦୨୧-୨୨ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ସହାୟତା ଯୋଗାଇ ଦିଆଯିବ ।

ଏନଇଆଇଏ ଟ୍ରଷ୍ଟ ୨୦୦୬ ମସିହାରେ ଗଠନ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ହେଲା ଭାରତରୁ ରଣନୀତିକ ଏବଂ ଜାତୀୟ ଗୁରୁତ୍ୱ ବହନ କରୁଥିବା ସାମଗ୍ରୀ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇବା । ଏନଇଆଇଏ ମଧ୍ୟମ ଏବଂ ଦୀର୍ଘକାଳୀନ ଭିତ୍ତି (ଏଲଏଲଟି)/ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇଥାଏ ଏବଂ ଏଥିପାଇଁ ଇସିଜିସି (ଇସିଜିସି ଲିମିଟେଡ଼ ଦ୍ୱାରା ଜାରି କରାଯାଇଥିବା ସହାୟତା (ଆଂଶିକ/ପୂର୍ଣ୍ଣ)କୁ ସମର୍ଥନ କରିଥାଏ । ଏହାକୁ ପୂର୍ବରୁ ଭାରତୀୟ ରପ୍ତାନୀ ଋଣ ଗ୍ୟାରେଣ୍ଟି କର୍ପୋରେସନ୍‍ ଲିମିଟେଡ଼ ବୋଲି କୁହାଯାଉଥିଲା ଏବଂ ତାହା ଏମଏଲଟି/ ରପ୍ତାନୀ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ବାୟର୍ସ କ୍ରେଡିଟ୍‍ (ବିସି- ଏନଇଆଇଏ) ପାଇଁ ଏକଜିମ୍‍ ବ୍ୟାଙ୍କ ଭାରତର ରପ୍ତାନୀ ପ୍ରକଳ୍ପମାନଙ୍କ ନିମନ୍ତେ ଅନୁବନ୍ଧିତ ଥିଲା ।

ଏନଇଆଇଏରେ ପୁଂଜି ପ୍ରବେଶ ଦ୍ୱାରା ଭାରତୀୟ ରପ୍ତାନୀକାରୀ ପ୍ରକଳ୍ପ (ଆଇପିଇ)କୁ ଆବଶ୍ୟକ ସହାୟତା ମିଳିପାରିବ ଏବଂ ସେମାନେ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରି ରପ୍ତାନୀ ପ୍ରକଳ୍ପରେ ଥିବା ବିପୁଳ ସାମର୍ଥ୍ୟକୁ ହାସଲ କରିପାରିବେ । ଏଭଳି ଭାରତୀୟ କଣ୍ଟେଣ୍ଟ୍‍ ଥିବା ରପ୍ତାନୀ ପ୍ରକଳ୍ପକୁ ସହାୟତା ଯୋଗାଣ ସାରା ଦେଶରୁ କରାଯିବ ଏବଂ ତାହା ଭାରତରେ ଉତ୍ପାଦନକୁ ବୃଦ୍ଧି କରିବ । ୧,୬୫୦ କୋଟି ଟଙ୍କା କର୍ପସ୍‍ ପାଣ୍ଠି ପ୍ରଦାନ ଟ୍ରଷ୍ଟର ସାମର୍ଥ୍ୟକୁ ବହୁଗୁଣିତ କରିବ ଏବଂ ଟ୍ରଷ୍ଟ ପ୍ରାୟ ୩୩,୦୦୦କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ରପ୍ତାନୀ ପ୍ରକଳ୍ପକୁ ସହାୟକ ହୋଇପାରିବ । ଏହା ବ୍ୟତୀତ ଏହି ଅର୍ଥରେ ଟ୍ରଷ୍ଟ ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରିପାରିବ ଯାହାକିଘରୋଇ ଭାବେ ଉତ୍ପାଦିତ ଦ୍ରବ୍ୟକୁ ଆନୁମାନିକ ୨୫,୦୦୦ କୋଟି ଟଙ୍କା ମୂଲ୍ୟର ପରିଣତ କରିପାରିବ ।

ଏହା ବ୍ୟତୀତ ଏହି ପ୍ରକଳ୍ପରେ ଆନୁମାନିକ ୭୫% ଭାରତୀୟ କଣ୍ଟେଣ୍ଟ ଯାହାକି ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତି ଶ୍ରମ ସଂଗଠନ (ଆଇଏଲଓ) ଦ୍ୱାରା ଜାରି ‘ଏକ୍ସପୋର୍ଟ ଟୁ ଜବ୍ସ’ ରିପୋର୍ଟରେ ଉଲ୍ଲେଖ ରହିଛି, ସେହି ହାର ଅନୁସାରେ ଏହା ଦ୍ୱାର ପ୍ରାୟ ୧୨,୦୦୦ କର୍ମଚାରୀ ସଂଗଠିତ କ୍ଷେତ୍ରକୁ ଯାଇପାରିବେ ବୋଲି ଆକଳନ କରାଯାଇଛି । ଅଧିକନ୍ତୁ, ସଂପୃକ୍ତ କ୍ଷେତ୍ରରେ ପ୍ରାୟ ୨.୬ ଲକ୍ଷ କର୍ମଚାରୀ କର୍ମନିଯୁକ୍ତିର ସୁଯୋଗ ପାଇପାରିବେ ଯାହାକି ଏହି ରିପୋର୍ଟ ଆଧାରରେ ହିଁ ହିସାବ କରି ଦେଖାଯାଇଛି ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.