ପୁଣି ବଢିଲା ତୈଳ୍ୟ ଦର, ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ହେଲା ୧୧୨ ଟଙ୍କା

Published: Apr 6, 2022, 8:06 am IST

ଭୁବନେଶ୍ବର: ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୨ ଟଙ୍କା ୬୮ ପଇସା ଓ ଡିଜେଲ ୧୦୨ ଟଙ୍କା ୩୫ ପଇସା ରହିଛି।

ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ୯୬ ଟଙ୍କା ୬୭ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ୧୨୦ ଟଙ୍କା ୫୧ ପଇସା ଓ ଡିଜେଲ ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି।

Related posts