Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ
ଆଜିର ଖବର

ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ

March 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି। ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛି। ବର୍ଷକ ପୂର୍ବରୁ ଉନ୍ମୋଚନ କରାଯାଇଥିବା ଏହି ପ୍ଲାଟଫର୍ମ ଏହାର ପ୍ରଥମ ବର୍ଷରେ ୪ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିପାରିଛି। ଏହା ହେଉଛି ଭାରତରେ ମହିଳାମାନଙ୍କ ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ପ୍ଲାଟଫର୍ମ।

“ହର-ସର୍କଲ’ ହିନ୍ଦୀ ଆପ୍‌ର ଉନ୍ମୋଚନ ଅବସରରେ ନୀତା ଅମ୍ବାନି, ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ଯେକୌଣସି କ୍ଷେତ୍ର ଓ ଭାଷାର ମହିଳାମାନଙ୍କ ଲାଗି ହର-ସର୍କଲ୍ ହେଉଛି ଏକ ଉଦୀୟମାନ ପ୍ଲାଟଫର୍ମ। ମୁଁ ଚାହୁଛି ଆମର ଉପସ୍ଥିତି ଓ ସମର୍ଥନ ବିନା କୌଣସି ପ୍ରତିବନ୍ଧକରେ ଆଗକୁ ବଢ଼ିବା ଜାରି ରହୁ। ଅଧିକରୁ ଅଧିକ ମହିଳାମାନଙ୍କ ନିକଟରେ ସେମାନଙ୍କ ଭାଷାକୁ ପହଂଚାଇବା ଲାଗି ଆମେ ହର-ସର୍କଲ୍‌କୁ ହିନ୍ଦୀ ଭାଷାରେ ଉନ୍ମୋଚନ କରିଛୁ। ମୁଁ ଆଶା କରୁଛି ଯେ ବର୍ତମାନ ସୁଦ୍ଧା ଇଂରାଜୀ ପ୍ଲାଟଫର୍ମରେ ଯେତିକି ଭଲ ପାଇବା ଏହାକୁ ମିଳିଛି ହିନ୍ଦୀ ପ୍ଲାଟଫର୍ମରେ ମଧ୍ୟ ତାହା ମିଳିବ।’’

ହର-ସର୍କଲ୍ ଡିଜିଟାଲ୍ ନେଟ୍‌ୱର୍କକୁ ବ୍ୟବହାର କରି ହଜାର ହଜାର ମହିଳାମାନଙ୍କ ଲାଗି ସଠିକ୍ କ୍ୟାରିୟର ଓ ସୁଯୋଗ ସୁଯୋଗ ସୃଷ୍ଟି କରିଛି। ପେସାଦାର ମେକଅପ୍ ଆର୍ଟିଷ୍ଟ, ଫୁଡ ଷ୍ଟାଇଲିଷ୍ଟ, ଫିଟନେସ୍ ଟ୍ରେନର, ଡଗ୍‌୍ ଟ୍ରେନର, ରେଡିଓ ଜକି ଭଳି କ୍ୟାରିୟର ବିଷୟରେ ଏଥିରେ ବହୁତ ବଢ଼ିଆ ବିବରଣୀ ଉପଲବ୍ଧ ରହିଛି। ହର-ସର୍କଲ୍ ନେଟୱର୍କକୁ ୩୦,୦୦୦ ପଂଜୀକୃତ ଉଦ୍ୟୋଗୀଙ୍କ ସମର୍ଥନ ମଧ୍ୟ ମିଳିଛି।

ମହିଳାମାନଙ୍କ ସମ୍ପର୍କିତ ସାମଗ୍ରୀ ପ୍ରଦାନ କରିବା ଲାଗି ହର-ସର୍କଲ୍‌କୁ ଏକ ୱାନ୍‌-ଷ୍ଟପ୍ ଡେଷ୍ଟିନେସନ୍ ଭାବେ ପ୍ରସ୍ତୁତ କରାଯାଇଛି। ନେଟୱର୍କରେ ଯୋଡ଼ି ହୋଇଥିବା ମହିଳାମାନେ ସାର ଏଚ୍‌ଏନ୍ ରିଲାଏନ୍ସ ହସ୍ପିଟାଲ୍‌ର ଚିକିତ୍ସା ଓ ବିଶେଷଜ୍ଞ ନେଟ୍‌ୱର୍କ ଠାରୁ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ ଫିଟନେସ୍ ଓ ଚର୍ମର ଦେଖାଶୁଣା ଓ ସ୍ତ୍ରୀ ରୋଗ ସମ୍ପର୍କିତ ପରାମର୍ଶ ନେଇପାରିବେ। ଏହି ସେବା ଦ୍ୱାରା ହଜାର ହଜାର ମହିଳା ଉପକୃତ ହୋଇଛନ୍ତି। ଫିଟନେସ୍ ଓ ପୁଷ୍ଟି, ପ୍ରଜନନ କ୍ଷମତା, ଗର୍ଭାବସ୍ଥାର ସହିତ ବିତିୟ ଆବଶ୍ୟକତା ପାଇଁ ପର୍ସନଲାଇଜଡ୍ ଆପ୍‌କୁ ୧.୫୦ ଲକ୍ଷ ଲୋକ ବ୍ୟବହାର କରିଛନ୍ତି।

ଯଦିଓ ଭିଡିଓ ଓ ଲେଖା ବିଷୟବସ୍ତୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି କିନ୍ତୁ ପ୍ଲାଟଫର୍ମର ନେଟୱର୍କର ଅଂଶ କେବଳ ମହିଳାମାନଙ୍କ ପାଇଁ ରହିଛି। ତେଣୁ ବିନା କୌଣସି ସଙ୍କୋଚରେ ସେମାନେ ବାନ୍ଧବୀ ଓ ବିଶେଷଜ୍ଞଙ୍କୁ ପ୍ରଶ୍ନ କରିପାରୁଛନ୍ତି। ହର-ସର୍କଲ୍‌ରେ ମହିଳାମାନଙ୍କ ପାଇଁ ଏକ ଗୋପନୀୟ ଚାଟ୍ ରୁମ୍ ରହିଛି ଯେଉଁଥିରେ ସେମାନେ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରଶ୍ନ କରିପାରିବେ ଓ ଉତର ପାଇପାରିବେ। ଏହି ପ୍ଲାଟଫର୍ମରେ ରିଲାଏନ୍ସର ସ୍ୱାସ୍ଥ୍ୟ, ୱେଲ୍‌ନେସ୍‌, ଶିକ୍ଷା, ଉଦ୍ୟମିତା, ଫାଇନାନ୍ସ ଓ ନେତୃତ୍ୱ ବିଶେଷଜ୍ଞମାନେ ଉତର ଦେଉଛନ୍ତି। ଅପ୍‌ସ୍କିଲିଂ ଓ ନିଯୁକ୍ତି ସେକ୍ସନ ମହିଳାମାନଙ୍କ ଲାଗି ପେସାଦାର ଦକ୍ଷତା ଖୋଜିବାରେ ସହାୟକ ହେଉଛି। ଏହି ପ୍ଲାଟଫର୍ମରେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମକୁ ମଧ୍ୟ ହାସଲ କରାଯାଇପାରୁଛି।

ଆନ୍ତର୍ଜାତିକ ମହିଳା ଦିବସ ନୀତା ଅମ୍ବାନି
Share. Facebook Twitter LinkedIn Email WhatsApp Copy Link

Related Posts

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026

ଅନିଲ ଅମ୍ବାନୀଙ୍କୁ ସରକାରୀ ଝଟକା: ପ୍ରତ୍ୟାହାର ହେଲା ରିଲାଏନ୍ସ କମ୍ୟୁନିକେସନ୍ସର ସ୍ପେକ୍ଟ୍ରମ୍

October 7, 2026

ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ: ମିଳିଲା କ୍ୟାବିନେଟ ମନ୍ତ୍ରୀର ମାନ୍ୟତା

October 7, 2026
Latest News

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଏସ୍‌ସିବିସିଙ୍କ ପାଇଁ କମିଶନ ଗଠନ

October 7, 2026

ଦିଲ୍ଲୀରେ ହଁ, ଓଡ଼ିଶାରେ ନାଁ: ବନ୍ଦ ସମର୍ଥନକୁ ନେଇ ବଦଳିଲା ବିଜେଡିର ନିଷ୍ପତ୍ତି

October 7, 2026

ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ

October 7, 2026

ସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଅଭିନନ୍ଦନ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.