Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାରାଦ୍ବୀପ ପ୍ରକଳ୍ପ ପାଇଁ ଜେଏସଡବ୍ଲୁ ଘୋଷଣା କଲା କ୍ଷତିଗସ୍ତଙ୍କ ସହାୟତା ରାଶି, ଜାଣନ୍ତୁ କାହାକୁ କେତେ
ବିଶେଷ ଖବର

ପାରାଦ୍ବୀପ ପ୍ରକଳ୍ପ ପାଇଁ ଜେଏସଡବ୍ଲୁ ଘୋଷଣା କଲା କ୍ଷତିଗସ୍ତଙ୍କ ସହାୟତା ରାଶି, ଜାଣନ୍ତୁ କାହାକୁ କେତେ

December 16, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦ୍ବୀପ ପ୍ରକଳ୍ପ ପାଇଁ ଜେଏସଡବ୍ଲୁ ଘୋଷଣା କଲା କ୍ଷତିଗସ୍ତଙ୍କ ସହାୟତା ରାଶି, ଜାଣନ୍ତୁ କାହାକୁ କେତେ

ପାରାଦ୍ବୀପ: JSW declares special R & R compensation, ଭାରତର ପ୍ରତିଷ୍ଠିତ ଇସ୍ପାତ କଂପାନୀ ଜେଏସଡବ୍ଲୁ ଓଡିଶାର ତାହାର ପ୍ରକଳ୍ପ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। କଂପାନୀ ତରଫରୁ ପ୍ରଥମେ କ୍ଷତିଗସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ଏଥିରେ ପାନ ବରଜ, ଜମି ହରାଇଥିବା ବ୍ୟକ୍ତି ଏବଂ ବିଭିନ୍ନ କୃଷି କ୍ଷେତ୍ର କ୍ଷତିଗସ୍ତଙ୍କ ପାଇଁ ଏହି ଘୋଷଣା କରାଯାଇଛି। କଂପାନୀ ତରଫରୁ ଘୋଷଣା ହୋଇଥିବା କ୍ଷତିପୂରଣର ସହାୟତା ରାଶି ହେଲା..

ପାନ ବରଜ

ଡେସିମିଲ୍ ପିଛା ୧୭,୫୦୦ ଟଙ୍କା, ଗାଁରେ ପାନ ବରଜ ଉଚ୍ଛେଦ ଘୋଷଣା ହେବାର ୧୫ ଦିନ ମଧ୍ୟରେ ଯେଉଁ ବ୍ୟକ୍ତି ନିଜର ପାନବରଜ ଭାଙ୍ଗିବେ, ତାଙ୍କୁ ନୂଆ ପାନ ବରଜ ପିଛା ୫୦ ହଜାର ଟଙ୍କା ବୋନସ୍ ବାବଦରେ ଦିଆଯିବ ।

ଭଙ୍ଗାଯାଇଥିବା ପୁରୁଣା ପାନ ବରଜ ପାଇଁ ସହାୟତା ରାଶି

ପୂର୍ବରୁ ଡେସିମିଲ୍ ପିଛା ୧୧,୫୦୦ ଟଙ୍କା ପାଇଥିବା ପାନ ବରଜ ମାଲିକମାନଙ୍କୁ ଡେସିମିଲ୍ ପିଛା ଅତିରିକ୍ତ ୬,୦୦୦ ଟଙ୍କା ହିସାବରେ ବୋନସ୍‌

-ଉକ୍ତ ରାଶି ପ୍ରକଳ୍ପ ଜମିରୁ ସମସ୍ତ ପାନବରଜ ଭଙ୍ଗାଯିବା ପରେ ଅଥବା ପାଚେରୀ କାମ ସମ୍ପୂର୍ଣ୍ଣ ହେବା ପରେ (ଯାହା ବିଳମ୍ବରେ ହେବ) ପ୍ରଦାନ କରାଯିବ ।

ଜମି ଅଧିଗ୍ରହଣ ଗ୍ରାମର ଅନ୍ୟ ପରିବାର ନିମନ୍ତେ ସହାୟତା ରାଶି

ଜମି ଅଧିଗ୍ରହଣ ଗ୍ରାମର ଯେଉଁ ପରିବାରମାନେ ପାନ ବରଜ ବାବଦରେ କ୍ଷତିପୂରଣ ପାଇନାହାନ୍ତି ଏବଂ ପୂର୍ବ ପ୍ରକଳ୍ପ ଠାରୁ ପାନବରଜ ଶ୍ରମିକ ଭାବରେ କ୍ଷତିପୂରଣ ପାଇନାହାନ୍ତି କେବଳ ସେହି ପରିବାରଙ୍କୁ ୮୮,୦୦୦ ଟଙ୍କାର ସହାୟତା ରାଶି ନିମ୍ନ ଭାବରେ ଦିଆଯିବ ।

କ) ପ୍ରକଳ୍ପ ଅଚଂଳରୁ ସମ୍ପୂର୍ଣ୍ଣ ଭାବେ ପାନ ବରଜ ଉଚ୍ଛେଦ ପରେ ଏକକାଳୀନ ୪୪,୦୦୦ ଟଙ୍କା

ଖ) ପ୍ରକଳ୍ପର ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସରିବା ପରେ ଏକକାଳୀନ ୪୪,୦୦୦ଟଙ୍କା

ତେବେ ପୂର୍ବରୁ ଯେଉଁ ଗ୍ରାମରେ ପାନବରଜ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ସରିଛି ସେଠାରେ ପାଚେରୀ ସୀମା ନିର୍ଦ୍ଧାରଣ ପରେ ଏକକାଳୀନ ୪୪୦୦୦ଟଙ୍କା ଏବଂ ପାଚେରୀ କାମ ସମ୍ପୂର୍ଣ୍ଣ ହେବା ପରେ ଏକକାଳୀନ ୪୪୦୦୦ଟଙ୍କା ପ୍ରଦାନ କରାଯିବ ।

ଫଳ ଗଛ

ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମ ଓ ବିଜ୍ଞପ୍ତି ଅନୁସାରେ ପ୍ରଦାନ କରାଯିବ

ଚିଙ୍ଗୁଡି ଘେରି (ସ୍ୱୀକୃତିପ୍ରାପ୍ତ)

ସ୍ୱୀକୃତିପ୍ରାପ୍ତ ଚିଙ୍ଗୁଡି ଘେରି ଏକର ପିଛା ୨.୫ ଲକ୍ଷ

ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ପରିବାର ସହାୟତା ରାଶି

ବର୍ତମାନ ପ୍ରକଳ୍ପ ଅଚଂଳରେ ଥିବା ଜଙ୍ଗଲର ରକ୍ଷଣାବେକ୍ଷଣ କରୁଥିବା ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ରାସନକାର୍ଡଧାରୀ

ପରିବାର ଏକକାଳୀନ ୫୦୦୦୦ ଟଙ୍କା ପାଇବେ ।

ଗତ ତିନି ବର୍ଷର ଦଲିଲ ଏବଂ କମିଟିର ତଥ୍ୟାବଳି ରେକର୍ଡ ଅନୁସାରେ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଭାବରେ ପରିବାରର ନାମ ସଂଖ୍ୟା ଧାର୍ଯ୍ୟ କରାଯିବ ।

– ଗୋଟିଏ ରାସନ କାର୍ଡଧାରୀ ପରିବାରରୁ ଜଣଙ୍କୁ ଏହି ରାଶି ପ୍ରଦାନ କରାଯିବ ।

କେମିତି ଦିଆଯିବ ଏହି ସହାୟତା ରାଶି

୧. ପ୍ରକଳ୍ପ ଅଚଂଳରେ ଘର-ଘର ବୁଲି ସର୍ବେକ୍ଷଣ କରାଯିବ ।

କ). ପ୍ରତ୍ୟେକ ରାସନକାର୍ଡଧାରୀ ପରିବାର ନିଜ ପରିବାରରୁ ଜଣଙ୍କୁ ରୋଜଗାର ପାଇଁ ମନୋନୀତ କରିବେ । ଯାହାଙ୍କ ବୟସ ୨୦-୩୨ ବର୍ଷ ଭିତରେ ହୋଇଥିବ ।

ଖ). ସେହି ମନୋନୀତ ସଦସ୍ୟଙ୍କୁ ଆବଶ୍ୟକୀୟ ତାଲିମ ଦିଆଯାଇ ରୋଜଗାରକ୍ଷମ କରାଯିବ ।

୨. କମ୍ପାନୀ କର୍ତୁପକ୍ଷ ସେହି ମନୋନୀତ ସଦସ୍ୟଙ୍କୁ ପର୍ଯ୍ୟାୟକ୍ରମେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ନିଯୁକ୍ତି କିମ୍ବା ରୋଜଗାର ଦେବା ନିମନ୍ତେ ଚେଷ୍ଟା କରିବେ ।

ସେମାନଙ୍କୁ ଗ୍ରୁପ୍ କମ୍ପାନୀ କିମ୍ବା  ଆସୋସିଏଏଟ୍ କମ୍ପାନୀ କିମ୍ବା କଂଟ୍ରାକ୍ଟର କିମ୍ବା ପ୍ରୋଜେକ୍ଟ ବା ପ୍ରକଳ୍ପ ମାଧ୍ୟମରେ ଭାରତର କୌଣସି ସ୍ଥାନରେ ନିଯୁକ୍ତି ପ୍ରଦାନର ସୁଯୋଗ ଦିଆଯିବ ।

୩. ଉପରୋକ୍ତ ସମସ୍ତ ପ୍ରକାର ସହାୟତା ରାଶି ପାଇଁ କେବଳ ଜମି ହରାଇଥିବା ଗାଁ ଗୁଡିକରେ ରାସନ୍ କାର୍ଡ ଧାରୀ ପରିବାର ଯୋଗ୍ୟ ପରିବାର ଭାବରେ ବିବେଚିତ ହେବେ ।

୪. ରାସନ କାର୍ଡରେ ତାଲିକାଭୁକ୍ତ ସମସ୍ତ ସଦସ୍ୟମାନଙ୍କୁ ଗୋଟିଏ ପରିବାର ଭାବେ ଗ୍ରହଣ କରାଯିବ ।

୫. ଜମି ଅଧିଗ୍ରହଣ ଘୋଷଣା ପତ୍ରରେ ଉଲ୍ଲେଖ ତାରିଖ ସୁଦ୍ଧା ଯେଉଁ ପରିବାର ପାଖରେ ରାସନକାର୍ଡ ଥିବ କେବଳ ସେହିମାନେ ଅଦ୍ୟାବଧି ସହାୟତା ବା ଅନୁକମ୍ପାରାଶି ପାଇଁ ହକଦାର ହେବେ ।

୬. ଜମି ଅଧିଗ୍ରହଣ ହେଉଥିବା ଆଠଟି ରାଜସ୍ୱ ଗ୍ରାମଗୁଡିକ ହେଲେ ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢ଼ିଙ୍କିଆ ଓ ମାହାଳ ।

୭. ସମସ୍ତ ପ୍ରକାର ଆର୍ଥିକ ସହାୟତା ହୀତାଧିକାରୀଙ୍କ ନାମରେ ଚେକ୍ ମାଧ୍ୟମରେ କିମ୍ବା ବ୍ୟାଙ୍କ୍ ଜରିଆରେ ଦିଆଯିବ ।

ଜେଏସଡବ୍ଲୁ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026
Latest News

ସଂସଦରେ ଭଙ୍ଗିବ ଅଚଳାବସ୍ଥା: ଆସନ୍ତାକାଲି ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍ ଉପରେ ହେବ ଆଲୋଚନା

July 27, 2026

“ପ୍ରଧାନ ଜିନ୍ଦାବାଦ”: ଇସ୍ତଫା ଦେବା ପରେ ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ

July 27, 2026

ପତଞ୍ଜଳି ଅଟାରେ କୀଟନାଶକ: ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

July 27, 2026

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

July 27, 2026

ଚିଲିକାରେ ଭାଙ୍ଗୁଛି ବିଜେଡି ଗଡ, ବିଜେପିରେ ସାମିଲ ହେଲେ ବହୁ ବିଜେଡି ନେତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.