Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାର୍‌ରେ ୪୦% ଅଂଶ ଅଧିଗ୍ରହଣ କରିବ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍‌
ଆଜିର ଖବର

ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାର୍‌ରେ ୪୦% ଅଂଶ ଅଧିଗ୍ରହଣ କରିବ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍‌

October 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ୍‌) ଏସଡବ୍ଲୁଏସଏଲ୍‌ରେ ୪୦% ଅଂଶ ପୋଷ୍ଟ-ମନି ଅଧିଗ୍ରହଣ କରିବାକୁ ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ (ଏସପିସିପିଏଲ୍‌), ଖୁର୍ଶିଦ ଦାରୁୱାଲା ଏବଂ ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡ ସହିତ ଏକ ନିର୍ଣ୍ଣାୟକ ରାଜିନାମାକୁ କାର୍ଯ୍ୟକାରୀ କରିଛି।

ବିଶ୍ୱସ୍ତରରେ ୧୧ରୁ ଅଧିକ ଗଗାୱାଟ୍ ସୌର ଟର୍ଣ୍ଣକି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଏବଂ ୫ ଦଶନ୍ଧିର ଇଞ୍ଜିନିୟରିଂ ଅଭିଜ୍ଞତା ରହିଥିବା ଏସଡବ୍ଲୁଏସଏଲ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଏବଂ ଖ୍ୟାତିସଂପନ୍ନ ଇପସି ଏବଂ ଓଆଣ୍ଡଏମ୍ ସଂସ୍ଥା ହୋଇଛି। କମ୍ପାନୀର ୩୦୦୦ରୁ ଉର୍ଦ୍ଧ୍ୱ ମଜଭୁତ ଟିମ୍ ଏବଂ ୨୪ ରାଷ୍ଟ୍ରରେ ଉପସ୍ଥିତି ରହିଛି ଏବଂ ଏହା ଡିଜାଇନ, ସଂଗ୍ରହ, ନିର୍ମାଣ, ପ୍ରକଳ୍ପ ପରିଚାଳନା, କାର୍ଯ୍ୟକାରିତା ଏବଂ ପରିଚାଳନା ଆଦି କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ବର୍ଗର ସୌର ଶକ୍ତି ଟର୍ଣ୍ଣକି ସମାଧାନ ଯୋଗାଉଛି।

ଅଧୁନାତମ ଏବଂ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ପ୍ରଯୁକ୍ତି କୌଶଳ ଏବଂ ବିକାଶ ସାମର୍ଥ୍ୟ ଆଧାରରେ ସବୁଜ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାକୁ ରିଲାଏନ୍ସ ପ୍ରତିବଦ୍ଧ ଅଟେ। ଏସଡବ୍ଲୁଏସଏଲ୍ ସହିତ ଏହି ସହଭାଗିତା ଏହାକୁ ବିଶ୍ୱ ଶ୍ରେଣୀର ପ୍ରତିଭା, ଇଞ୍ଜିନିୟରିଂ ଏବଂ ପ୍ରକଳ୍ପ ପରିଚାଳନା କୁଶଳତାର ସୁଯୋଗ ଉପଲବ୍ଧ କରାଇବ ଏବଂ ଭାରତ ତଥା ସମଗ୍ର ବିଶ୍ୱରେ ଉଚ୍ଚ ମାନର, ମୂଲ୍ୟ ସଂଚୟକାରୀ ଏବଂ ସମୟଭତିକ ଗିଗା ସବୁଜ ଶକ୍ତି କ୍ଷମତା ସ୍ଥାପନ ନିମନ୍ତେ ଆବଶ୍ୟକ ଡିଜିଟାଲ ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ସାମଗ୍ରୀ ଯୋଗାଡ ତଥା ପ୍ରକଳ୍ପ କାର୍ଯ୍ୟକାରିତା ଆଦି ସମସ୍ତ ମୁଖ୍ୟ ଉପାଦାନ କ୍ଷେତ୍ରରେ ରିଲାଏନ୍ସର ପ୍ରମାଣିତ ଦକ୍ଷତା ପାଇଁ ପରିପୂରକ ହେବ।

ଏହି କାରବାର ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ଆମର ନୂତନ ଶକ୍ତି ପ୍ଲାଟଫର୍ମ ନିର୍ମାଣ ଦିଗରେ ଏକ ରଣକୌଶଳାତ୍ମକ ସହଭାଗୀ ଭାବରେ ଆମେ ଏସଡବ୍ଲୁଏସଏଲ୍‌କୁ ସ୍ୱାଗତ କରୁଛୁ। ଏସଡବ୍ଲୁଏସଏଲ ତାହାର ଇଞ୍ଜିନିୟରିଂ ପ୍ରତିଭା, ନିଜସ୍ୱ କ୍ଷେତ୍ରରେ ଗଭୀର ଜ୍ଞାନ, ବିଶ୍ୱସ୍ତରୀୟ ଉପସ୍ଥିତି ଏବଂ ବିଶ୍ୱସ୍ତରରେ କେତେକ ସବୁଠାରୁ ଜଟିଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଅଭିଜ୍ଞତାକୁ ନେଇ ଆମର ସୌର ମୂଲ୍ୟ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ଏହା ଆମକୁ ଭାରତୀୟ ଗ୍ରାହକଙ୍କ ପାଇଁ ଆମର ପୂର୍ଣ୍ଣାଙ୍ଗ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବ୍ୟବସ୍ଥା ଏବଂ ତଦ୍ଦ୍ୱାରା କମ୍ ମୂଲ୍ୟ ବିଶିଷ୍ଟ ସବୁଜ ଶକ୍ତି ଯୋଗାଇବାରେ ସମର୍ଥ କରାଇବ। ଖୁର୍ଶିଦ ଦାରୁୱାଲାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନବୋଧ ରହିଛି ଏବଂ ବିଗତ ବର୍ଷଗୁଡିକରେ ସେ ଯେଉଁ ବିଶ୍ୱ ଶ୍ରେଣୀର ସଂସ୍ଥା ଗଠନ କରିଛନ୍ତି ଏବଂ ଏସଡବ୍ଲୁଏସଏଲକୁ ଏକ ବିଶ୍ୱସ୍ତରୀୟ ଇପିସି ଏବଂ ଓଆଣ୍ଡଏମ୍ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାରେ ପରିଣତ କରିବାକୁ ଦୂରଦୃଷ୍ଟି ରଖିଛନ୍ତି, ତାହାକୁ ଆମେ ସମ୍ମାନ ଜଣାଉଛୁ।”

ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ ଶ୍ରୀ ଶାପୁର ମିସ୍ତ୍ରୀ କହିଛନ୍ତି, “ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡରେ ଆମେ ରିଲାଏନ୍ସକୁ ସ୍ୱାଗତ କରୁଛୁ। ବିଗତ ଦଶନ୍ଧିଗୁଡିକରେ ତିନି ପିଢି ଧରି ଶାପୁରଜୀ ପାଲୋନଜୀ ଗ୍ରୁପ୍ ଷ୍ଟର୍ଲି ଆଣ୍ଡ ୱିଲସନ୍‌କୁ ଶକ୍ତି ମୂଲ୍ୟ ଶୃଙ୍ଖଳରେ ଟର୍ଣ୍ଣକି ସମାଧାନ ଯୋଗାଇଦେବାରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀରେ ପରିଣତ ହେବାରେ ସହାୟତା କରିଛି। ବିଶ୍ୱ କମ୍ କାର୍ବନ ବିଶିଷ୍ଟ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାବେଳେ ସେଥିରେ ମୂଲ୍ୟବାନ ଅବଦାନ ରଖିବାକୁ ଏସଡବ୍ଲୁଏସଏଲ ସଂପ୍ରତି ମଜଭୁତ ସ୍ଥିତିରେ ରହିଛି। ଏହି ସହଭାଗିତା ସମସ୍ତ ଅଂଶୀଦାରଙ୍କ ପାଇଁ ଲାଭଜନକ ହେବ ଏବଂ ଭାରତକୁ ଏକ ଅଗ୍ରଣୀ ସବୁଜ ଶକ୍ତି ଉତ୍ପାଦନ ସ୍ଥଳରେ ପରିଣତ କରିବା ଦିଗରେ ମହାନ ଅବାଦନ ରଖିବ।”

ଏସଡବ୍ଲୁଏସଏଲର ଚେୟାରମ୍ୟାନ ଶ୍ରୀ ଖୁର୍ଶିଦ ଦାରୁୱାଲା କହିଛନ୍ତି, “ଷ୍ଟର୍ଲିଂ ଆଣ୍ଡ ୱିଲସନର ଇତିହାସ ୧୯୨୦ ଦଶକରୁ ରହିଆସିଛି। ସେବେଠାରୁ ଆମେ ଦୀର୍ଘ ପଥ ଅଗ୍ରସର ହୋଇଛୁ ଏବଂ ଆମ ଗ୍ରାହକଙ୍କୁ ଉଚ୍ଚମାନର ଇଞ୍ଜିନିୟରିଂ ସମାଧାନ ଯେ।।ଗାଇଦେବା ନେଇ ଆମର ମୂଳ ମୂଲ୍ୟବୋଧରେ ଅପରିବର୍ତିତ ରହିଛୁ। ଶାପୁରଜୀ ପାଲୋନଜୀ ଗ୍ରୁପ୍ ସହିତ ମିଶି ଆମେ ଏସଡବ୍ଲୁଏସଏଲ୍‌କୁ ଶକ୍ତି ମୂଲ୍ୟ ଶୃଙ୍ଖଳରେ ଟର୍ଣ୍ଣକି ସମାଧାନ ଯୋଗାଇଦେବାର ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀରେ ପରିଣତ କରିଛୁ। ରିଲାଏନ୍ସ ତାହାର ସମନ୍ୱିତ ନୂଆ ଶକ୍ତି ଦୃଷ୍ଟିକୋଣ ଏବଂ ଭାରତକୁ ସବୁଜ ଶକ୍ତି ମାନଚିତ୍ରରେ ସ୍ଥାନଦେବାର ପ୍ରତିବଦ୍ଧତାକୁ ନେଇ ଅଗ୍ରସର ହେଉଥିବା ଏସଡବ୍ଲୁଏସଏଲକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ଇପିସି ସମାଧାନ ଯୋଗାଣକାରୀ ଭାବରେ ପୁନଃ ପ୍ରତିଷ୍ଠିତ କରାଇବା ପାଇଁ ଆମକୁ ମହାନ ସୁଯୋଗ ଦେଉଛି। ମୁଁ ଦୃଢନିଶ୍ଚିତ ଯେ ଏହି ସହଭାଗିତା ଏସଡବ୍ଲୁଏସଏଲ୍‌କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ଏବଂ ଏକ ଇତିହାସ ସୃଷ୍ଟିର ଅଂଶ ହେବାକୁ ଆମେ ଅପେକ୍ଷା କରୁଛୁ। 

ଅଧିଗ୍ରହଣ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍‌ ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାର୍‌
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.