Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପ୍ରଥମ ବିଶ୍ୱସ୍ତରୀୟ ଗନ୍ତବ୍ୟ ସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଖୋଲିବା ଘୋଷଣା
ଆଜିର ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପ୍ରଥମ ବିଶ୍ୱସ୍ତରୀୟ ଗନ୍ତବ୍ୟ ସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଖୋଲିବା ଘୋଷଣା

March 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦେଶର ସର୍ବବୃହତ ଏବଂ ସର୍ବାଧିକ ସମ୍ମାନଜନକ ବହୁମୁଖୀ ଗନ୍ତବ୍ୟସ୍ଥଳ ‘ଜିଓ ୱାର୍ଲଡ୍ ସେଂଟର’ ଉଦ୍‌ଘାଟନ ସମ୍ପର୍କରେ ଘୋଷଣା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶିକା ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରପର୍ସନ ନିତା ଅମ୍ବାନିଙ୍କ ଦୂରଦୃଷ୍ଟିସଂପନ୍ନତା ବଳରେ ସ୍ଥାପନ କରାଯାଇଥିବା ଏହି ସେଂଟର ମୁମ୍ବଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସରେ ୧୮.୫ ଏଳର ପରିମିତ ଜମି ଉପରେ ସ୍ଥାପିତ ଏବଂ ଏହା ଏକ ପ୍ରତିଷ୍ଠିତ ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ଗନ୍ତବ୍ୟବସ୍ଥଳ ହେବାକୁ ଯାଉଛି, ଯାହା ଭାରତ ଏବଂ ଏହାର ନାଗରିକମାନଙ୍କ ପାଇଁ ଏକ ବିଶ୍ୱ ଶ୍ରେଣୀର ଯୁଗାନ୍ତକାରୀ ସ୍ଥଳ ହେବ।

ପ୍ରାରମ୍ଭିକ ଭାବରେ ଧିରୁଭାଇ ଅମ୍ବାନି ସ୍କୋୟାରର ଲୋକାର୍ପଣ ଏବଂ ମୁମ୍ବଇ ମହାନଗର ପାଇଁ ମ୍ୟୁଜିକାଲ ଫାଉଁଟେନ୍ ଅଫ ଜଏ ର ଉତ୍ସର୍ଗ ସହିତ ଭାରତର ସର୍ବବୃହତ ଏବଂ ସୁନ୍ଦରତମ ‘ଜିଓ ୱାର୍ଲଡ୍ କନଭେନ୍‌ସନ ସେଂଟର’ ଅନାବରଣ ଦ୍ୱାରା ଜିଓ ୱାର୍ଲଡ୍ ସେଂଟର ଚଳିତ ବର୍ଷ ଏବଂ ଆସନ୍ତା ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଉଦ୍‌ଘାଟିତ ହେବା କାର୍ଯ୍ୟକ୍ରମ ରହିଛି।

ଭାରତରେ ଏହି ଧରଣର ପ୍ରଥମ ଗନ୍ତବ୍ୟସ୍ଥଳ ହୋଇଥିବା ଜିଓ ୱାର୍ଲଡ୍ ସେଂଟରରେ ରହିଛି ଏକ ସାଂସ୍କୃତିକ କେନ୍ଦ୍ର, ଏକ ମ୍ୟୁଜିକାଲ ଫାଉଁଟେନ, ଏକ ଉଚ୍ଚତର ରିଟେଲ ଅନୁଭୂତି, ନିଖୁଣ ଭାବରେ ବଛା ଯାଇଥିବା କାଫେଗୁଡିକର ସମ୍ଭାର ଏବଂ ଅତ୍ୟନ୍ତ ଆକର୍ଷଣୀୟ ରେସ୍ତୋରାଂ, ସମସ୍ତ ସୁବିଧା ସୁଯୋଗ ଥିବା ଆପାର୍ଟମେଂଟ ଏବଂ କାର୍ଯ୍ୟାଳୟ ଓ ଅତ୍ୟାଧୁନିକ ସମ୍ମିଳନୀ ସ୍ଥଳ।

ଏହି ସେଂଟର ସମ୍ପର୍କରେ ନିଜର ଦୃଷ୍ଟିଭଙ୍ଗୀ ସମ୍ପର୍କରେ ପ୍ରକାଶ କରି ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଜିଓ ୱାର୍ଲଡ୍ ସେଂଟର ଆମର ଗୌରବାବହ ରାଷ୍ଟ୍ର ପ୍ରତି ଏକ ସମ୍ମାନର ନିଦର୍ଶନ ଏବଂ ନୂତନ ଭାରତର ଆଶା ଆକାଂକ୍ଷାର ପ୍ରତିଫଳନ। ସର୍ବବୃହତ ସମ୍ମିଳନୀ ସ୍ଥଳ ଠାରୁ ନେଇ ସାଂସ୍କୃତିକ ଅନୁଭୂତି ଏବଂ ଯୁଗାନ୍ତକାରୀ ରିଟେଲ ଏବଂ ଭୋଜନ ସୁବିଧା ସହିତ ଜିଓ ୱାର୍ଲଡ୍ ସେଂଟରକୁ ମୁମ୍ବଇର ଏକ ନୂଆ ପ୍ରତିଷ୍ଠିତ ସ୍ଥଳ ଭାବରେ ପରିକଳ୍ପନା କରାଯାଇଛି, ଏହା ଏଭଳି ଏକ ସ୍ଥଳ ହେବ ଯେଉଁଠାକୁ ଆମେ ଏକତ୍ର ଆସି ଭାରତର ଅଭିବୃଦ୍ଧି ଗାଥାର ପରବର୍ତୀ ଅଧ୍ୟାୟ ରଚନା କରିବା।”

ଧିରୁଭାଇ ଅମ୍ବାନି ସ୍କୋୟାର ମୁମ୍ବଇ ମହାନଗରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେବାକୁ ଯାଉଥିବା ଧିରୁଭାଇ ଅମ୍ବାନି ସ୍କୋୟାର ରିଲାଏନ୍ସର ପ୍ରଣମ୍ୟ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନି ଏବଂ ମୁମ୍ବଇ ମହାନଗର ପ୍ରତି ଏକ ଉତ୍ସର୍ଗ ହେବ। ନିଃଶୁଳ୍କ ପ୍ରବେଶ, ମୁକ୍ତାକାଶ ସାଧାରଣ ସ୍ଥଳ ସହିତ ଏହା ସ୍ଥାନୀୟ ନାଗରିକ ଏବଂ ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ନିଶ୍ଚିତ ଦେଖିବାଭଳି ଏକ ସ୍ଥଳ ହେବାର ପ୍ରତିଶୃତି ରଖୁଛି।

ଧିରୁଭାଇ ଅମ୍ବାନି ସ୍କୋୟାର ଫାଉଁଟେନ ଅଫ୍ ଜଏ ଚତୁର୍ପାଶ୍ୱର୍ରେ ଘେରି ରହିଛି, ଯେଉଁଠାରେ ଏକାଧିକ କୃତ୍ରିମ ଝରଣାରେ ଜଳ ସହିତ ଆଲୋକ ଓ ସଂଗୀତ ପ୍ରଦର୍ଶିତ ହେବ। ଏହି କୃତ୍ରିମ ଝରଣା ଭାରତ ଏବଂ ତାହାର ବିବିଧ ରଙ୍ଗର ପ୍ରତୀକ ହୋଇଛି, ଯେଉଁଥିରେ ୮ଟି ଫାୟାର ସୁଟର, ୩୯୨ଟି ୱାଟର ଜେଟ୍ ଏବଂ ୬୦୦ରୁ ଅଧିକ ଏଲଇଡି ଆଲୋକ ଖଞ୍ଜାଯାଇଛି ଯାହା ପଦ୍ମ ଫୁଲ ପ୍ରସ୍ଫୁଟିତ ହେବା ଶୈଳୀର ଅଭୁଲା ଦୃଶ୍ୟ ସୃଷ୍ଟିକରୁଛି ଏବଂ ପଦ୍ମ ପାଖୁଡାଗୁଡିକ ସଂଗୀତର ତାଳେ ତାଳେ ନୃତ୍ୟ କରୁଛି।

ଏହି ମ୍ୟୁଜିକାଲ ଫାଉଁଟେନ୍‌କୁ ଉତ୍ସର୍ଗ କରି ଶ୍ରୀମତୀ ନିତା ଅମ୍ବାନି କହିଥିଲେ, “ଅତ୍ୟନ୍ତ ଆନନ୍ଦ ଏବଂ ଗର୍ବର ସହିତ ଆମେ ମୁମ୍ବଇ ମହାନଗର ଅଧିବାସୀ ଏବଂ ଜନସାଧାରଣଙ୍କ ପାଇଁ ଧିରୁଭାଇ ଅମ୍ବାନି ସ୍କୋୟାର ଏବଂ ବିଶ୍ୱ ଶ୍ରେଣୀର ଫାଉଁଟେନ ଅଫ୍ ଜୟ ଉତ୍ସର୍ଗ କରୁଛୁ। ମହାନଗରର ଉଦ୍ଦୀପନାକୁ ପାଳନ କରିବା ସହିତ ଏହା ଏକ ପ୍ରତିଷ୍ଠିତ ନୂଆ ସର୍ବସାଧାରଣ ସ୍ଥଳ ହେବ ଯେଉଁଠାରେ ଜନସାଧାରଣ ଖୁସିର ଆଦାନ ପ୍ରଦାନ କରିବେ ଏବଂ ଆମ୍‌ଚି ମୁମ୍ବଇର ରଙ୍ଗ ଏବଂ ଶବ୍ଦରେ ଭିଜିବେ! ଉଦ୍‌ଘାଟନୀ ରାତ୍ରିରେ ମୁଖ୍ୟତଃ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦର୍ଶନ କରିବା ନେଇ ଅତ୍ୟନ୍ତ ଆନନ୍ଦିତ। ମୁଁ ନିଜେ ଜଣେ ଶିକ୍ଷକ ହୋଇଥିବାରୁ ଏହିଭଳି ଆହ୍ୱାନମୂଳକ ସମୟରେ ନିରଳସ ଭାବରେ କାର୍ଯ୍ୟକରି ଜ୍ଞାନର ଶିଖାକୁ ପ୍ରଜ୍ଜ୍ୱଳିତ କରୁଥିବା ଆମ ଶିକ୍ଷକମାନଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଆମର ସମ୍ମାନ ପ୍ରଦର୍ଶନ କାର୍ଯ୍ୟକ୍ରମ ଏହି ବାସ୍ତବ ବୀରମାନଙ୍କୁ ଭୂୟସୀ ପ୍ରଶଂସା କରୁଛି।”

ଗତ ଦୁଇବର୍ଷ ଧରି ଜ୍ଞାନର ଶିଖାକୁ ପ୍ରଜ୍ଜ୍ୱଳିତ କରି ରଖିବା ଏବଂ ଭାରତକୁ ତାହାର ସଫଳତାର ପରବର୍ତୀ ଦଶନ୍ଧି ଦିଗରେ ଅଗ୍ରସର କରାଇବା ସୁନିଶ୍ଚିତ କରିବା ନିମନ୍ତେ ନୂତନ ଶିକ୍ଷା ପଦ୍ଧତିକୁ ଆପଣେଇବା ଦିଗରେ ଶିକ୍ଷକମାନଙ୍କର ପ୍ରୟାସକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁମ୍ବଇ ମହାନଗର ନିଗମ (ବିଏମସି) ବିଦ୍ୟାଳୟସମୂହ ଏବଂ ମୁମ୍ବଇର ଅନ୍ୟ ବିଦ୍ୟାଳୟଗୁଡିକରୁ ୨୫୦ରୁ ଅଧିକ ଶିକ୍ଷକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପ୍ରତିଦିନ ସଂଧ୍ୟାକାଳୀନ ପ୍ରଦର୍ଶନ ସହିତ ସ୍କୋୟାରକୁ ଉନ୍ମୁକ୍ତ କରାଯିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.