
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଚମତ୍କାର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ଏକମାତ୍ର ଅପରେଟର ଭାବରେ ଓଡ଼ିଶାରେ ଅଗଷ୍ଟ ମାସରେ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ)ର ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାପଡିଛିି। ଏହି ମାସରେ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ଭଳି ଅନ୍ୟ ସମସ୍ତ ଅପରେଟର ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ ଉଲ୍ଲେଖ କରାଯାଇଛି।
ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨୯,୯୮୯ ନୂଆ ମୋବାଇଲ ଗ୍ରାହକ ଏବଂ ପ୍ରାୟ ୬୦୦୦ ଜିଓ ଫାଇବର ଗ୍ରାହକ ଯୋଗ କରିଛି। ଅନ୍ୟପକ୍ଷରେ ସେହି ମାସରେ ଓଡିଶାରେ ଭାରତୀ ଏୟାରଟେଲ ୧,୦୧,୯୨୮ ଗ୍ରାହକ ହରାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଏସଏନଏଲ ୪୧,୪୬୮ ମୋବାଇଲ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୩୮୬୨୭ ଗ୍ରାହକ ହରାଇଥିବା ଏହି ତଥ୍ୟରୁ ଜଣାପଡିଛି। ଅଗଷ୍ଟରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୨,୦୪୫ ହ୍ରାସ ଘଟି ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହା ୩.୪୯ କୋଟି ରହିଥିବା ଉଲ୍ଲେଖ ରହିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ତାହାର ସୁଦୃଢ ୪ଜି ନେଟୱର୍କ, ଦୁର୍ଗମ ଓ ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ନେଟ୍ୱର୍କ ସମ୍ପ୍ରସାରଣ ତଥା ଗ୍ରାହକଙ୍କ ପାଇଁ ସୁଲଭ ସେବା ଆଧାରରେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡିଚାଲିଛି। ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ଜିଓ ୪୩.୯% ଗ୍ରାହକ ବଜାର ଅଂଶ ଏବଂ ମୋଟ ଦୂରସଂଚାର ରାଜସ୍ୱର ୫୨.୩% ବଜାରଅଂଶ ସହିତ ଏକ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି। ଏହା ମଧ୍ୟ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡିକରେ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବରର ଦ୍ରୁତ ସମ୍ପ୍ରସାରଣ କରୁଛି। ସଂପ୍ରତି ଓଡ଼ିଶାରେ ୭୬,୦୦୦ରୁ ଅଧିକ ଜିଓଫାଇବର୍ ଗ୍ରାହକ ରହିଛନ୍ତି ଏବଂ ଏହା ରାଜ୍ୟର ୨୬ଟି ସହର ଓ ନଗରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି।
ଜାତୀୟ ସ୍ତରରେ ଜିଓ ମଧ୍ୟ ଚଳିତ ବର୍ଷ ଅଗଷ୍ଟ ମାସରେ ସର୍ବାଧିକ ୬.୪୯ ଲକ୍ଷ ମୋବାଇଲ ଗ୍ରାହକ ଯୋଗ କରିଛି। ଏଥିସହିତ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ୪ଜି ସ୍ପିଡ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ପୁନଶ୍ଚ ୪ଜି ଡାଉନଲୋଡ ସ୍ପିଡରେ ଶୀର୍ଷରେ ରହିବା ସହିତ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ ୨୦.୯ ଏମବିପିଏସ୍ ହାରାହାରି ଡାଉନଲୋଡ ସ୍ପିଡ ହାସଲ କରିଛି।