Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାର୍‌ରେ ୪୦% ଅଂଶ ଅଧିଗ୍ରହଣ କରିବ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍‌

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ୍‌) ଏସଡବ୍ଲୁଏସଏଲ୍‌ରେ ୪୦% ଅଂଶ ପୋଷ୍ଟ-ମନି ଅଧିଗ୍ରହଣ କରିବାକୁ ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ (ଏସପିସିପିଏଲ୍‌)ଖୁର୍ଶିଦ ଦାରୁୱାଲା ଏବଂ ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡ ସହିତ ଏକ ନିର୍ଣ୍ଣାୟକ ରାଜିନାମାକୁ କାର୍ଯ୍ୟକାରୀ କରିଛି।

ବିଶ୍ୱସ୍ତରରେ ୧୧ରୁ ଅଧିକ ଗଗାୱାଟ୍ ସୌର ଟର୍ଣ୍ଣକି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଏବଂ ୫ ଦଶନ୍ଧିର ଇଞ୍ଜିନିୟରିଂ ଅଭିଜ୍ଞତା ରହିଥିବା ଏସଡବ୍ଲୁଏସଏଲ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଏବଂ ଖ୍ୟାତିସଂପନ୍ନ ଇପସି ଏବଂ ଓଆଣ୍ଡଏମ୍ ସଂସ୍ଥା ହୋଇଛି। କମ୍ପାନୀର ୩୦୦୦ରୁ ଉର୍ଦ୍ଧ୍ୱ ମଜଭୁତ ଟିମ୍ ଏବଂ ୨୪ ରାଷ୍ଟ୍ରରେ ଉପସ୍ଥିତି ରହିଛି ଏବଂ ଏହା ଡିଜାଇନସଂଗ୍ରହନିର୍ମାଣପ୍ରକଳ୍ପ ପରିଚାଳନାକାର୍ଯ୍ୟକାରିତା ଏବଂ ପରିଚାଳନା ଆଦି କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ବର୍ଗର ସୌର ଶକ୍ତି ଟର୍ଣ୍ଣକି ସମାଧାନ ଯୋଗାଉଛି।

ଅଧୁନାତମ ଏବଂ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ପ୍ରଯୁକ୍ତି କୌଶଳ ଏବଂ ବିକାଶ ସାମର୍ଥ୍ୟ ଆଧାରରେ ସବୁଜ ଶକ୍ତି କ୍ଷେତ୍ରରେ ଭାରତକୁ ବିଶ୍ୱର ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାକୁ ରିଲାଏନ୍ସ ପ୍ରତିବଦ୍ଧ ଅଟେ। ଏସଡବ୍ଲୁଏସଏଲ୍ ସହିତ ଏହି ସହଭାଗିତା ଏହାକୁ ବିଶ୍ୱ ଶ୍ରେଣୀର ପ୍ରତିଭାଇଞ୍ଜିନିୟରିଂ ଏବଂ ପ୍ରକଳ୍ପ ପରିଚାଳନା କୁଶଳତାର ସୁଯୋଗ ଉପଲବ୍ଧ କରାଇବ ଏବଂ ଭାରତ ତଥା ସମଗ୍ର ବିଶ୍ୱରେ ଉଚ୍ଚ ମାନରମୂଲ୍ୟ ସଂଚୟକାରୀ ଏବଂ ସମୟଭତିକ ଗିଗା ସବୁଜ ଶକ୍ତି କ୍ଷମତା ସ୍ଥାପନ ନିମନ୍ତେ ଆବଶ୍ୟକ ଡିଜିଟାଲ ପ୍ରଯୁକ୍ତିଇଞ୍ଜିନିୟରିଂ ଏବଂ ସାମଗ୍ରୀ ଯୋଗାଡ ତଥା ପ୍ରକଳ୍ପ କାର୍ଯ୍ୟକାରିତା ଆଦି ସମସ୍ତ ମୁଖ୍ୟ ଉପାଦାନ କ୍ଷେତ୍ରରେ ରିଲାଏନ୍ସର ପ୍ରମାଣିତ ଦକ୍ଷତା ପାଇଁ ପରିପୂରକ ହେବ।

ଏହି କାରବାର ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ଆମର ନୂତନ ଶକ୍ତି ପ୍ଲାଟଫର୍ମ ନିର୍ମାଣ ଦିଗରେ ଏକ ରଣକୌଶଳାତ୍ମକ ସହଭାଗୀ ଭାବରେ ଆମେ ଏସଡବ୍ଲୁଏସଏଲ୍‌କୁ ସ୍ୱାଗତ କରୁଛୁ। ଏସଡବ୍ଲୁଏସଏଲ ତାହାର ଇଞ୍ଜିନିୟରିଂ ପ୍ରତିଭାନିଜସ୍ୱ କ୍ଷେତ୍ରରେ ଗଭୀର ଜ୍ଞାନବିଶ୍ୱସ୍ତରୀୟ ଉପସ୍ଥିତି ଏବଂ ବିଶ୍ୱସ୍ତରରେ କେତେକ ସବୁଠାରୁ ଜଟିଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଅଭିଜ୍ଞତାକୁ ନେଇ ଆମର ସୌର ମୂଲ୍ୟ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ଏହା ଆମକୁ ଭାରତୀୟ ଗ୍ରାହକଙ୍କ ପାଇଁ ଆମର ପୂର୍ଣ୍ଣାଙ୍ଗଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବ୍ୟବସ୍ଥା ଏବଂ ତଦ୍ଦ୍ୱାରା କମ୍ ମୂଲ୍ୟ ବିଶିଷ୍ଟ ସବୁଜ ଶକ୍ତି ଯୋଗାଇବାରେ ସମର୍ଥ କରାଇବ। ଖୁର୍ଶିଦ ଦାରୁୱାଲାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନବୋଧ ରହିଛି ଏବଂ ବିଗତ ବର୍ଷଗୁଡିକରେ ସେ ଯେଉଁ ବିଶ୍ୱ ଶ୍ରେଣୀର ସଂସ୍ଥା ଗଠନ କରିଛନ୍ତି ଏବଂ ଏସଡବ୍ଲୁଏସଏଲକୁ ଏକ ବିଶ୍ୱସ୍ତରୀୟ ଇପିସି ଏବଂ ଓଆଣ୍ଡଏମ୍ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥାରେ ପରିଣତ କରିବାକୁ ଦୂରଦୃଷ୍ଟି ରଖିଛନ୍ତିତାହାକୁ ଆମେ ସମ୍ମାନ ଜଣାଉଛୁ।”

ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ ଶ୍ରୀ ଶାପୁର ମିସ୍ତ୍ରୀ କହିଛନ୍ତି, “ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡରେ ଆମେ ରିଲାଏନ୍ସକୁ ସ୍ୱାଗତ କରୁଛୁ। ବିଗତ ଦଶନ୍ଧିଗୁଡିକରେ ତିନି ପିଢି ଧରି ଶାପୁରଜୀ ପାଲୋନଜୀ ଗ୍ରୁପ୍ ଷ୍ଟର୍ଲି ଆଣ୍ଡ ୱିଲସନ୍‌କୁ ଶକ୍ତି ମୂଲ୍ୟ ଶୃଙ୍ଖଳରେ ଟର୍ଣ୍ଣକି ସମାଧାନ ଯୋଗାଇଦେବାରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀରେ ପରିଣତ ହେବାରେ ସହାୟତା କରିଛି। ବିଶ୍ୱ କମ୍ କାର୍ବନ ବିଶିଷ୍ଟ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାବେଳେ ସେଥିରେ ମୂଲ୍ୟବାନ ଅବଦାନ ରଖିବାକୁ ଏସଡବ୍ଲୁଏସଏଲ ସଂପ୍ରତି ମଜଭୁତ ସ୍ଥିତିରେ ରହିଛି। ଏହି ସହଭାଗିତା ସମସ୍ତ ଅଂଶୀଦାରଙ୍କ ପାଇଁ ଲାଭଜନକ ହେବ ଏବଂ ଭାରତକୁ ଏକ ଅଗ୍ରଣୀ ସବୁଜ ଶକ୍ତି ଉତ୍ପାଦନ ସ୍ଥଳରେ ପରିଣତ କରିବା ଦିଗରେ ମହାନ ଅବାଦନ ରଖିବ।”

ଏସଡବ୍ଲୁଏସଏଲର ଚେୟାରମ୍ୟାନ ଶ୍ରୀ ଖୁର୍ଶିଦ ଦାରୁୱାଲା କହିଛନ୍ତି, “ଷ୍ଟର୍ଲିଂ ଆଣ୍ଡ ୱିଲସନର ଇତିହାସ ୧୯୨୦ ଦଶକରୁ ରହିଆସିଛି। ସେବେଠାରୁ ଆମେ ଦୀର୍ଘ ପଥ ଅଗ୍ରସର ହୋଇଛୁ ଏବଂ ଆମ ଗ୍ରାହକଙ୍କୁ ଉଚ୍ଚମାନର ଇଞ୍ଜିନିୟରିଂ ସମାଧାନ ଯେ।।ଗାଇଦେବା ନେଇ ଆମର ମୂଳ ମୂଲ୍ୟବୋଧରେ ଅପରିବର୍ତିତ ରହିଛୁ। ଶାପୁରଜୀ ପାଲୋନଜୀ ଗ୍ରୁପ୍ ସହିତ ମିଶି ଆମେ ଏସଡବ୍ଲୁଏସଏଲ୍‌କୁ ଶକ୍ତି ମୂଲ୍ୟ ଶୃଙ୍ଖଳରେ ଟର୍ଣ୍ଣକି ସମାଧାନ ଯୋଗାଇଦେବାର ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନୀରେ ପରିଣତ କରିଛୁ। ରିଲାଏନ୍ସ ତାହାର ସମନ୍ୱିତ ନୂଆ ଶକ୍ତି ଦୃଷ୍ଟିକୋଣ ଏବଂ ଭାରତକୁ ସବୁଜ ଶକ୍ତି ମାନଚିତ୍ରରେ ସ୍ଥାନଦେବାର ପ୍ରତିବଦ୍ଧତାକୁ ନେଇ ଅଗ୍ରସର ହେଉଥିବା ଏସଡବ୍ଲୁଏସଏଲକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ଇପିସି ସମାଧାନ ଯୋଗାଣକାରୀ ଭାବରେ ପୁନଃ ପ୍ରତିଷ୍ଠିତ କରାଇବା ପାଇଁ ଆମକୁ ମହାନ ସୁଯୋଗ ଦେଉଛି। ମୁଁ ଦୃଢନିଶ୍ଚିତ ଯେ ଏହି ସହଭାଗିତା ଏସଡବ୍ଲୁଏସଏଲ୍‌କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ଏବଂ ଏକ ଇତିହାସ ସୃଷ୍ଟିର ଅଂଶ ହେବାକୁ ଆମେ ଅପେକ୍ଷା କରୁଛୁ। 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ବ୍ୟବସାୟକୁ ୨୪ ହଜାର ୭ ଶହ କୋଟି ଟଙ୍କାରେ କିଣିବ ରିଲାଏନ୍ସ ରିଟେଲ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ (ହୋଲ୍‌ସେଲ୍‌) ବ୍ୟବସାୟ ଏବଂ ଲଜିଷ୍ଟିକ୍‌ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍‌ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ ୨୪,୭୧୩ କୋଟି ଟଙ୍କାରେ ଅଧିଗ୍ରହଣ କରୁଥିବା ସଂପର୍କରେ ଶନିବାର ଘୋଷଣା କରିଛି। ସମ୍ମିଳିତ ବୁଝାମଣାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଏହି ଅଧିଗ୍ରହଣ ସମ୍ପନ୍ନ କରାଯିବ।

ଏହି ଅଧିଗ୍ରହଣ ଯୋଜନାର ଅଂଶ ଭାବରେ ଫ୍ୟୁଚର ଗ୍ରୁପ୍ ବ୍ୟବସାୟ ପରିଚାଳନା କରୁଥିବା କେତେକ କମ୍ପାନୀକୁ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ରେ ମିଶ୍ରଣ କରୁଛି ସେହି ସମାନ ଯୋଜନାର ଅଂଶସ୍ୱରୂପ ଖୁଚୁରା ଓ ପାଇକାରୀ ବ୍ୟବସାୟ ସଂସ୍ଥାକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌) ର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ)କୁ ହସ୍ତାନ୍ତର କରାଯାଉଛି। ସେହିଭଳି ଲଜିଷ୍ଟିକ୍‌ସ ଏବଂ ୱେୟାରହାଉସିଂ ବ୍ୟବସାୟକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌)କୁ ହସ୍ତାନ୍ତର କରାଯାଉଛି।

ଏଥିସହିତ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫ ଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ମିଶ୍ରଣ ପରବର୍ତ୍ତୀ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପ୍ରିଫରେନ୍ସିଆଲ ଇସ୍ୟୁରେ ୬.୦୯ ପ୍ରତିଶତ ଇକ୍ୱିଟି ଅଂଶ ଅଧିଗ୍ରହଣ ନିମନ୍ତେ ୧୨୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପ୍ରସ୍ତାବ ରଖିଛି।

ସେହିଭଳି ଇକ୍ୱିଟି ୱାରାଣ୍ଟର ଏକ ପ୍ରିଫରେନ୍ସିଆଲ ଇସ୍ୟୁରେ ଏହା ୪୦୦ କୋଟି ଟଙ୍କା ନିବେଶ କରିବ, ଯାହାର ରୂପାନ୍ତରଣ ଏବଂ ଇସ୍ୟୁ ମୂଲ୍ୟର ଅବଶିଷ୍ଟ ୭୫% ପୈଠ ପରେ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ଦ୍ୱାରା ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପୁନଃ ୭.୦୫% ଅଂଶ ଅଧିଗ୍ରହଣ ସମ୍ପନ୍ନ ହେବ।

ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡର ନିର୍ଦ୍ଦେଶିକା ଶ୍ରୀମତୀ ଇଶା ଅମ୍ବାନି କହିଛନ୍ତି, “ଏହି କାରବାର ଦ୍ୱାରା ଆମେ ଆନନ୍ଦିତ ଯେ ଫ୍ୟୁଚର ଗ୍ରୁପ୍‌ର ପ୍ରସିଦ୍ଧ ଫର୍ମାଟ ଏବଂ ବ୍ରାଣ୍ଡ୍‌ଗୁଡିକୁ ଆମେ ଏକ ଆବାସ ଯୋଗାଇବା ସହ ଏହାର ବ୍ୟବସାୟ ଇକୋସିଷ୍ଟମ୍‌କୁ ସଂରକ୍ଷିତ କରୁଛୁ, ଯାହା ଭାରତରେ ଆଧୁନିକ ଖୁଚୁରା ବ୍ୟବସାୟର ଅଭ୍ୟୁତ୍‌ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ କିରାନା ଦୋକାନଗୁଡିକ ସହିତ ବୃହତ ଉପଭୋକ୍ତା ବ୍ରାଣ୍ଡ୍‌ଗୁଡିକ ସହିତ ସକ୍ରିୟ ସହଭାଗିତା ସ୍ଥାପନରେ ଆମର ଅନନ୍ୟ ମଡେଲକୁ ନେଇ ଖୁଚୁରା ବ୍ୟବସାୟ ଶିଳ୍ପରେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆମେ ଆଶା ରଖିଛୁ। ସମଗ୍ର ଦେଶରେ ଆମର ଉପଭୋକ୍ତାମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରବିକୁ ଆମେ ପ୍ରତିଶ୍ରୁତିବଦ୍ଧ।”

ଫ୍ୟୁଚର ଗ୍ରୁପ୍‌ର ଖୁଚୁରା, ପାଇକାରୀ ଏବଂ ଯୋଗାଣ ଶୃଙ୍ଖଳ ବ୍ୟବସାୟ ଅଧିଗ୍ରହଣ ରିଲାଏନ୍ସର ଖୁଚୁରା ବ୍ୟବସାୟ ପାଇଁ କୌଶଳାତ୍ମକ ଦୃଷ୍ଟିରୁ ମଜଭୁତ ତଥା ଉପଯୋଗୀ ପଦକ୍ଷେପ ହୋଇଛି। ଏହା ରିଲାଏନ୍ସ ରିଟେଲକୁ କୋଟି କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟକ ହେବା ସହିତ ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ସେମାନଙ୍କର ଆୟ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ବେଶ୍ ସହାୟକ ହେବ।

ଫ୍ୟୁଚର ଗ୍ରୁପ୍‌ର ପୋଷାକ, ସାଧାରଣ ବିପଣନ ସାମଗ୍ରୀ ଏବଂ ନିଜସ୍ୱ ଏଫଏମସିଜି ବ୍ରାଣ୍ଡ୍ ଭଳି ବିବିଧ ଉତ୍ପାଦର ସମ୍ଭାର ଗ୍ରାହକମାନଙ୍କୁ ଏକ ପରିବ୍ୟାପ୍ତ ସୁଯୋଗ ଆଣିଦେବ। ଏହି ଅଧିଗ୍ରହଣ ସେବି, ସିସିଆଇ, ଏନସିଏଲଟି, ଅଂଶୀଦାର (ସେୟାରହୋଲ୍ଡର୍‌), ଋଣପ୍ରଦାନକାରୀ ବଂ ଅନ୍ୟ ଆବଶ୍ୟକ ଅନୁମୋଦନ ଉପରେ ନିର୍ଭରଶୀଳ।