Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏବେ ଓଡିଶାର ଚା’ଦୋକାନୀରେ ମିଳିଲାଣି ଚା’ ସାଙ୍ଗକୁ ମାଗଣା ୱାଇଫାଇ ସୁବିଧା, ଜାଣନ୍ତୁ କେଉଁଠି
ବିଶେଷ ଖବର

ଏବେ ଓଡିଶାର ଚା’ଦୋକାନୀରେ ମିଳିଲାଣି ଚା’ ସାଙ୍ଗକୁ ମାଗଣା ୱାଇଫାଇ ସୁବିଧା, ଜାଣନ୍ତୁ କେଉଁଠି

November 16, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏବେ ଓଡିଶାର ଚା’ଦୋକାନୀରେ ମିଳିଲାଣି ଚା' ସାଙ୍ଗକୁ ମାଗଣା ୱାଇଫାଇ ସୁବିଧା, ଜାଣନ୍ତୁ କେଉଁଠି

ସୁନ୍ଦରଗଡ: ଆଜିକାଲି ନିରବଚ୍ଛିନ୍ନ ହାଇସ୍ପିଡ ଇଂଟରନେଟ ପ୍ରାୟତଃ ସମସ୍ତଙ୍କ ପାଇଁ ହୋଇପଡିଛି ଏକ ଜରୁରୀ ଆବଶ୍ୟକତା । ଛାତ୍ରଛାତ୍ରୀ ହୁଅନ୍ତୁ ଅବା କାର୍ଯ୍ୟରତ ପ୍ରଫେସନାଲ୍ ଅଥବା ବୟସ୍କ, ସମସ୍ତେ ନିଜର କାର‌୍ୟ୍ୟ ସହିତ ପ୍ରିୟ ଖବର ଏବଂ ମନୋରଂଜନ କାର‌୍ୟ୍ୟକ୍ରମ ଦେଖିବାକୁ ହାଇସ୍ପିଡ ଇଂଟରନେଟ ଆବଶ୍ୟକ କରୁଛନ୍ତି ।

ଏହି କ୍ରମରେ ରିଲାଏନ୍ସ ଜିଓ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦ୍ରୁତତମ ଏବଂ ଲୋକପ୍ରିୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର ପ୍ରଚଳନ ସହିତ ଓଡ଼ିଶାର ୨୭ଟି ସହର ଓ ନଗରରେ ସୁଲଭ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ ଅନେକ ସଫଳ କାହାଣୀ ସୃଷ୍ଟି କରିଛି ।

ଏହିଭଳି ଏକ କାହାଣୀ ହେଉଛି ଓଡ଼ିଶାର ସୁନ୍ଦରଗଡ ସହରର ୩୨ ବର୍ଷୀୟ ଚା’ବିକ୍ରେତା ଆଲୋକ ଚନ୍ଦ୍ର ପାତ୍ରଙ୍କର । ସୁନ୍ଦରଗଡ ହସପିଟାଲ ଛକ ନିକଟ ରାସ୍ତା କଡରେ ରହିଛି ଆଲୋକଙ୍କର ‘ପାତ୍ର ଟି ଷ୍ଟଲ’ ଚା’ଦୋକାନ । ନିଜ ଗ୍ରାହକଙ୍କ ଖୁସି ପାଇଁ ସେ ତାଙ୍କ ଚା’ଦୋକାନରେ ଜିଓଫାଇବର ସଂଯୋଗ ନେଇ ମାଗଣାରେ ୱାଇଫାଇ ସୁବିଧା ଯୋଗାଇ ଦେଉଛନ୍ତି ।

ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଯେତେବେଳେ ସୁନ୍ଦରଗଡ ସହରରେ ଆରମ୍ଭ ହେଲା, ସେତେବେଳେ ଆଲୋକ ମଧ୍ୟ ମୁଖ୍ୟ ରାସ୍ତା କଡରେ ଥିବା ତାଙ୍କ ଚା’ଦୋକାନରେ ଜିଓଫାଇବର ସଂଯୋଗ ନେବାକୁ ଆବେଦନ କରିଥିଲେ । ଏହା ଜିଓଫାଇବର୍ ଟିମକୁ ଆଶ୍ଚର‌୍ୟ୍ୟ କରିଥିଲା । କିନ୍ତୁ ଆଲୋକ ପ୍ରଥମରୁ ଭଲ ଭାବରେ ବୁଝିଥିଲେ ଯେ ନିରବଚ୍ଛିନ୍ନ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟ ସଂଯୋଗ ତାଙ୍କ ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧ କରିବ । ଏହାଦ୍ୱାରା ତାଙ୍କ ନିକଟକୁ ଆସୁôଥବା ଗ୍ରାହକମାନେ ସନ୍ତୁଷ୍ଟ ହେବେ ।

ସଂପ୍ରତି ହାଇସ୍ପିଡ୍ ଜିଓଫାଇବର ସଂଯୋଗ ନେଇଥିବା ଆଲୋକ ତାଙ୍କ ଚା’ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏକ ମାଗଣା ୱାଇଫାଇ ଜୋନ୍ ରେ ପରିଣତ କରିଛନ୍ତି ଏବଂ ସମସ୍ତଙ୍କୁ ମାଗଣାରେ ହାଇସ୍ପିଡ ଇଂଟରନେଟ ସୁବିଧା ଯୋଗାଇ ଦେଉଛନ୍ତି । ଏହା ତାଙ୍କ ବ୍ୟବସାୟରେ କିଭଳି ସହାୟକ ହେଉଛି ବୋଲି ପଚାରିବାରୁ ବେଶ୍ ଖୁସିରେ ଆଲୋକ କୁହନ୍ତି, ଜିଓଫାଇବରକୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । କାରଣ ତାଙ୍କ ଦୋକାନରେ ମାଗଣା ୱାଇଫାଇ ସେବା ତାଙ୍କ ଗ୍ରାହକମାନଙ୍କୁ ବେଶ୍ ଖୁସିି ଦେବା ସହିତ ଖୁବ କମ୍ ଦିନ ମଧ୍ୟରେ ତାଙ୍କ ଚା’ଦୋକାନ କେବଳ ଏହି କାରଣ ପାଇଁ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ହାଇସ୍ପିଡ ଇଂଟରନେଟ ସଂଯୋଗ ଯୋଗୁଁ ତାଙ୍କର ଅନେକ ନିୟମିତ ଗ୍ରାହକ ଏବେ ଦୋକାନରେ ଅଧିକ ସମୟ ରହୁୁଛନ୍ତି, ଯାହା ତାଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହେଉଛି ।

ଏହାବ୍ୟତୀତ ଜଣେ ସନ୍ତୁଷ୍ଟ ଜିଓଫାଇବର ଗ୍ରାହକ ଭାବରେ ଆଲୋକ ନିଜେ ତାଙ୍କ ଚା’ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ଜିଓଫାଇବର ସଂଯୋଗ ନେବାକୁ ପ୍ରସ୍ତାବ ଦେଉଛନ୍ତି । ଆଲୋକଙ୍କ ଚା’ଦୋକାନରେ ଜିଓଫାଇବର ଜରିଆରେ ଉପଲବ୍ଧ ନିରବଚ୍ଛିନ୍ନ ହାଇସ୍ପିଡ ଇଂଟରନେଟରେ ପ୍ରଭାବିତ ହୋଇ ତାଙ୍କର ଅନେକ ଗ୍ରାହକ ଆନନ୍ଦର ସହିତ ଜିଓଫାଇବର ସଂଯୋଗ ଆପଣାଇଛନ୍ତି ।

ସୁନ୍ଦରଗଡର ପାତ୍ର ଟି ଷ୍ଟଲ ଭଳି ରାଜ୍ୟର ବିଭିନ୍ନ ଛୋଟ ବଡ଼ ସହରରେ ହଜାର ହଜାର କ୍ଷୁଦ୍ର ଉଦ୍ୟୋଗ, ବ୍ୟବସାୟୀ ଓ ଉଦ୍ୟୋଗୀ, ଶିକ୍ଷା ପ୍ରତିଷ୍ଠାନ, କାର‌୍ୟ୍ୟରତ ପ୍ରଫେସନାଲ୍ ତଥା ଛାତ୍ରଛାତ୍ରୀ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବାରୁ ଉପକୃତ ହେଉଛନ୍ତି । ଏଥିସହିତ ସେମାନଙ୍କର ନିଜ ବ୍ୟବସାୟ ତଥା ବୃତିଗତ ଆବଶ୍ୟକତା ତଥା ଚାହିଦାକୁ ଦୃଷ୍ଟିରେ ରଖି ଡିଜିଟାଲ ଯୁଗକୁ ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ଦ୍ରୁତ ଗତିରେ ଏହାର ସେବା ଓଡ଼ିଶାର ୨୭ଟି ସହର ଓ ନଗରର ପ୍ରମୁଖ ସ୍ଥାନ ଓ ଜନବସତି ଅଂଚଳକୁ ସମ୍ପ୍ରସାରିତ କରିଛି ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି । ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ଜିଓଫାଇବର ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ଜିଓଫାଇବରର ୭୬,୦୦୦ରୁ ଅଧିକ ଗ୍ରାହକ ଥିଲେ ।

ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ଇଂଟରନେଟ ସଂଯୋଗ ଯୋଗାଇ ଦେଉଥିବା ଜିଓଫାଇବର ସଂପ୍ରତି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ, ଭଦ୍ରକ, ଜଟଣି, ଖୋର୍ଦ୍ଧା, ବେଲପାହାଡ, ତାଳଚେର, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ସମେତ ଓଡ଼ିଶାର ୨୭ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ।

ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.