Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ହଜାର ହଜାର ପିଲାଙ୍କ ପାଇଁ ଆଣିଦେଲା ଉତ୍ସବର ଆନନ୍ଦ

December 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଥିବା ଏବଂ ଉତ୍ସବ ପାଳନର ଆଗ୍ରହ ସର୍ବତ୍ର ପରିଲକ୍ଷିତ ହେଉଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି।

ଭୁବନେଶ୍ୱର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍‍ ବ୍ୟାଗ୍‍ ଏବଂ ଉପହାର ବଣ୍ଟନ କରିଛି। ଏହି ଶିକ୍ଷଣୀୟ ଗୁଡିଜ୍‍ ବ୍ୟାଗରେ ପାଠ୍ୟ ଉପକରଣ, ମାନସ ମନ୍ଥନକାରୀ ଖେଳ, ମଡୁଲାର ହୁଲା ହୁପ୍‍, ଖେଳନା ଡୋ ଏବଂ କିଛି ଚକୋଲେଟ ରହିଛି। ଉକ୍ତ ଉପହାର ବ୍ୟାଗରେ ମଧ୍ୟ ପିଲାଙ୍କ ପାଇଁ କୋଭିଡରୁ ସୁରକ୍ଷା ପ୍ରଦାନ କରୁଥିବା ସାନିଟାଇଜର ଏବଂ ମାସ୍କ ରହିଛି।

ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୬୦୦ ପିଲାଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଗୁଡିଜ୍‍ ବ୍ୟାଗ ଏବଂ ଉପହାର ତିନିଟି ସହଭାଗୀ ଏନଜିଓ ଯଥା- ଅଙ୍କୁର ଫାଉଣ୍ଡେସନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ ଏବଂ ପରିବର୍ତ୍ତନ ସହଯୋଗରେ  ବଣ୍ଟନ କରାଯାଇଛି। ଏନଜିଓ ସହଯୋଗୀମାନେ ଭୁବନେଶ୍ୱରରେ ସାଲିଆ ସାହି, ବାଣୀବିହାର ନିକଟ  ବିଶେଶ୍ୱର ବସ୍ତି, ୟୁନିଟ ୯ ନିକଟ ମା ଭଗବତୀ ବସ୍ତି, ପୁନାମା ଗେଟ୍‍ ନିକଟ କେଳା ସାହି, ସୁନ୍ଦରପଦା ନିକଟ ଭୋଇ ସାହି ବସ୍ତି ଏବଂ ମଞ୍ଚେଶ୍ୱର ନିକଟ ଧିରିକୁଟି ବସ୍ତି ସମେତ ବିଭିନ୍ନ ବସ୍ତି ଅଞ୍ଚଳରେ ଅବହେଳିତ ବର୍ଗର ପିଲାମାନଙ୍କୁ ଏହି ଗୁଡିଜ୍‍ ବ୍ୟାଗ ଏବଂ ଉପହାର ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ତାହାର କୋଭିଡ ସୁରକ୍ଷା ଅଭିଯାନର ଅଂଶବିଶେଷ ଭାବରେ କୋଭିଡ୧୯ ନିରାପତ୍ତା ନିୟମାବଳୀ ପାଳନ କରିବାକୁ ନିରନ୍ତର ଭାବରେ ପ୍ରାଧାନ୍ୟ ଦେବା ସହିତ ପୂର୍ବରୁ ନିଜର ଏନଜିଓ ସହଯୋଗୀ, କୃଷକ ଉତ୍ପାଦନକାରୀ କମ୍ପାନୀସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟଗୁଡିକ ଜରିଆରେ ଓଡ଼ିଶାର ୨୫ଟି ଜିଲାରେ ୧୦ ଲକ୍ଷରୁ ଅଧିକ ମାସ୍କ ଯୋଗାଇ ଦେଇସାରିଛି। ଏହା ମଧ୍ୟ ଏନଜିଓ ସହଯୋଗୀମାନଙ୍କ ସହିତ ମିଶି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲାରେ ୭ରୁ ୧୦ ବର୍ଷ ବୟସର ପିଲାଙ୍କ ମଧ୍ୟରେ ପ୍ରାୟ ୫୦,୦୦୦ ସ୍ୱତନ୍ତ୍ର ଶିଶୁ ମାସ୍କ ବଣ୍ଟନ କରିଛି।

ଉତ୍ସବର ଆନନ୍ଦ ଭୁବନେଶ୍ୱର ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.