Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧ ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ ସଂଖ୍ୟା, ରାଜ୍ୟର ୨୭ ସହର ଓ ନଗରକୁ ସମ୍ପ୍ରସାରିତ ହେଲା ସେବା
ଆଜିର ଖବର

୧ ଲକ୍ଷ ଟପିଲା ଜିଓ ଫାଇବର ଗ୍ରାହକ ସଂଖ୍ୟା, ରାଜ୍ୟର ୨୭ ସହର ଓ ନଗରକୁ ସମ୍ପ୍ରସାରିତ ହେଲା ସେବା

February 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ଭାବରେ ରିଲାଏନ୍ସ ଜିଓର ଲୋକପ୍ରିୟ ଅଲ୍‌ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍‌’ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍‌ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସ୍‌ଡ୍‌-ଲାଇନ୍ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ର ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି। ଜାତୀୟ ସ୍ତରରେ ମଧ୍ୟ ଜିଓଫାଇବର୍ ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିଛି।

ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର୍ ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହୋଇଛି। ମହାମାରୀ ଆରମ୍ଭ ସମୟରେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୮୦୦୦ ଥିବା ବେଳେ ଏଥିରେ ଲଗାତାର ବୃଦ୍ଧି ଘଟି ଜିଓଫାଇବର ଗ୍ରାହକ ସଂଖ୍ୟା ୧୨୦୦% ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ଏକ ଲକ୍ଷ ଅତିକ୍ରମ କରିଛି।

ନାଗରିକମାନଙ୍କୁ ସାମ୍ପ୍ରତିକ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓଫାଇବର୍ ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ତାହାର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିଛି। ଜିଓଫାଇବର୍ ସେବା ସମ୍ପ୍ରତି ଓଡ଼ିଶାରେ ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁରରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ ସମେତ ୨୭ଟି ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ଏବଂ ଏହାର ସେବାକୁ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଗର ଓ ସହରଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି। ଏହି ସମସ୍ତ ସହରଗୁଡିକରେ ବ୍ୟବହାରକାରୀମାନେ ସାମ୍ପ୍ରତିକ ମହାମାରୀ ସମୟରେ ଦ୍ରୁତ ଇଂଟରନେଟ୍ ଜରିଆରେ ବାହ୍ୟ ଜଗତ ସହିତ ଯୋଡିହୋଇ ରହିବାର ଏକ ନିର୍ଭରଯୋଗ୍ୟ ମାଧ୍ୟମ ପାଇପାରୁଛନ୍ତି। ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷା ଆହରଣ ସମୟରେ ନିରବଚ୍ଛିନ୍ନ ସଂଯୋଗ ପାଇପାରୁଥିବାବେଳେ ରୋଗୀମାନେ ସେମାନଙ୍କ ଘରେଥାଇ ଡାକ୍ତର ପରାମର୍ଶ ପାଇପାରୁଛନ୍ତି ଏବଂ ୱାର୍କ-ଫ୍ରମ୍‌-ହୋମ୍ କରୁଥିବା ପ୍ରଫେସନାଲ୍ ମାନେ ଜିଓଫାଇବର ବଳରେ ସହଜରେ ଘରେ ରହି ସହଜରେ କାମ କରିପାରୁଛନ୍ତି।

ଜିଓଫାଇବର୍ ପୋଷ୍ଟ-ପେଡ ପ୍ଲାନଗୁଡିକ ଗ୍ରାହକଙ୍କୁ ବିନା କୌଣସି ଇନଷ୍ଟଲେସନ ଚାର୍ଜ ଏବଂ ଅପ୍‌ଟିକାଲ ନେଟୱର୍କ ଟର୍ମିନାଲ ଡିଭାଇସ ପାଇଁ କୌଣସି ସିକ୍ୟୁରିଟି ଜମା ବିନା ଜିଓଫାଇବର ସଂଯୋଗ ନେଇପାରିବା ଭଳି ଅତୁଳନୀୟ ଫାଇଦା ପ୍ରଦାନ କରୁଛି। ଏତଦ୍‌ବ୍ୟତୀତ ଜିଓଜଏନ୍ ଆପ୍‌କୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କର ଜିଓଫାଇବର ଲ୍ୟାଣ୍ଡଲାଇନ ନମ୍ବରକୁ ଆସୁଥିବା ସମସ୍ତ କଲ୍‌କୁ ସ୍ମାର୍ଟଫୋନ୍‌ରେ ଗ୍ରହଣ କରିପାରିବା ସୁବିଧା ରହିଛି।

ଜିଓଫାଇବର୍ ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହା ଅସୀମିତ ଡାଟା ଏବଂ ମାଗଣା ଏଚଡି ଭଏସ୍ କଲିଂ ସୁବିଧା ପ୍ରଦାନ କରୁଛି। ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ ବକ୍ସ ଏବଂ ଭଏସ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସଂପ୍ରତି ୩୫୦ରୁ ଅଧିକ ଟିଭି ଚାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ। ବ୍ୟବହାରକାରୀମାନେ ଜିଓଫାଇବର୍‌ର ଅନନ୍ୟ ଟ୍ରିପଲ ପ୍ଲେ ସଂଯୁକ୍ତ ପ୍ଲାନ୍‌କୁ ଉପଭୋଗ କରିପାରିବେ ଯେଉଁଥିରେ ଅଲ୍‌ଟ୍ରା-ହାଇ ସ୍ପିଡ ଇଂଟରନେଟ ଯାହାର ସ୍ପିଡ ୧୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍‌, ଅସୀମିତ ଲୋକାଲ ଏବଂ ଏସଟିଡି ଏଚଡି କଲ୍ ସୁବିଧା ଥିବା ଫିକ୍ସଡ ଲାଇନ ସେବା ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି+ ହଟଷ୍ଟାର, ଜି୫, ୟୁଟ୍ୟୁବ, ଭୁଟ୍‌, ସୋନିଲିଭ୍ ଆଦି ୧୭ଟି ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ ସୁବିଧା ରହିଛି। ଏଥିସହିତ ଜିଓଫାଇବର ବ୍ୟବହାରକାରୀମାନେ ମଧ୍ୟ ସମାନୁପାତିକ ସ୍ପିଡ୍ ଉପଭୋଗ କରିବେ, ଯାହାର ଅର୍ଥ ହେଉଛି ଡାଉନଲୋଡ ଓ ଅପ୍‌ଲୋଡ ସ୍ପିଡ ସମାନ ରହିବ, ଏବଂ ପାଣିପାଗ ପରିସ୍ଥିତିରେ ବ୍ୟାଘାତ କାରଣରୁ ସେବା ବାଧାପ୍ରାପ୍ତ ହେବନାହିଁ।

ବହୁ ସଂଖ୍ୟକ କାର୍ଯ୍ୟରତ ପ୍ରଫେସନାଲ୍‌, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବେ ମଧ୍ୟ ଘରେ ରହି କାର୍ଯ୍ୟକରୁଥିବା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସରେ ଯୋଗ ଦେଉଥିବାରୁ, ଜିଓଫାଇବର ନିଜର ଭରସାଯୋଗ୍ୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଦ୍ୱାରା ସାରା ଓଡ଼ିଶାର ନାଗରିକମାନଙ୍କୁ ସହାୟତା କରିବାକୁ ନିରନ୍ତର ଭାବରେ ନିଜ ନେଟୱର୍କରେ ବୃଦ୍ଧି ଜାରି ରଖିଛି।

ଜିଓଫାଇବର ସମ୍ପ୍ରସାରିତ ହେଲା
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.