Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ବ୍ୟବସାୟକୁ ୨୪ ହଜାର ୭ ଶହ କୋଟି ଟଙ୍କାରେ କିଣିବ ରିଲାଏନ୍ସ ରିଟେଲ୍‌
ଆଜିର ଖବର

ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ବ୍ୟବସାୟକୁ ୨୪ ହଜାର ୭ ଶହ କୋଟି ଟଙ୍କାରେ କିଣିବ ରିଲାଏନ୍ସ ରିଟେଲ୍‌

August 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ (ହୋଲ୍‌ସେଲ୍‌) ବ୍ୟବସାୟ ଏବଂ ଲଜିଷ୍ଟିକ୍‌ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍‌ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ ୨୪,୭୧୩ କୋଟି ଟଙ୍କାରେ ଅଧିଗ୍ରହଣ କରୁଥିବା ସଂପର୍କରେ ଶନିବାର ଘୋଷଣା କରିଛି। ସମ୍ମିଳିତ ବୁଝାମଣାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଏହି ଅଧିଗ୍ରହଣ ସମ୍ପନ୍ନ କରାଯିବ।

ଏହି ଅଧିଗ୍ରହଣ ଯୋଜନାର ଅଂଶ ଭାବରେ ଫ୍ୟୁଚର ଗ୍ରୁପ୍ ବ୍ୟବସାୟ ପରିଚାଳନା କରୁଥିବା କେତେକ କମ୍ପାନୀକୁ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ରେ ମିଶ୍ରଣ କରୁଛି ସେହି ସମାନ ଯୋଜନାର ଅଂଶସ୍ୱରୂପ ଖୁଚୁରା ଓ ପାଇକାରୀ ବ୍ୟବସାୟ ସଂସ୍ଥାକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌) ର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ)କୁ ହସ୍ତାନ୍ତର କରାଯାଉଛି। ସେହିଭଳି ଲଜିଷ୍ଟିକ୍‌ସ ଏବଂ ୱେୟାରହାଉସିଂ ବ୍ୟବସାୟକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍‌)କୁ ହସ୍ତାନ୍ତର କରାଯାଉଛି।

ଏଥିସହିତ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫ ଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ମିଶ୍ରଣ ପରବର୍ତ୍ତୀ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପ୍ରିଫରେନ୍ସିଆଲ ଇସ୍ୟୁରେ ୬.୦୯ ପ୍ରତିଶତ ଇକ୍ୱିଟି ଅଂଶ ଅଧିଗ୍ରହଣ ନିମନ୍ତେ ୧୨୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ପ୍ରସ୍ତାବ ରଖିଛି।

ସେହିଭଳି ଇକ୍ୱିଟି ୱାରାଣ୍ଟର ଏକ ପ୍ରିଫରେନ୍ସିଆଲ ଇସ୍ୟୁରେ ଏହା ୪୦୦ କୋଟି ଟଙ୍କା ନିବେଶ କରିବ, ଯାହାର ରୂପାନ୍ତରଣ ଏବଂ ଇସ୍ୟୁ ମୂଲ୍ୟର ଅବଶିଷ୍ଟ ୭୫% ପୈଠ ପରେ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ) ଦ୍ୱାରା ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ର ପୁନଃ ୭.୦୫% ଅଂଶ ଅଧିଗ୍ରହଣ ସମ୍ପନ୍ନ ହେବ।

ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡର ନିର୍ଦ୍ଦେଶିକା ଶ୍ରୀମତୀ ଇଶା ଅମ୍ବାନି କହିଛନ୍ତି, “ଏହି କାରବାର ଦ୍ୱାରା ଆମେ ଆନନ୍ଦିତ ଯେ ଫ୍ୟୁଚର ଗ୍ରୁପ୍‌ର ପ୍ରସିଦ୍ଧ ଫର୍ମାଟ ଏବଂ ବ୍ରାଣ୍ଡ୍‌ଗୁଡିକୁ ଆମେ ଏକ ଆବାସ ଯୋଗାଇବା ସହ ଏହାର ବ୍ୟବସାୟ ଇକୋସିଷ୍ଟମ୍‌କୁ ସଂରକ୍ଷିତ କରୁଛୁ, ଯାହା ଭାରତରେ ଆଧୁନିକ ଖୁଚୁରା ବ୍ୟବସାୟର ଅଭ୍ୟୁତ୍‌ଥାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ କିରାନା ଦୋକାନଗୁଡିକ ସହିତ ବୃହତ ଉପଭୋକ୍ତା ବ୍ରାଣ୍ଡ୍‌ଗୁଡିକ ସହିତ ସକ୍ରିୟ ସହଭାଗିତା ସ୍ଥାପନରେ ଆମର ଅନନ୍ୟ ମଡେଲକୁ ନେଇ ଖୁଚୁରା ବ୍ୟବସାୟ ଶିଳ୍ପରେ ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆମେ ଆଶା ରଖିଛୁ। ସମଗ୍ର ଦେଶରେ ଆମର ଉପଭୋକ୍ତାମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରବିକୁ ଆମେ ପ୍ରତିଶ୍ରୁତିବଦ୍ଧ।”

ଫ୍ୟୁଚର ଗ୍ରୁପ୍‌ର ଖୁଚୁରା, ପାଇକାରୀ ଏବଂ ଯୋଗାଣ ଶୃଙ୍ଖଳ ବ୍ୟବସାୟ ଅଧିଗ୍ରହଣ ରିଲାଏନ୍ସର ଖୁଚୁରା ବ୍ୟବସାୟ ପାଇଁ କୌଶଳାତ୍ମକ ଦୃଷ୍ଟିରୁ ମଜଭୁତ ତଥା ଉପଯୋଗୀ ପଦକ୍ଷେପ ହୋଇଛି। ଏହା ରିଲାଏନ୍ସ ରିଟେଲକୁ କୋଟି କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟକ ହେବା ସହିତ ବର୍ତ୍ତମାନର ଆହ୍ୱାନମୂଳକ ସମୟରେ ସେମାନଙ୍କର ଆୟ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ବେଶ୍ ସହାୟକ ହେବ।

ଫ୍ୟୁଚର ଗ୍ରୁପ୍‌ର ପୋଷାକ, ସାଧାରଣ ବିପଣନ ସାମଗ୍ରୀ ଏବଂ ନିଜସ୍ୱ ଏଫଏମସିଜି ବ୍ରାଣ୍ଡ୍ ଭଳି ବିବିଧ ଉତ୍ପାଦର ସମ୍ଭାର ଗ୍ରାହକମାନଙ୍କୁ ଏକ ପରିବ୍ୟାପ୍ତ ସୁଯୋଗ ଆଣିଦେବ। ଏହି ଅଧିଗ୍ରହଣ ସେବି, ସିସିଆଇ, ଏନସିଏଲଟି, ଅଂଶୀଦାର (ସେୟାରହୋଲ୍ଡର୍‌), ଋଣପ୍ରଦାନକାରୀ ବଂ ଅନ୍ୟ ଆବଶ୍ୟକ ଅନୁମୋଦନ ଉପରେ ନିର୍ଭରଶୀଳ।

ଅଧିଗ୍ରହଣ ଫ୍ୟୁଚର ଗ୍ରୁପ୍ ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.