Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସର ନୂଆ ଶକ୍ତି ଅଭିଯାନକୁ ପ୍ରଦାନ କରିଛି ଏକ ବିଶ୍ଵସ୍ତରୀୟ ଓ ଉଲ୍ଲେଖନୀୟ ପରିଚାଳନା
ଆଜିର ଖବର

ରିଲାଏନ୍ସର ନୂଆ ଶକ୍ତି ଅଭିଯାନକୁ ପ୍ରଦାନ କରିଛି ଏକ ବିଶ୍ଵସ୍ତରୀୟ ଓ ଉଲ୍ଲେଖନୀୟ ପରିଚାଳନା

October 10, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର  ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଆରଇସି ସୋଲାର ହୋଲ୍‌ଡିଂସ୍ ଏଏସ୍ (ଆର୍‌ଇସି) ଗ୍ରୁପ୍‌ର ୧୦୦% ଅଂଶଧନକୁ ଚାଇନା ନ୍ୟାସନାଲ୍ ବ୍ଲୁ ଷ୍ଟାର୍ ଗ୍ରୁପ୍ କୋ ଲିମିଟେଡ୍ ଠାରୁ ୭୭୧ ନିୟୁତ ଡଲାର ସଂସ୍ଥାଗତ ମୂଲ୍ୟରେ ଅଧିଗ୍ରହଣ କରିଛି।

ଆର୍‌ଇସିର ମୁଖ୍ୟ କାର୍ଯ୍ୟାଳୟ ନରୱେରେ ଥିବା ବେଳେ ଏହାର ପରିଚାଳନା ମୁଖ୍ୟ କାର୍ଯ୍ୟାଳୟ ସିଙ୍ଗାପୁରରେ ରହିଛି ଏବଂ ଆଂଚଳିକ ହବ୍‌ଗୁଡ଼ିକ ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ରହିଛି। ସ୍ୱଚ୍ଛ ଓ ସୁଲଭ ମୂଲ୍ୟର ସୌର ଶକ୍ତି ଲାଗି ପ୍ରଯୁକ୍ତି ନବସୃଜନ ଓ ଉତ୍କୃଷ୍ଟ, ଉଚ୍ଚ କ୍ଷମତା ଏବଂ ଲମ୍ବା ଅବଧିର ସୋଲାର ସେଲ୍ ଓ ପ୍ୟାନେଲ୍ ଜରିଆରେ ଶିଳ୍ପର ଅଗ୍ରଣୀ ଆନ୍ତର୍ଜାତିକ ସୌର ଶକ୍ତି କଂପାନି ହେଉଛି ଆର୍‌ଇସି ଗ୍ରୁପ୍। ଏହି ୨୫ ବର୍ଷ ପୁରୁଣା କଂପାନିର ତିନିଟି ନିର୍ମାଣ କାରଖାନା ରହିଛି ଯାହା ମଧ୍ୟରେ ସୋଲାର ମାନର ପଲିସିଲିକନ୍ ପ୍ରସ୍ତୁତ କରିବା ଲାଗି ନରୱେରେ ଦୁଇଟି ଏବଂ ପିଭି ସେଲ୍ ଓ ମଡ୍ୟୁଲ୍‌ସ ତିଆରି କରିବା ଲାଗି ସିଙ୍ଗାପୁରରେ ଗୋଟିଏ କାରଖାନା ରହିଛି।

ଦକ୍ଷତା, ଭରସାଯୋଗ୍ୟତା ଓ ଲମ୍ବା ଗ୍ୟାରେଂଟିର ଜୀବନ ଦୃଷ୍ଟିରୁ ଆର୍‌ଇସିର ଆଲ୍‌ଫା ଓ ଆଲ୍‌ଫା ପ୍ୟୁର୍ ରେଂଜ୍ ଶିଳ୍ପର ଅଗ୍ରଣୀ ସୋଲାର ମଡ୍ୟୁଲ୍ ମାନ୍ୟତା ହାସଲ କରିଛି । ଆର୍‌ଇସିର ୬୦୦ରୁ ଅଧିକ ୟୁଟିଲିଟି ଓ ଡିଜାଇନ୍ ପେଟେଂଟ୍ ରହିଛି ଯେଉଁଥିରୁ ୪୪୬ ମଂଜୁର କରାଯାଇଛି ଏବଂ ବଳକା ଅନୁଶୀଳନ ପର୍ଯ୍ୟାୟରେ ରହିଛି। ଏହା ସର୍ବଦା ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱାରୋପ କରେ ଏବଂ ଏବେ ଏହା  ରିଲାଏନ୍ସର ବିଶ୍ୱସ୍ତରୀୟ ନବସୃଜନ, ବ୍ୟାପକତା ଏବଂ ପରିଚାଳନା ଉତ୍କର୍ଷ ଜରିଆରେ ଅଭିନବ ପ୍ରଯୁକ୍ତି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ଏବଂ ନୂଆ ଉତ୍ପାଦ ଉପସ୍ଥାପନ କରିପାରିବ।

ଅଗ୍ରଣୀ ନବସୃଜନ ପାଇଁ ବିଶ୍ୱର ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍ ଭାବେ ଆର୍‌ଇସି ଜଣାଶୁଣା। ଅଧା କଟା ପାସିଭେଟେଡ୍ ଏମିଟର ଆଣ୍ଡ୍ ରିୟର ସେଲ୍ (ପିଇଆର୍‌ସି) ପ୍ରଯୁକ୍ତି ଉପସ୍ଥାପନ କରିବାରେ ଆରଇସି ପ୍ରଥମ ଯାହାକୁ ବର୍ତମାନ ସମସ୍ତ ପ୍ରମୁଖ ଉତ୍ପାଦନକାରୀମାନେ ଗ୍ରହଣ କରୁଥିବା ବେଳେ ଆର୍‌ଇସି ଆଗକୁ ବଢ଼ି ପରବର୍ତୀ ପିଢ଼ିର ଏଚ୍‌ଜିଟି ପ୍ରଯୁକ୍ତି ବ୍ୟବହାର କରୁଛି। ପଲିସିଲିକନ୍ ନିର୍ମାଣରେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବାର ସମ୍ମାନଜନ ମାନ୍ୟତା ଆର୍‌ଇସିର ନରୱେ ପରିଚାଳନା ବ୍ୟବସ୍ଥାକୁ ମିଳିଛି।

ସାରା ବିଶ୍ୱରେ ଆରଇସିର ୧୩୦୦ରୁ ଅଧିକ କର୍ମଚାରୀ ରହିଛନ୍ତି। ଏହି କାରବାର ସଫଳତାର ସହ ସମାପନ ହେବା ପରେ ସେମାନେ ରିଲାଏନ୍ସ ପରିବାରର ଗୌରବମୟ ସଦସ୍ୟ ହେବେ ଏବଂ ସବୁଜ ଶକ୍ତି ରୂପାନ୍ତରଣ ପାଇଁ ରହିଥିବା ବିଶ୍ୱର ସବୁଠୁ ମହତ୍ୱକାଂକ୍ଷୀ ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଥିବା ଟିମ୍‌ର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହେବେ।

ସିଙ୍ଗାୁପରରେ ୨-୩ ଗିଗାୱାଟ୍ ସେଲ୍ ଏବଂ ମଡ୍ୟୁଲ୍‌, ଫ୍ରାନ୍ସରେ ନୂଆ ୨ ଗିଗାୱାଟ୍ ସେଲ୍ ଓ ମଡ୍ୟୁଲ୍ ୟୁନିଟ୍ ଏବଂ ଆମେରିକାରେ ଆଉ ଏକ ୧ ଗିଗାୱାଟ୍ ମଡ୍ୟୁଲ୍ ପ୍ଲାଂଟ୍‌ର ସମ୍ପ୍ରସାରଣ ଲାଗି ଆର୍‌ଇସି ଯେଉଁ ଯୋଜନା ରଖିଛି ତାହାକୁ ରିଲାଏନ୍ସ ଦୃଢ଼ ଭାବେ ସମର୍ଥନ କରିବ।

ଭାରତରେ ରିଲାଏନ୍ସ ପକ୍ଷରୁ ଜାମନଗରର ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସରେ ଏହାର ସମ୍ପୂର୍ଣ୍ଣ ମେଟାଲିକ୍ ସିଲିକନ୍‌ରୁ ପିଭି ପ୍ୟାନେଲ୍ ନିର୍ମାଣ ଗିଗା କାରଖାନାରେ ଶିଳ୍ପର ଏହି ଅଗ୍ରଣୀ ପ୍ରଯୁକ୍ତିକୁ ବ୍ୟବହାର କରିବା ଲାଗି ଯୋଜନା ରହିଛି, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୪ ଗିଗାୱାଟ୍‌ରୁ ଆରମ୍ଭ ହେବ ଏବଂ ଶେଷରେ ବାର୍ଷିକ ୧୦ ଗିଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବ୍ୟାପକ, ପ୍ରକଳ୍ପ କାର୍ଯ୍ୟକାରିତା ଏବଂ ପରିଚାଳନା ଉତ୍କର୍ଷରେ ରିଲାଏନ୍ସର ରହିଥିବା ଗଭୀର ଅଭିଜ୍ଞତା ସହିତ ଆର୍‌ଇସିର ପ୍ରଯୁକ୍ତି ମିଶିବା ଦ୍ୱାରା ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଳକ୍ସରେ ଏକ ଷ୍ଟେଟ୍‌-ଅଫ୍‌-ଆର୍ଟ ପରବର୍ତୀ ପିଢ଼ିର ସମ୍ପୂର୍ଣ୍ଣ ସମନ୍ୱିତ ପିଭି ନିର୍ମାଣ ବ୍ୟବସ୍ଥା ସ୍ଥାପନ କରିବାରେ ସହାୟକ ହେବ ଏବଂ ପରବର୍ତୀ ସମୟରେ ସମଗ୍ର ବିଶ୍ୱରରେ ଏହି ପ୍ରକଳ୍ପକୁ ସ୍ଥାପନ କରାଯାଇଛି। ଆର୍‌ଇସିକୁ ଅଧିଗ୍ରହଣ ରିଲାଏନ୍ସକୁ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ସମେତ ଏସିଅ।। ବିଭିନ୍ନ ସ୍ଥାନ ଭଳି ପ୍ରମୁଖ ଶକ୍ତି ବଜାରରେ ଆଗକୁ ବଢ଼ିବା ଏବଂ ସମ୍ପ୍ରସାରିତ ହେବା ଲାଗି ସୁଯୋଗ ପ୍ରଦାନ କରିବ ଏବଂ ଏକ ପ୍ରସ୍ତୁତ ହୋଇ ରହିଥିବା ବିଶ୍ୱସ୍ତରୀୟ ପ୍ଲାଟଫର୍ମ ପ୍ରଦାନ କରିବାରେ ସହାୟକ ହେବ।

ଏହି ଅଧିଗ୍ରହଣ ସମ୍ପର୍କରେ ଶ୍ରୀଯୁକ୍ତ ମୁକେଶ ଅମ୍ବାନି, ଅଧ୍ୟକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “ଆମର ଆରଇସି ଅଧିଗ୍ରହଣକୁ ନେଇ ବହୁତ ଖୁସି କାରଣ ଏହା ସୂର୍ଯ୍ୟ ଦେବଙ୍କ ଅସୀମିତ ଏବଂ ବର୍ଷ ବ୍ୟାପୀ ଶକ୍ତିକୁ ହାସଲ କରିବାରେ ରିଲାଏନ୍ସ ପାଇଁ ସହାୟକ ହେବ, ଯେଉଁଥି ପାଇଁ ପ୍ରକୃତିକ ବରଦାନ ପ୍ରାପ୍ତ ହୋଇଥିବା ଭାରତ ହେଉଛି ସୌଭାଗ୍ୟଶାଳୀ। ଚଳିତ ଦଶନ୍ଧୀ ଶେଷ ହେବା ପୂର୍ବରୁ ୧୦୦ ଗିଗାୱାଟ୍ ସ୍ୱଚ୍ଛ ଓ ସବୁଜ ଶକ୍ତି ପାଇଁ ରିଲାଏନ୍ସ ଯେଉଁ ଲକ୍ଷ୍ୟ ରଖିଛି ତାହାକୁ ହାସଲ କରିବା ଲାଗି ନୂଆ ଓ ଉନ୍ନତ ପ୍ରଯୁକ୍ତି ଏବଂ ପରିଚାଳନା ଦକ୍ଷତାରେ ନିବେଶ କରିବା ଲାଗି ରହିଥିବା ରଣନୀତି ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ଏକ ନିର୍ଦିଷ୍ଟ କଂପାନି ଭାବେ ଏହା ହେବ ସର୍ବବୃହତ ଯୋଗଦାନ। ଜଳବାୟୁ ସଙ୍କଟ ଦୂର କରିବା ଲାଗି ସବୁ ଶକ୍ତି ରୂପାନ୍ତରଣରେ ଏହା ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟରେ ପରିଣତ କରିବ।

ଆମର ନିବେଶରେ ହୋଇଥିବା ନିବେଶ ସହିତ ଏକ ବିଶ୍ୱସ୍ତରୀୟ ଫଟୋଭୋଲଟାଇକ୍ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରିବା ଏବଂ ସୁଲଭ ମୂଲ୍ୟ ତଥା ଉଚ୍ଚ ଦକ୍ଷତାର ସୋଲାର ପ୍ୟାନେଲ୍ ନିର୍ମାଣରେ ଭାରତକୁ ଏକ ଉତ୍ପାଦନ ହବ୍‌ରେ ପରିଣତ କରିବା ଲାଗି ରିଲାଏନ୍ସ ପ୍ରସ୍ତୁତ ରହିଛି। ଉଚ୍ଚ ମାନ, ଭରସାଯୋଗ୍ୟ ଶକ୍ତି ସୁଲଭ ମୂଲ୍ୟରେ ଭାରତ ଓ ସାରା ଦୁନିଆରେ ଥିବା ଆମ ଗ୍ରାହକମାନଙ୍କୁ ପ୍ରଦାନ କରିବା ଲାଗି ସର୍ବାଧିକ ଭରସାଯୋଗ୍ୟତା, ଦକ୍ଷତା ଏବଂ ସୁଲଭତା ହାସଲ କରିବା ଲାଗି ଆମେ ବିଶ୍ୱସ୍ତରୀୟ ସଂସ୍ଥାରେ ନିବେଶ କରିବା, ଗଠନ କରିବା ଏବଂ ସହଯୋଗିତା ସ୍ଥାପନ କରିବା ଜାରି ରଖିବୁ। ଗ୍ରାମାଚଂଳ ଓ ସହରାଚଂଳରେ ବିକେନ୍ଦ୍ରୀକରଣ ଭାବେ ନିୟୁତାଧିକ ସବୁଜ ଶକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ରହିଥିବା ବିପୁଳ ସମ୍ଭାବନା ପ୍ରତି ସମର୍ଥନ ପ୍ରଦାନ କରୁଥିବାରୁ ଆମେ ବହୁତ ଖୁସି।

ମୁଁ ଆନ୍ତରିକତାର ସହିତ ଆରଇସିର ବହୁଦେଶୀୟ କର୍ମଚାରୀମାନଙ୍କୁ ରିଲାଏନ୍ସ ପରିବାରକୁ ସ୍ୱାଗତ କରୁଛି ଏବଂ ମୁଁ ନିଶ୍ଚିତ ଯେ ସେମାନେ ସବୁଜ ଶକ୍ତି ଦ୍ୱାରା ଆଗକୁ ବଢ଼ିବାକୁ ଥିବା ଏକ ନିରନ୍ତର ଓ ଅନ୍ତର୍ଭୁକ୍ତୀକରଣ ବିକାଶର ନୂଆ ଯୁଗରେ ଭାରତ ଓ ଦୁନିଆର ନେତୃତ୍ୱ ନେବା ଲାଗି ରହିଥିବା ଅନ୍ୟତମ ସବୁଠୁ ଆକର୍ଷଣୀୟ ଓ ମହତ୍ୱକାଂକ୍ଷୀ ଲକ୍ଷ୍ୟର ସେମାନେ ଅଂଶ ହେବେ। ଅଗାଢ଼ ପ୍ରତିବଦ୍ଧତା ଓ ସଂକଳ୍ପ ସହିତ ପୃଥିବୀ ମାତର ଯତ୍ନ ପାଇଁ ଏବଂ ଗ୍ରହରରେ ଥିବା ସମସ୍ତ ଲୋକମାନଙ୍କ ଯତ୍ନ ପାଇଁ ଆମେ ମିଳିତ ଭାବେ ଆମ ଦ୍ୱାରା ହେବାକୁ ଥିବା କାମ କରିପାରିବା ଯାହା ହେଉଛି ରିଲାଏନ୍ସର ବ୍ୟବସାୟ ଦର୍ଶନର ମୂଳମନ୍ତ୍ର।’’

ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.