Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭେଣ୍ଡିଂ ମେସିନ୍ ରେ ଟିକେଟ୍ ବିକ୍ରି କରିବାରେ ଡିଜିଟାଲ୍ ପାଉଣା ନେଣଦେଣକୁ ତ୍ୱରାନ୍ୱିତ କଲା ରେଳବାଇ
ବିଶେଷ ଖବର

ଭେଣ୍ଡିଂ ମେସିନ୍ ରେ ଟିକେଟ୍ ବିକ୍ରି କରିବାରେ ଡିଜିଟାଲ୍ ପାଉଣା ନେଣଦେଣକୁ ତ୍ୱରାନ୍ୱିତ କଲା ରେଳବାଇ

February 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟ୍ରେନ ଯାତ୍ରା ଟିକେଟ୍, ପ୍ଲାଟଫର୍ମ ଟିକେଟ୍, ସିଜିନ ଟିକେଟ୍ ର ନବୀକରଣ କିମ୍ବା କିଣିବା ପାଇଁ ଏବେ ପେଟିଏମ୍ ଏବଂ ମାଗଣା ଚାର୍ଜ UPI QR କୋଡ୍ ମାଧ୍ୟମରେ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ (ଏଟିଭିଏମ) ଦ୍ୱାରା ଟିକେଟ କ୍ରୟ କରିବା କ୍ଷେତ୍ରରେ ପାଉଣା ପୈଠକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଏବେ ଏଟିଭିଏମ ଆପ୍ଲିକେସନ୍ କୁ ଭାରତୀୟ ରେଳବାଇର ସୂଚନା ପ୍ରଦ୍ୟୋଗିକୀ ଅନୁପ୍ରୟୋଗର ବିକାଶ ଏବଂ ସମ୍ପାଦନ କରୁଥିବା ସଂସ୍ଥା କ୍ରିସ (CRIS) ଦ୍ୱାରା ସକ୍ଷମ କରାଇଅଛି। ନୂଆଦିଲ୍ଲୀ ଷ୍ଟେସନ ଠାରେ ଉତ୍ତର ରେଳପଥର ସହଯୋଗରେ ଏଟିଭିଏମ ମାଧ୍ୟମରେ ପାଉଣା ପୈଠ ପାଇଁ ଲାଇଭ୍ ଟ୍ରାଏଲ୍ ସଫଳତାର ସହିତ କରାଯାଇଛି।

2021 ସେପ୍ଟେମ୍ବର ମାସ ଠାରୁ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ୍ ବୁକିଂ କାଉଣ୍ଟର ପ୍ରତି ନିର୍ଭର କରିବା ପରିବର୍ତ୍ତେ ମୋବାଇଲ୍ ୱେବସାଇଟ୍/ଆପ୍ ରେ UTS ମାଧ୍ୟମରେ ଅନ ଲାଇନ ମାଧ୍ୟମରେ ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିବା ପାଇଁ ସୁବିଧା ପାଇଥିଲେ।  ଯାତ୍ରୀମାନେ ଏଟିଭିଏମ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିପାରିବେ।

ଏଥିପାଇଁ ଯାତ୍ରୀମାନେ ୟୁଟିଏସଅନମୋବାଇଲ (UTSonMobile) ୱେବସାଇଟରେ ପଞ୍ଜୀକୃତ ହେବା ପରେ ଏଟିଭିଏମ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ ପାଇଁ www.utsonmobile.indianrail.gov.in ସାଇଟ୍ ପରିଦର୍ଶନ କରୁଥିଲେ। ଯଦି, ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି, ତାହେଲେ ସେମାନେ ସମାନ ଆକାଉଣ୍ଟ୍ ବ୍ୟବହାର କରିପାରିବେ।

ସଫଳ ଲଗଇନ୍ ପରେ ଯାତ୍ରୀଙ୍କୁ ମେନୁ ଅପ୍ସନ୍ “SMART CARD RECHARGE” ଚୟନ କରିବାକୁ ପଡିବ ଏବଂ କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟ କାର୍ଡ ଷ୍ଟକ୍ ନମ୍ବରକୁ ଫିଡ୍ କରିବାକୁ ପଡିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରାଇବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଟିଭିଏମରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡିବ।

ପ୍ଲାଟଫର୍ମ ଟିକେଟ୍ ରେଳବାଇ ସିଜିନ ଟିକେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026

ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.