Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଗ୍ ବଜାରର କିଛି ମଲକୁ ନିଜ ନିୟନ୍ତ୍ରଣକୁ ଆଣିଲା ରିଲାଏନ୍ସ, ୩୦ ହଜାର କର୍ମଚାରୀଙ୍କୁ ପୁନଃନିଯୁକ୍ତି
ବିଶେଷ ଖବର

ବିଗ୍ ବଜାରର କିଛି ମଲକୁ ନିଜ ନିୟନ୍ତ୍ରଣକୁ ଆଣିଲା ରିଲାଏନ୍ସ, ୩୦ ହଜାର କର୍ମଚାରୀଙ୍କୁ ପୁନଃନିଯୁକ୍ତି

March 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଗ୍ ବଜାରର କିଛି ମଲକୁ ନିଜ ନିୟନ୍ତ୍ରଣକୁ ଆଣିଲା ରିଲାଏନ୍ସ, ୩୦ ହଜାର କର୍ମଚାରୀଙ୍କୁ ପୁନଃନିଯୁକ୍ତି

ମୁମ୍ବାଇ/ଭୁବନେଶ୍ବର: କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ଫ୍ୟୁଚର୍ ରିଟେଲକୁ ମିଳିଛ ଆଶ୍ୱସ୍ତି। କାରଣ କଂପାନୀ ଲିଜ୍ ଦେୟ ପ୍ରଦାନ କରିପାରୁ ନ ଥିବାରୁ ଶତାଧିକ ଷ୍ଟୋର ଏବଂ କର୍ମଚାରୀମାନେ ଅନ୍ଧାରରେ ଗତି କରୁଥିଲେ। ମୁଖ୍ୟତଃ ଏହି କଂପାନୀର ବିଗ୍ ବଜାର ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ ମଧ୍ୟ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ।

ଏବେ କଂପାନୀର କେତେକ ବିଗ ବଜାର ମଲକୁ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଛି। ଏଥିସହିତ ସେହି ଷ୍ଟୋର୍‌ଗୁଡ଼ିକ ସହିତ ସାମିଲ୍ ଥିବା ବ୍ୟବସାୟ ସହଯୋଗୀ, ଗୃହ, କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ରିଲାଏନ୍ସ ନିଜ ଅଧିନକୁ ନେଇଛି। ଫଳରେ କର୍ମଚାରୀଙ୍କ ସହିତ ଅନ୍ୟ ଅଂଶଦାରମାନେ ଆଶ୍ୱସ୍ତ ହୋଇଛନ୍ତି।

ଫ୍ୟୁଚର ରିଟେଲ୍‌ର ଷ୍ଟୋର୍ ଓ ଅନଲାଇନ୍ କାରବାର ସଙ୍କୁଚିତ ହେବା ପରେ ସେଥିରେ କାମ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଥିଲା । ତେବେ ଯେଉଁ ଷ୍ଟୋର୍‌ଗୁଡ଼ିକରେ ରିଲାଏନ୍ସ ରିଟେଲ୍ ଏହାର ବ୍ରାଣ୍ଡିଂ ଆରମ୍ଭ କରିଛି ସେଗୁଡ଼ିକୁ ଆଉ ଫ୍ୟୁଚର ଗ୍ରୁପ୍ ଚଲାଇବ ନାହିଁ। ସେହି ଷ୍ଟୋର୍‌ଗୁଡ଼ିକର ଲିଜ୍ ରିଲାଏନ୍ସ ନାମରେ ରହିଛି ।

ଏହି ଷ୍ଟୋର୍ ଗୁଡିକରେ କାମ କରୁଥିବା କର୍ମଚାରୀମାନଙ୍କୁ ରିଲାଏନ୍ସ ନିଯୁକ୍ତି ପ୍ରସ୍ତାବ ଦେଇଥିବାରୁ ବହୁ ଦିନ ଧରି ନିଜ ଚାକିରିକୁ ନେଇ ସନ୍ଦିହାନ ଥିବା କର୍ମଚାରୀମାନେ ଏବେ ଆଶ୍ୱସ୍ତ ହୋଇଛନ୍ତି । ଏହିସବୁ ଷ୍ଟୋର୍‌ରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀମାନଙ୍କୁ ରିଲାଏନ୍ସ ପକ୍ଷରୁ ନିଯୁକ୍ତି ପ୍ରସ୍ତାବ ଦିଆଯାଇଛି ।

ସେହିଭଳି ବ୍ୟବସାୟ ସହଯୋଗୀ ଏବଂ ସାମଗ୍ରୀ ଓ ସେବା ଯୋଗାଣକାରୀମାନେ ଆଶ୍ୱସ୍ତ ହୋଇଛନ୍ତି କାରଣ ବହୁ ଦିନ ଧରି ସେମାନଙ୍କର ଯେଉଁ ବକେୟା ରହିଥିଲା ତାହା ମିଳିଯିବାର ଆଶା ସଂଚାର ହୋଇଛି । ଫ୍ୟୁଚର ଗ୍ରୁପ୍ ନିୟମିତ ଭଡ଼ା ଦେଇପାରୁନଥିବାରୁ ଗତବର୍ଷ ଠାରୁ ଘର ମାଲିକ ବା ଷ୍ଟୋର ରହିଥିବା କୋଠା ମାଲିକମାନେ ରିଲାଏନ୍ସକୁ ଲିଜ୍ ସୂତ୍ରରେ ସେହି ସ୍ଥାନ ଦେଇଥିଲେ । ରିଲାଏନ୍ସ ସେମାନଙ୍କ ସବୁ ବକେୟା ପ୍ରଦାନ କରିବା ସହିତ ନିୟମିତ ଭଡ଼ା ଦେଉଛି ।

ସୂଚନାଯୋଗ୍ୟ ଯେ ରବିବାର ଠାରୁ ଫ୍ୟୁଚର ରିଟେଲ୍‌ର ଅଧିକାଂଶ ଷ୍ଟୋର୍‌ରେ ତାଲା ପଡ଼ିଛି, ଏବଂ ଅନ୍‌ଲାଇନ୍ କାରବାର ମଧ୍ୟ ବନ୍ଦ ରହିଛି, ଯାହା ଫଳରେ ଏଠାରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି । ଏଭଳି ଏକ ଗମ୍ଭୀର ସମୟରେ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋର୍‌ଗୁଡ଼ିକର କର୍ମଚାରୀ ତଥା ବ୍ୟବସାୟ ସହଯୋଗୀ ମାନେ ଆଶ୍ୱସ୍ତ ହୋଇଛନ୍ତି । ସେହି ଷ୍ଟୋର୍‌ଗୁଡ଼ିକ ଆଗକୁ ରିଲାଏନ୍ସ ଦ୍ୱାରା ପରିଚାଳିତ ହେବ ।

ଫ୍ୟୁଚର ରିଟେଲ୍‌ରେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଶାନ୍ତନୁ କର ମଧ୍ୟ ସମସ୍ତ କର୍ମଚାରୀଙ୍କ ଭଳି କିଛି ମାସ ଧରି ନିଜ ଚାକିରି ନେଇ ଆଶଙ୍କିତ ରହିଥିଲେ । ତେବେ ରିଲାଏନ୍ସର ନିଯୁକ୍ତି ପ୍ରସ୍ତାବ ଗ୍ରହଣ କରି ରିଲାଏନ୍ସ ରିଟେଲ୍ ପେ-ରୋଲ୍ ରେ ସଦ୍ୟ ଯୋଗ ଦେଇଥିବା ଶାନ୍ତନୁ କହିଛନ୍ତି ଯେ, “କିଛି ମାସ ଧରି ଚାକିରି ନେଇ ଅନିଶ୍ଚିତତା ଓ ମାନସିକ ଚାପ ଲାଗି ରହିଥିଲା ଏବଂ ଭବିଷ୍ୟତରେ କ’ଣ କରିବି କିଛି ଭାବି ପାରୁନଥିଲି ।

ତେବେ ହଠାତ ରିଲାଏନ୍ସ ରିଟେଲ୍ ଏହି ଷ୍ଟୋର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବା ସହ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେବା ପରେ ଆମେ ସମସ୍ତେ ଏବେ ବେଶ୍ ଖୁସି ଓ ଆଶ୍ୱସ୍ତ ଅନୁଭବ କରୁଛୁ । ଅନେକ ସହକର୍ମୀ ଇତି ମଧ୍ୟରେ ରିଲାଏନ୍ସରେ ଯୋଗଦେଇ ସାରିଥିବା ବେଳେ, ଅନ୍ୟମାନଙ୍କର ଯୋଗଦେବା ପ୍ରକ୍ରିୟା ଜାରି ରହିଛି ।’’

ସେହିଭଳି ଭୁବନେଶ୍ୱରରେ ବିଗ୍‌ବଜାରରେ କାମ କରୁଥିବା ଅପୂର୍ବ ସାହୁ ରିଲାଏନ୍ସ ରିଟେଲ୍ ପେ’ରୋଲ୍‌ରେ ସାମିଲ କରାଯିବା ପ୍ରସ୍ତାବ ପାଇବା ପରେ ଉତ୍ସାହିତ ହୋଇପଡ଼ିଛନ୍ତି । ଅପୂର୍ବ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ଧରି ଆମ ଚାକିରି ନେଇ ମନ ଭିତରେ ଆଶଙ୍କା ରହିଥିଲା । କମ୍ପାନୀର ଅଧିଗ୍ରହଣ ହେବା ପରେ ନୂଆ କମ୍ପାନୀ ସମସ୍ତ କର୍ମଚାରୀଙ୍କୁ କିଭଳି ଭାବେ ଗ୍ରହଣ କରିବ ସେଥିନେଇ ସମସ୍ତେ ଦ୍ୱନ୍ଦରେ ରହିଥିଲେ କାରଣ ଦେଶରେ ପୂର୍ବରୁ ଯେତେବେଳେ ବି କୌଣସି ବଡ଼ କଂପାନି ବନ୍ଦ ହୋଇଛି ସେଥିରେ କାମ କରୁଥିବା ହଜାର ହଜାର ଲୋକ ଚାକିରି ହରାଇଥାନ୍ତି ।

ଆମେ ବି ଭୟଭୀତ ହୋଇପଡ଼ିଥିଲୁ । କିନ୍ତୁ ସେହି ସମୟରେ ରିଲାଏନ୍ସ ପକ୍ଷରୁ ଆମମାନଙ୍କୁ ଦିଆଯାଇଥିବା ନିଯୁକ୍ତି ଅଫର ଆମ ସମସ୍ତଙ୍କୁ ଆଶ୍ୱସ୍ତ କରିଛି ଏବଂ ନିଯୁକ୍ତିଜନିତ ଅସ୍ଥିରତା ଦୂର ହୋଇଛି । ଏବେ ମୁଁ ଓ ସହକର୍ମୀମାନେ ବାସ୍ତବରେ ବେଶ୍ ଖୁସି ଅନୁଭବ କରୁଛୁ କାରଣ ରିଲାଏନ୍ସ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋରଗୁଡିକର ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ମିଳିଛି। ସବୁଠାରୁ ଖୁସିର କଥା ହେଉଛି ପୂର୍ବ କମ୍ପାନୀରେ ରହିଥିବା ପଦବୀ ଓ ଚାକିରି ସର୍ତାବଳୀ ଏହି ନୂଆ ନିଯୁକ୍ତି ପ୍ରସ୍ତାବରେ ସମାନ ଭାବରେ ବଜାୟ ରହିଛି ।’’

ଫ୍ୟୁଚର ରିଟେଲ୍‌ରେ କାମ କରୁଥିବା କର୍ମଚାରୀଙ୍କ ଚାକିରିର ଭବିଷ୍ୟତ କ’ଣ ସେ ବିଷୟରେ କଂପାନି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଦେଇନାହିଁ । ମାତ୍ର ରିଲାଏନ୍ସ ରିଟେଲ୍ ନିଜ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋର୍‌ଗୁଡ଼ିକରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇ ସେମାନଙ୍କ ଚାକିରି ପ୍ରତି ରହିଥିବା ବିପଦ ଓ ଅନିଶ୍ଚିତତା ଦୂର କରିିଛି ।

Reliance Retail ବିଗ ବଜାର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Latest News

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.