୧୩୭ ଦିନ ପରେ ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ବ୍ୟୟବହୁଳ

Published: Mar 22, 2022, 11:33 am IST

ନୂଆଦିଲ୍ଲୀ: ଲୋକମାନେ ଆଜି ମହଙ୍ଗାରୁ ଡବଲ ଆଘାତ ପାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ସହିତ ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛି। ଯାହା ଫଳରେ ଏହା ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ବୃଦ୍ଧି କରିବ ଏବଂ ଲୋକଙ୍କ ପକେଟ ଉପରେ ଏହାର ବଡ ପ୍ରଭାବ ପଡିବ।

କହିବାକୁ ଗଲେ ଅକ୍ଟୋବର ୨୦୨୧ ପରଠାରୁ ଏଲପିଜି ମୂଲ୍ୟରେ ଏହି ବୃଦ୍ଧି ପ୍ରଥମ ଥର ପାଇଁ ଘଟିଛି, ଯଦିଓ ସବସିଡି ନଥିବା ଗ୍ୟାସ ସିଲିଣ୍ଡରର ମୂଲ୍ୟ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ। ଶେଷ ଥର ପାଇଁ ଅକ୍ଟୋବର ୬ ତାରିଖ ୨୦୨୧ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।

ତେବେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୧ ତାରିଖ ୨୦୨୨ ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାର ପ୍ରଭାବ ମଧ୍ୟ ଦେଖାଯାଉଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଜନତା ସବୁଠୁ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ବିହାରର ରାଜଧାନୀ ପାଟନାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିବା ପରେ ଏହା ୧୦୦୦ ଟଙ୍କା ଅତିକ୍ରମ କରିଛି। ଏଠାରେ ମୂଲ୍ୟ ସିଲିଣ୍ଡର ପିଛା ୯୯୮ ରୁ ୧୦୩୯.୫୦ ଟଙ୍କାକୁ ବୃଦ୍ଧି ପାଇଛି।

Related posts