Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୁଦ୍ର ତଳ କେବୁଲ ବ୍ୟବସ୍ଥା ଆଇଏଏକ୍ସ ମାଳଦ୍ୱୀପକୁ ସିଧାସଳଖ ଭାରତ ଓ ସିଙ୍ଗାପୁର ସହ ଯୋଡ଼ିବ
ଆଜିର ଖବର

ସମୁଦ୍ର ତଳ କେବୁଲ ବ୍ୟବସ୍ଥା ଆଇଏଏକ୍ସ ମାଳଦ୍ୱୀପକୁ ସିଧାସଳଖ ଭାରତ ଓ ସିଙ୍ଗାପୁର ସହ ଯୋଡ଼ିବ

February 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ୪ଜି ଓ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ (ଜିଓ ) ପକ୍ଷରୁ ମାଳଦ୍ୱୀପର ହୁଲହୁମାଲେରେ ପରବର୍ତୀ ପିଢ଼ିର ମଲ୍‌ଟି-ଟେରାବିଟ୍ ଭାରତ-ଏସିଆ ଏକ୍ସପ୍ରେସ୍ (ଆଇଏଏକ୍ସ) ସମୁଦ୍ର ତଳ କେବୁଲ ବ୍ୟବସ୍ଥା ବିଛାଯିବ (ଲ୍ୟାଣ୍ଡିଂ କରାଯିବ)।

ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଓ ହାଇ-ସ୍ପିଡ୍ ଆଇଏଏକ୍ସ ବ୍ୟବସ୍ଥା ହୁଲହୁମାଲେକୁ ସିଧାସଳଖ ଭାରତ ଓ ସିଙ୍ଗାପୁରରେ ଥିବା ଦୁନିଆର ପ୍ରମୁଖ ଇଟଂରନେଟ୍ ହବ୍ ସହ ଯୋଡ଼ିବ। ମାଳଦ୍ୱୀପର ପ୍ରଥମ ଆନ୍ତର୍ଜାତିକ କେବୁଲ୍‌ର ଶୁଭାରମ୍ଭ ବିଷୟରେ ଅର୍ଥନୈତିକ ବିକାଶ ମନ୍ତ୍ରୀ ମାନ୍ୟବର ଉଜ୍ ଫୟାଜ୍ ଇସ୍‌ମାଇଲ୍ କହିଛନ୍ତି ଯେ, “ଆମର ଯୋଗାଯୋଗ ଭିତିଭୂମିରେ ଉନ୍ନତି ଆଣିବା ଏବଂ ସୁରକ୍ଷିତ, ସୁଲଭ ଓ ଉଚ୍ଚ ମାନର ସେବା ଜରିଆରେ ଆମର ଲୋକମାନଙ୍କ ପାଇଁ ବିପୁଳ ସୁଯୋଗ ଉନ୍ମୁକ୍ତ କରିବା ଦିଗରେ ଏହା ହେଉଛି ପ୍ରଥମ ପଦକ୍ଷେପ।

ଆମେ ଆମର ଅର୍ଥନୀତିରେ ବିବିଧତା ଆଣିବା ଏବଂ ନିଜକୁ ଦକ୍ଷିଣ ଏସିଆର ଏକ ପ୍ରମୁଖ ଯୋଗାଯୋଗ ହବ୍ ଭାବେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛୁ। ଅର୍ଥନୈତିକ ବିକାଶକୁ ବଢ଼ାଇବା ସହ ଏହା ସାରା ମାଳଦ୍ୱୀପରେ ହାଇ-ସ୍ପିଡ୍ ଇଟଂରନେଟ୍ ପହଂଚାଇ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବ ଯାହା ଆମକୁ ଆମେ ଚାହୁଥିବା ସମାନତା ବିକାଶ ହାସଲ କରିବାରେ ସହାୟକ ହୋଇପାରିବ।’’

“ବର୍ତ୍ତମାନ ବିଶ୍ୱର ଅର୍ଥନୀତି ଲୋ-ଲାଟେନ୍‌ସି ବ୍ରଡ୍‌ବ୍ୟାଣ୍ଡ୍‌, ଜନତା, ବ୍ୟବସାୟ, ବିଷୟବସ୍ତୁ ଓ ସେବାକୁ ଯୋଡ଼ି ଆଗକୁ ବଢ଼ୁଛି। ଆଇଏଏକ୍ସ କେବଳ ମାଳଦ୍ୱୀପକୁ ବିଶ୍ୱର ବିଷୟବସ୍ତୁ ହବ୍ ସହ ଯୋଡ଼ିବ ନାହିଁ, ବରଂ ଏହା ମାଳଦ୍ୱୀପ ସରକାର ଶୁଭାରମ୍ଭ କରୁଥିବା ନୂଆ ଅଭିଯାନରୁ ଡାଟା ଚାହିଦାରେ ଆଶା କରାଯାଉଥିବା ବ୍ୟାପକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବ ବୋଲି ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମେନ୍ କହିଛନ୍ତି।

ଉଚ୍ଚ  ଗୁଣାତ୍ମକ ତଥା ଟେରାବିଟ୍ ଦକ୍ଷତାକୁ ସହାୟକ ହେଉଥିବା ୱେବ୍ ୩.୦ କ୍ଷମତାର ଇଟଂରନେଟ୍ ସେବା ପ୍ରଦାନ କରି ମାଳଦ୍ୱୀପ ସରକାର ରଖିଥିବା ଅଭିଳାଷକୁ ପୂରଣ କରିବା ଦିଗରେ ସହାୟତା ଲାଗି କାର୍ଯ୍ୟ କରୁଥିବାରୁ ଜିଓ ଅତ୍ୟନ୍ତ ଉଲ୍ଲସିତ ବୋଲି ସେ କହିଛନ୍ତି।

ଆଇଏଏକ୍ସ ବ୍ୟବସ୍ଥା ମୁମ୍ବାଇର ପଶ୍ଚିମରୁ ଆରମ୍ଭ ହୋଇଛି ଏବଂ ଭାରତ, ମାଲେସିଆ ଓ ଥାଇଲ୍ୟାଣ୍ଡ୍‌ରେ ଅତିରିକ୍ତ ଲ୍ୟାଣ୍ଡିଂ ସହ ଏହା ସିଙ୍ଗାପୁରକୁ ସିଧାସଳଖ ଶାଖାଗୁଡ଼ିକ ସହିତ ଯୋଡ଼ୁଛି। ଭାରତ-ୟୁରୋପ ଏକ୍ସପ୍ରେସ୍ (ଇଆଇଏକ୍ସ) ବ୍ୟବସ୍ଥା ମୁମ୍ବାଇକୁ ମିଲାନ୍ ସହ ଯୋଡ଼ୁଥିବା ବେଳେ ଏହାର ଲ୍ୟାଣ୍ଡିଂ ସାଭୋନା, ଇଟାଲିରେ ଥିବା ବେଳେ ଅତିରିକ୍ତ ଲ୍ୟାଣ୍ଡିଂ ମଧ୍ୟପ୍ରାଚ୍ୟ, ଉତର ଆମେରିକା ଓ ଭୂମଧ୍ୟସାଗରୀୟ ଅଂଚଳରେ ରହିଛି। ସେବା ପାଇଁ ଆଇଏଏକ୍ସ ୨୦୨୩ ଶେଷ ସୁଦ୍ଧା ଓ ଆଇଇଏକ୍ସ ୨୦୨୪ ମଧ୍ୟ ଭାଗ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

ଏହି ଉଚ୍ଚ ଦକ୍ଷତା ଓ ହାଇ- ସ୍ପିଡ୍ ସିଷ୍ଟମ୍ ୧୬,୦୦୦ କିଲୋମିଟର ବ୍ୟାପି  ୧୦୦ଜିବି ପ୍ରତି ସେକେଣ୍ଡ୍ ସ୍ପିଡ୍‌ରେ ୨୦୦ଟିବି ପ୍ରତିସେକେଣ୍ଡ୍ କ୍ଷମତା ପ୍ରଦାନ କରିବ। ଓପନ୍ ସିଷ୍ଟମ୍ ଟେକ୍ନୋଲୋଜି ବ୍ୟବହାର କରାଯାଉଥିବା ବେଳେ ସଦ୍ୟତମ ୱେଭ୍‌ଲେନ୍ଥ ସ୍ୱିଚଡ୍ ଆଇଓଏଡିଏମ୍‌/ବ୍ରାଚିଂ ୟୁନିଟ୍ ମୂତୟନରେ ଦ୍ରୁତ ଉନ୍ନତିକୁ ଏବଂ ଶେଷରେ ବିଭିନ୍ନ ସ୍ଥାନରେ ୱେଭ୍‌ସକୁ ଯୋଡ଼ିବା/ହଟାଇବାର ନମନିୟତାକୁ ନିଶ୍ଚିତ କରିବ।

ଆଇଇଏକ୍ସ ଓ ଆଇଏଏକ୍ସ ମିଳିତ ଭାବେ ଏହି ଦଶନ୍ଧିରେ ଟେଲିଯୋଗାଯୋଗ ଭିତିଭୂମିରେ ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ଭାରତ, ୟୁରୋପକୁ ଦକ୍ଷିଣ ପୂର୍ବ ଏସିଆ ଏବଂ ଏବେ ମାଳଦ୍ୱୀପ ସହ ଯୋଡ଼ିବ।

ଭାରତ ମାଳଦ୍ୱୀପ ସିଙ୍ଗାପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026
Latest News

Odisha DA Hike Announced: ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

May 15, 2026

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ର ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ମିଳିଲା ସମର୍ଥନ

May 15, 2026

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.