Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓମ୍ବାଡ୍ସି ପ୍ରକଳ୍ପ ଅଗ୍ରଗତି ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ସନ୍ତୋଷ ପ୍ରକାଶ, ସୁନ୍ଦରଗଡ଼ ଜିଲ୍ଲା ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା
ବିଶେଷ ଖବର

ଓମ୍ବାଡ୍ସି ପ୍ରକଳ୍ପ ଅଗ୍ରଗତି ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ସନ୍ତୋଷ ପ୍ରକାଶ, ସୁନ୍ଦରଗଡ଼ ଜିଲ୍ଲା ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା

November 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ବାଡ୍ସି ପ୍ରକଳ୍ପ ଅଗ୍ରଗତି ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ସନ୍ତୋଷ ପ୍ରକାଶ ସୁନ୍ଦରଗଡ଼ ଜିଲ୍ଲା ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା

ଭୁବନେଶ୍ବର: ଖଣିଜ ଅଂଚଳ ଉନ୍ନୟନ ନିଗମ ବା ଓମ୍ବାଡ୍ସି ପାଣ୍ଠିରେ କରାଯାଉଥିବା ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବିଷୟରେ ନିରୀକ୍ଷଣ କର୍ତ୍ତୁପକ୍ଷ(ଓଭରସାଇଟ୍ ଅଥରିଟି) ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓମ୍ବାଡ୍ସି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଉମା ନନ୍ଦୁରୀ ପ୍ରକଳ୍ପଗୁଡ଼ିକ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ସୁପ୍ରିମ୍ କୋର୍ଟଙ୍କର ଆଦେଶ ଅନୁସାରେ ଗଠିତ ଓମ୍ବାଡ୍ସି ନିର୍ଦ୍ଧାରିତ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି । ଏହି ପାଣ୍ଠି ବିନିଯୋଗରେ କରାଯାଉଥିବା ପ୍ରକଳ୍ପଗୁଡ଼ିକ ଖଣି ଖନନ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ଜୀବନ ଧାରଣରେ ଗୁଣାତ୍ମକ ପରିବର୍ତ୍ତିନ ଆଣିବ । ଲୋକମାନଙ୍କ ଆବଶ୍ୟକତା ଭିତ୍ତିକ ପ୍ରକଳ୍ପଗୁଡ଼ିକ ଯେପରି ଶିଘ୍ର ଲୋକମାନଙ୍କ ପାଇଁ ଲାଭଦାୟକ ହେବ ତାହା ନିଶ୍ଚିତ କରାଇବା ନିମନ୍ତେ ଜଷ୍ଟିସ୍ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଓମ୍ବାଡ୍ସି ପାଣ୍ଠିର ପାନୀୟଜଳ, ଗୁଣାତ୍ମକ ଶିକ୍ଷା ଅପହଞ୍ଚ ଗ୍ରାମକୁ ସଡ଼କ ନିର୍ମାଣ, ଏବଂ ଜିବୀକା ନିର୍ବାହ ପ୍ରକଳ୍ପ ଆଦି ବେଶ ଜନପ୍ରିୟ ହୋଇଛି । ସଦ୍ୟତନ କ୍ଷେତ୍ରସ୍ତରୀୟ ତଥ୍ୟ ସଂକଳନ ନିମନ୍ତେ ୭ଟି ଓମ୍ବାଡ୍ସି ଜିଲ୍ଲା ଏବଂ ୧୬ ଟି ବିଭାଗଙ୍କୁ ଗୋଟିଏ ସୂଚନା-ସଂଚାର ସଫ୍ଟ୍ଓୟାର ରେ ସଂଯୁକ୍ତ କରାଯାଇଛି ।

ଓମ୍ବାଡ୍ସି ପ୍ରକଳ୍ପ ଗୁଡ଼ିକର ଲୋକପ୍ରିୟତାକୁ ଲକ୍ଷ୍ୟକରି ବିଭିନ୍ନ ବିଭାଗ ଏବଂ ଜିଲ୍ଲାମାନଙ୍କ ମଧ୍ୟରେ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଭାବ ବଢ଼ାଇବା ପାଇଁ ଏକ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରାଯାଇଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ । ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ଯଥାକ୍ରମେ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ବିଭାଗ ଓ ଜିଲ୍ଲାଭାବେ ସଫଳତା ହାସଲ କରିଛନ୍ତି ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଓମ୍ବାଡ୍ସି ପ୍ରକଳ୍ପ ଖଣିଜ ଅଂଚଳ ଲୋକଙ୍କ ମନରେ ନୂଆ ଆକାଂକ୍ଷା ଓ ବିଶ୍ୱାସ ସୃଷ୍ଟି କରିଛି । ନିରୀକ୍ଷଣ କର୍ତ୍ତୁପକ୍ଷଙ୍କ ଦିଗ୍ଦର୍ଶନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ସରଳ ଏବଂ ତ୍ୱରାନ୍ୱିତ ହୋଇଛି । ଓମ୍ବାଡ୍ସି ପ୍ରକଳ୍ପଗୁଡ଼ିକର ବାସ୍ତବ ଫଳାଫଳ ବିଷୟରେ ସ୍ୱାଧୀନ ତୃତୀୟପକ୍ଷ ସଂସ୍ଥାଙ୍କ ଦ୍ୱାରା ଶିଘ୍ର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ଜେନା ଜଣାଇଥିଲେ ।

ପ୍ରକଳ୍ପ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ନନ୍ଦୁରୀ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଓମ୍ବାଡ୍ସି ପାଣ୍ଠି ୧୯,୫୩୭ କୋଟି ଟଙ୍କାରେ ପହଞ୍ଚିଛି । ସେଥିମଧ୍ୟରୁ ୧୪,୯୯୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଖଣିଜ ଅଂଚଳ ଜିଲ୍ଲାମାନଙ୍କ ନିମନ୍ତେ ମଂଜୁର କରାଯାଇଛି । ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ମୁଖ୍ୟତଃ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୭୨୨ କୋଟି ଟଙ୍କା, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ୨୮୯୬ କୋଟି ଟଙ୍କା, ଅଙ୍ଗନାବାଡ଼ି ସ୍ତରରେ ସ୍ୱାସ୍ଥ୍ୟ ସେବା ଓ ପୁଷ୍ଟିଯୋଗାଣର ଗୁଣାତ୍ମକ ବିକାଶ ନିମନ୍ତେ ୨୯୪୪ କୋଟି, ଜିବୀକା ନିର୍ବାହ ପନ୍ଥାର ବୃଦ୍ଧି ନିମନ୍ତେ ୪୬୦ କୋଟି, ଅପହଞ୍ଚ ଗ୍ରାମମାନଙ୍କୁ ରାସ୍ତା ନିର୍ମାଣ ନିମନ୍ତେ ୭୪୩ କୋଟି, ପ୍ରଦ୍ୟୁଷଣ ନିୟନ୍ତ୍ରଣ ନିମନ୍ତେ ୨୫ କୋଟି, ଏବଂ ଜଳ ସଂରକ୍ଷଣ ଓ ଭୁତଳଜଳ ପୁନଃପୁରଣ ନିମନ୍ତେ ୭୦୧ କୋଟି ଟଙ୍କାର ପ୍ରକଳ୍ପ ରହିଛି ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ସୁଦ୍ଧା ୯୫% ପାନୀୟ ଜଳ ପ୍ରକଳ୍ପ, ୭୩% ବିଦ୍ୟାଳୟ ସୌରଶକ୍ତି ପ୍ରକଳ୍ପ,୬୬% ଆବାସିକ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ, ୫୦% ସ୍ୱାସ୍ଥ୍ୟସେବା ବିକାଶ ପ୍ରକଳ୍ପ ଏବଂ ୫୧% ଗ୍ରାମୀଣ ରାସ୍ତା ନିର୍ମାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । କୌଶଳ ବିକାଶ ତାଲିମ୍ ନେଉଥିବା ଯୁବବର୍ଗଙ୍କ ନିମନ୍ତେ ୪ଟି ଛାତ୍ରାବାସ ନର୍ମାଣ କରାଯାଇ ୧୨୩୫ ଯୁବକ ଯୁବତୀଙ୍କୁ ତାଲିମ୍ ଦିଆଯାଇଛି ।

ଜିବୀକା ନିର୍ବାହ ପନ୍ଥା ବୃଦ୍ଧି କ୍ଷେତ୍ରରେ ୨୩୫.୩୨ ହେକ୍ଟର ପୋଖରୀରେ ଉନ୍ନତ ପ୍ରଣାଳୀରେ ମାଛଚାଷ କରାଯାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏଥିରେ ନିୟୋଜିତ ଅଛନ୍ତି। ସେହିପରି ୫୬୫ ଟି ବ୍ରଏଲର କୁକୁଡ଼ା ଫାର୍ମ, ୩୯୮ ଟି ଛେଳି ଫାର୍ମ ପ୍ରତିଷ୍ଠା କରାଯାଇଛି । ୯୯୯ଟି ବନ ସଂରକ୍ଷଣ ସମିତି ଦ୍ୱାରା ଜଙ୍ଗଲିକରଣ ମାଧ୍ୟମରେ ଜିବୀକା ନିର୍ବାହ କାର୍ଯ୍ୟ ଆରମ୍ଭ କରାଯାଇଛି । ମାଛଚାଷ ପାଇଁ ୩୩.୨୦ ହେକ୍ଟରରେ ନୂଆ ପୋଖରୀ ଖନନ କରାଯାଇଛି । ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଅଭିନବ ଜିବୀକା ନିର୍ବାହ ପ୍ରକଳ୍ପ ମଧ୍ୟ ହାତକୁ ନିଆଯାଇଛି ।

ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗଙ୍କୁ ଯଥାକ୍ରମେ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଜିଲ୍ଲା ଓ ବିଭାଗଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓମ୍ବାଡ୍ସି ର ଯାତ୍ରା ଶୀର୍ଷକ ପୁସ୍ତକ, ବାର୍ଷିକ ବିବରଣୀ ପୁସ୍ତକ ଏବଂ ମାସିକ ସୂଚନା ପୁସ୍ତିକା ଆଦିକୁ ଜଷ୍ଟିସ୍ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ଜେନା ପ୍ରମୁଖ ଉନ୍ମୋଚନ କରିଥିଲେ ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଭାଗ ନେଇଥିଲେ । ଓମ୍ବାଡ୍ସି ଅନ୍ତର୍ଭୁକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲାପାଇଁ ଆବଶ୍ୟକ ପ୍ରକଳ୍ପ ବିଷୟରେ ସୂଚନା ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026

ନୂଆଦିଲ୍ଲୀ ଘୋଷଣା ଗୃହୀତ ହେବା ସହ ସମ୍ପନ୍ନ ହେଲା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬

February 22, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.