Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗ୍ଲାନ୍ସରେ ୨୦୦ ନିୟୁତ ଡଲାର ନିବେଶ ଘୋଷଣା
ଆଜିର ଖବର

ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗ୍ଲାନ୍ସରେ ୨୦୦ ନିୟୁତ ଡଲାର ନିବେଶ ଘୋଷଣା

February 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ମୁମ୍ବାଇ: ଅଗ୍ରଣୀ ଏଆଇ ଭିତ୍ତିକ ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଗ୍ଲାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ପାଣ୍ଠି ହାସଲ (ଫଣ୍ଡିଂ)ର ସିରିଜ୍ ଡି ପର୍ଯ୍ୟାୟରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ) ଠାରୁ ୨୦୦ ନିୟୁତ ଡଲାର ନିବେଶ ଗ୍ରହଣ କରିବାକୁ ସହମତ ହୋଇଛି।

ଜିଓ ଦ୍ୱାରା ହେବାକୁ ଥିବା ଏହି ପ୍ରସ୍ତାବିତ ନିବେଶର ଲକ୍ଷ୍ୟ ହେଉଛି ଏସିଆ ବାହାରେ ଥିବା ବହୁ ପ୍ରମୁଖ ଆନ୍ତର୍ଜାତିକ ବଜାର ଯଥା ଆମେରିକା, ବ୍ରାଜିଲ୍‌, ମେକ୍ସିକୋ ଓ ରୁଷିଆରେ ଗ୍ଲାନ୍ସର ଉନ୍ମୋଚନକୁ ତ୍ୱରାନ୍ୱିତ କରିବା। କଂପାନି ଲକ୍‌ସ୍କ୍ରିନ୍‌ରେ ବିଶ୍ୱର ସର୍ବବୃହତ ଲାଇଭ୍ ବିଷୟବସ୍ତୁ ଓ ବାଣିଜ୍ୟ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ହାସଲ କରିବାକୁ ଥିବା ପାଣ୍ଠିକୁ ଏହା ବିଶ୍ୱସ୍ତରରେ ସମ୍ପ୍ରସାରଣ ପାଇଁ ବ୍ୟବହାର କରିବ। ଜିଓ ପ୍ଲାଟଫର୍ମସ୍ ବ୍ୟତୀତ ଗ୍ଲାନ୍ସକୁ ବୃହତ ପ୍ରଯୁକ୍ତି ସଂସ୍ଥା ଗୁଗୁଲ୍ ଏବଂ ସିଲିକନ୍ ଭ୍ୟାଲିର ଭେଂଚର ଫଣ୍ଡ୍ ମିଥ୍ରିଲ୍ କ୍ୟାପିଟାଲ୍‌ର ସମର୍ଥନ ମଧ୍ୟ ରହିଛି।

ଏହି ପ୍ରସ୍ତାବିତ ନିବେଶ ସମେତ, ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ପାଇଁ ଇଟଂରନେଟ୍ ଅନୁଭୂତିରେ ବୈପ୍ଳବିକ ରୂପାନ୍ତରଣ ଲାଗି ଜିଓଫୋନ୍ ନେକ୍ସ୍‌ଟ୍ ସ୍ମାର୍ଟଫୋନ୍‌ରେ ଗ୍ଲାନ୍ସ “ଲକ୍ ସ୍କ୍ରିନ୍ ପ୍ଲାଟଫର୍ମ’ ସମ୍ମିଳିତ କରିବାକୁ ଗ୍ଲାନ୍ସ ପକ୍ଷରୁ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ରିଲାଏନ୍ସ ରିଟେଲ୍‌) ସହିତ ବ୍ୟବସାୟ ସହଯୋଗିତା ରାଜିନାମା ସ୍ୱାକ୍ଷର କରାଯାଇଛି। ମୋବାଇଲ୍ ପରିବ୍ୟବସ୍ଥାରେ ଏହା ହେଉଛି ଗ୍ଲାନ୍ସ ଓ ବିଶ୍ୱସ୍ତରୀୟ ସଂସ୍ଥା ମଧ୍ୟରେ ସଦ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା। ଏହି ବୁଝାମଣା ଜରିଆରେ ଗ୍ଲାନ୍ସ, ରିଲାଏନ୍ସ ରିଟେଲ୍ ଓ ଜିଓ ମଧ୍ୟରେ ଡିଭାଇସ୍‌, ବାଣିଜ୍ୟ, ବିଷୟବସ୍ତୁ (କନ୍‌ଟେଂଟ୍‌) ଓ ଗେମିଂ ବ୍ୟବସ୍ଥାକୁ ନେଇ ଆହୁରି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ହେବ ବୋଲି ଆଶା କରାଯାଉଛି।

ବର୍ତମାନ, ଗ୍ଲାନ୍ସର ଲକ୍‌ସ୍କ୍ରିନ୍ ପ୍ଲାଟଫର୍ମ ଏସିଆର ବଜାରରେ ୪୦୦ ନିୟୁତରୁ ଅଧିକ ଡିଭାଇସ୍‌ରେ ରହିଛି। ବିନା ସର୍ଚରେ, କୌଣସି ଆପ୍ ଡାଉନ୍‌ଲୋଡ୍ ନକରି କିମ୍ବା ଏଭଳିକି ନିଜ ଫୋନ୍‌କୁ ଅନ୍‌ଲକ୍ ନକରି ବ୍ୟବହାରକାରୀଙ୍କୁ ଇଟଂରନେଟ୍‌ର ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ସମ୍ଭବ କରିଛି ଗ୍ଲାନ୍ସ। ଲକ୍ ସ୍କ୍ରିନ୍‌ରେ ଅଗ୍ରଦୂତ ବ୍ୟକ୍ତିଗତ ସୁହାଇବା ଭଳି ବ୍ୟବସ୍ଥା, ଏଆଇ ଦ୍ୱାରା ପରିଚାଳିତ ବିଷୟବସ୍ତୁ, ଲାଇଭ୍ ମନୋରଂଜନ ବାଣିଜ୍ୟ ଜରିଆରେ ଏହାକୁ ହାସଲ କରାଯାଇଛି।

ଜିଓ ଭାରତରେ ଡିଜିଟାଲ୍ ସେବା ବ୍ୟବସ୍ଥାର ଅଗ୍ରଦୂତ ହେବା ସହ ବିଗତ ୫ ବର୍ଷରେ ଭାରତୀୟ ଡିଜିଟାଲ୍ ବ୍ୟବସ୍ଥାରେ ଏହାର ବୈପ୍ଳବିକ ପ୍ରଭାବ ରହିଛି। ପ୍ରଯୁକ୍ତି-ଡିଜିଟାଲ୍ କ୍ଷେତ୍ରରେ ଜିଓ ନବସୃଜନ, ସଂସ୍ଥା ଏବଂ ସମାଧାନକୁ ସମର୍ଥନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହା ବିଭିନ୍ନ ପ୍ରକାର ପବରର୍ତୀ ସ୍ତରର ପ୍ରଯୁକ୍ତି ଓ ଉଦ୍ୟମିତା ଟିମ୍‌କୁ ସମର୍ଥନ ପ୍ରଦାନ କରି ଭାରତୀୟ ବଜାରରେ ଅନ୍ୟତମ ସବୁଠୁ ସକ୍ରିୟ ଡିଜିଟାଲ୍ ଆସେଲରେଟର ଭାବେ ଉଭା ହୋଇଛି।

ଗ୍ଲାନ୍ସରେ କରାଯାଇଥିବା ନିବେଶ ସମ୍ପର୍କରେ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ କହିଛନ୍ତି ଯେ, “ଗତ ଦୁଇ ବର୍ଷ ଭିତରେ ଗ୍ଲାନ୍ସ ଉଲ୍ଲେଖନୀୟ ଭାବେ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିଛି ଏବଂ ଇଟଂରନେଟ୍‌ର ଅନୁଭୂତି, ଲାଇଭ୍ ବିଷୟବସ୍ତୁ, କ୍ରିଏଟର ପରିଚାଳିତ ମନୋରଂଜନ ବାଣିଜ୍ୟ ଏବଂ ଗେମିଂ ପାଇଁ ଲକ୍‌ସ୍କ୍ରିନ୍‌ର ଶକ୍ତିକୁ ଅନଲକ କରି ଏହା ବ୍ୟବହାରକାରୀଙ୍କୁ ବାସ୍ତବରେ ସ୍ୱତନ୍ତ୍ର ସମାଧାନ ପ୍ରଦାନ କରୁଛି। ଏହି ନିବେଶ ଜରିଆରେ ଗ୍ଲାନ୍ସ ବିଶ୍ୱସ୍ତରରେ ପ୍ରମୁଖ ବଜାରଗୁଡ଼ିକରେ ଏହାର ସେବାର ଶୁଭାରମ୍ଭ କରିବା ସମେତ ନିୟ୍ରୁତାଧିକ ଜିଓ ଗ୍ରାହକଙ୍କ ପର୍ଯ୍ୟନ୍ତ ଅନନ୍ୟ ଅନୁଭୂତି ପହଂଚାଇବାକୁ ଆଶା ରଖିଛି ଯାହା ଭାରତ ଓ ବାହାରେ ରହିଥିବା ଗ୍ରାହକମାନଙ୍କୁ ସବୁଠୁ ଉନ୍ନତ ଓ ପରବର୍ତୀ ସ୍ତରର ପ୍ରଯୁକ୍ତି ଏବଂ ଡିଜିଟାଲ୍ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି।’’

ନବୀନ ତିୱାରୀ, ପ୍ରତିଷ୍ଠାତା ଓ ସିଇଓ, ଇନ୍‌ମୋବି ଗ୍ରୁପ୍ କହିଛନ୍ତି ଯେ, “ମୋର ଆଦ୍ୟ ଜୀବନରୁ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ମୋ ପାଇଁ ହେଉଛନ୍ତି ଜଣେ ଉଲ୍ଲେଖନୀୟ ପ୍ରେରଣାର ଉତ୍ସ ଏବଂ ଆମର ଯାତ୍ରାରେ ଜିଓ ସହଯୋଗୀ ହୋଇଥିବାରୁ ମୁଁ ଗର୍ବିତ ମନେ କରୁଛି। ଗ୍ଲାନ୍ସରେ ଜିଓର ନିବେଶ ମିଳିତ ଲକ୍ଷ୍ୟ ଓ ଦର୍ଶନର ଏକ ଗଭୀର ଶକ୍ତି ଆଣିଛି। ଜିଓ ନିଶ୍ଚିତ ରୂପେ ବିପ୍ଳବ ଆଣିଥିବା ଏକ କଂପାନି। ଏହା ନିୟୁତାଧିକ ବ୍ୟବହାରକାରୀଙ୍କ ନିକଟରେ ଇଟଂରନେଟ୍‌କୁ ପହଂଚାଇବା ସମ୍ଭବ କରି ଭାରତକୁ ବିଶ୍ୱର ଅନ୍ୟତମ ସର୍ବବୃହତ ଇଟଂରନେଟ୍ ବଜାରରେ ପରିଣତ କରିଛି। ଜିଓଫୋନ୍ ନେକ୍ସ୍‌ଟ୍ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରି ଜିଓ ଏବେ ସ୍ମାର୍ଟଫୋନ୍ ବଜାରରେ ବିପ୍ଳବ ଆଣିଛି। ଗ୍ଲାନ୍ସରେ ଜିଓର ନିବେଶ ଏବଂ ଜିଓଫୋନ୍ ନେକ୍ସଟ୍ ସ୍ମାର୍ଟଫୋନ୍‌ରେ ଗ୍ଲାନ୍ସ ଲକ୍‌-ସ୍କ୍ରିନ୍ ଉପଲବ୍ଧତା ଆଗକୁ ବ୍ୟବହାରକାରୀମାନେ ଇଟଂରନେଟ୍‌ର ଯେଉଁଭଳି ଭାବେ ଅନୁଭୂତି ହାସଲ କରୁଥିଲେ ସେଥିରେ ପରିବର୍ତନ ଆଣିବ।’’

ପୀୟୂଷ ଶାହ, ସହ ପ୍ରତିଷ୍ଠାତା, ଇନ୍‌ମୋବି ଗ୍ରୁପ୍ ଓ ସଭାପତି ଏବଂ ସିଓଓ, ଗ୍ଲାନ୍ସ କହିଛନ୍ତି ଯେ, “ଏସିଆରେ ଲାଇଭ୍ ବିଷୟବସ୍ତୁ, ବାଣିଜ୍ୟ ଏବଂ ଗେମିଂ ପାଇଁ ବୈପ୍ଳବିକ ଲକ୍‌ସ୍କ୍ରିନ୍‌-ପ୍ରଥମ ସନ୍ଧାନ ପ୍ଲାଟଫର୍ମକୁ ଗ୍ଲାନ୍ସ ସୃଷ୍ଟି କରିଛି ଏବଂ ଆଗକୁ ଆମେ ବିଶ୍ୱସ୍ତରରେ ଏହାକୁ ବ୍ୟାପକ କରିବାକୁ ଚାହୁଛୁ। ଜିଓର ନିବେଶ ଏହି ଲକ୍ଷ୍ୟ ପ୍ରତି ଏକ ବଡ଼ ଧରଣର ସ୍ୱୀକୃତି ଏବଂ ଏହା ଗ୍ଲାନ୍‌ସର ଅଭିନବ ଅନୁଭୂତିକୁ ସାରା ଦୁନିଆରେ ପହଂଚାଇବାର ଶକ୍ତି ଆମକୁ ପ୍ରଦାନ କରିଛି। ଭବିଷ୍ୟତରେ ବିଷୟବସ୍ତୁ ସୃଷ୍ଟି କରିବା, କ୍ରିଏଟର ଏବଂ ବାଣିଜ୍ୟ ବ୍ୟବସ୍ଥାରେ ଜିଓ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆଶାରଖିଛୁ।’’

ଜିଓ ପ୍ଲାଟଫର୍ମସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025
Latest News

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.