Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଭାଟ୍ : କେନ୍ଦ୍ର ସରକାର
ଜାତୀୟ ଖବର

ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କରିଛନ୍ତି ଭାଟ୍ : କେନ୍ଦ୍ର ସରକାର

November 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବର୍ତ୍ତମାନ ସୁଦ୍ଧା ୨୨ ଟି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ହ୍ରାସ କଲେ ଭାଟ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ରେ ଅନୁରୂପ ହ୍ରାସ କାର୍ଯ୍ୟକାରୀ କରିଛନ୍ତି। ଏହିପରି ତଥ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଜାରୀ କରାଯାଇଛି।

ତେବେ ୧୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ରେ ବର୍ତ୍ତମାନ ସୁଦ୍ଧା କୌଣସି ହ୍ରାସ କରିନାହାନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଲେ ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ,  ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପେଟ୍ରୋଲ ଲିଟର ପିଛା ଦରରେ ସର୍ବାଧିକ ୧୩ ଟଙ୍କା ୪୩ ପଇସା ହ୍ରାସ କରାଯାଇଛି। ଏହା ପଛକୁ କର୍ଣ୍ଣାଟକରେ ୧୩ ଟଙ୍କା ୩୫ ପଇସା ଏବଂ ପୁଡୁଚେରୀରେ ୧୨ ଟଙ୍କା ୮୫ ପଇସା ହ୍ରାସ କରାଯାଇଛି।

ସେହିପରି ଲଦାଖରେ ଡିଜେଲ ମୂଲ୍ୟରେ ସର୍ବାଧିକ ହ୍ରାସ କରାଯାଇଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୯ ଟଙ୍କା ୬୧ ପଇସା କମିଛି। ଏହାପଛକୁ କର୍ଣ୍ଣାଟକ ଓ ପୁଡୁଚେରୀ ଡିଜେଲ ଦର ହ୍ରାସରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ଡିଜେଲ ପେଟ୍ରୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଜାତୀୟ ମହାକାଶ ଦିବସ, ଓଡିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଅଛି ବୋଲି କହିଲେ ମନ୍ତ୍ରୀ

August 24, 2026
Latest News

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.