Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସୁଛି ନୂଆ ନିୟମ, ଏଣିକି ଇଣ୍ଟରେନେଟ ନ ଥିଲେ ମଧ୍ୟ ମୋବାଇଲରୁ କରିପାରିବେ ପେମେଣ୍ଟ
ବିଶେଷ ଖବର

ଆସୁଛି ନୂଆ ନିୟମ, ଏଣିକି ଇଣ୍ଟରେନେଟ ନ ଥିଲେ ମଧ୍ୟ ମୋବାଇଲରୁ କରିପାରିବେ ପେମେଣ୍ଟ

January 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ମୋବାଇଲ ପେମେଣ୍ଟର ଆସୁଛି ଏକ ନୂଆ ନିୟମ। ସେହି ନିୟମ ଅନୁସାରେ ଆପଣଙ୍କର ଇଣ୍ଟରନେଟ ନ ଥିଲେ ମଧ୍ୟ ଆପଣ ଟଙ୍କା ପେମେଣ୍ଟ କରିପାରିବେ। ତେବେ ଏହାର ପରିମାଣ ମାତ୍ର 200 ଟଙ୍କାରେ ସୀମିତ ରଖାଯାଇଛି। ତାହା ପୁଣି ଦୋକାନି ପାଖରେ ପେମେଣ୍ଟ କରିପାରିବେ। ଦୂରରେ ଥିବା କୌଣସି ବ୍ୟକ୍ତିଙ୍କୁ ଏହି ପେମେଣ୍ଟ କରିପାରିବେ ନାହିଁ।

ମୁଖ୍ୟତଃ ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରୀକ୍ଷା ମୂଳକ ଭାବେ ଏହି ସେବା ଆରମ୍ଭ କରିଛି। ଗତ 2020 ମସିହାରୁ ଏହି ସେବା ନିର୍ଦ୍ଧିଷ୍ଠ କେତେକ ଅଞ୍ଚଳ ତଥା ଗ୍ରାହକଙ୍କୁ ନେଇ ଆରମ୍ଭ କରାଯାଇଛି। ଏଥିରେ ଯେଉଁ ଅସୁବିଧା ବାହାରିଲା ତାହାକୁ ସମାଧାନ କରି ଆରବିଆଇ ଏହା ଲାଗୁ କରିବାକୁ ଯାଉଛି।

ମୁଖ୍ୟତଃ ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହନ୍ତି, ସେମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନ ଥାଏ। ସେମାନଙ୍କୁ ଏହି ଡିଜିଟାଲ ପେମେଣ୍ଟରେ ସାମିଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ଯେଉଁମାନଙ୍କର ମୋବାଇଲରେ ଇଣ୍ଟରନେଟ ଥିବା, ହେଲେ ରିଚାର୍ଯ୍ୟ ନ କରିବାରୁ ଇଣ୍ଟରନେଟ କଟିଯାଇଥିବ ସେମାନେ ମଧ୍ୟ ଏହି ଅପଲାଇନ ପେମେଣ୍ଟ କରିପାରିବେ।

ତେବେ ଏହି ପେମେଣ୍ଟରେ କେତେକ ସର୍ତ୍ତ ରଖାଯାଇଛି। ଯେପରି ଗ୍ରାହକ ଦୋକାନୀ ଆଗରେ ଏହି ପେମେଣ୍ଟ କରିପାରିବେ। ଦୂରରୁ ରହି ପେମେଣ୍ଟ କରାଯାଇପାରିବ ନାହିଁ। ସେହିପରି ଗୋଟିଏ ନିର୍ଦ୍ଧିଷ୍ଠ ସମୟ ମଧ୍ୟରେ ସର୍ବମୋଟ ମାତ୍ର 2000 ଟଙ୍କା ପେମେଣ୍ଟ ହୋଇପାରିବ। ଅର୍ଥାତ ଦିନସାରା 200 ଟଙ୍କା ଲେଖାଏଁ ଦୁଇ ହଜାରରୁ ଅଧିକା କରିପାରିବେ ନାହିଁ।

ଏହି ସେବା ଯୋଗାଇବା ପାଇଁ ଆରବିଆଇ କେତେକ କଂପାନୀ ସହିତ ଆଲୋଚନା କରିଛି। ସେମାନେ ଯେପରି ଗ୍ରାହକମାନଙ୍କ ପେମେଣ୍ଟ ସଂପର୍କରେ ସୂଚନା ପ୍ରଦାନ କରିପାରିବେ ସେ ନିଶ୍ଚିତତା ଦେବା ପାଇଁ କୁହାଯାଇଛି। ଏ ନେଇ କେତେକ କଂପାନୀ ଆଗ୍ରହୀ ଥିବାରୁ ଖୁବ ଶିଘ୍ର ଦେଶରେ ଏହି ଅପଲାଇନ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡିଛି।

ଆରବିଆଇ ରିଜର୍ଭ ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ଭୁବନେଶ୍ୱରରେ ନୂତନ ‘ସ୍କୋଡା କୁଶାକ୍’ର ସ୍ୱତନ୍ତ୍ର ପ୍ରଦର୍ଶନ

March 29, 2026

ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର

March 29, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆଇଜିଓଏମ ବୈଠକ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.