Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ମୋଟ୍‌ ୧୮.୬୦ ଲକ୍ଷ କୋଟି ଟଙ୍କାର ଖୋଲାଯାଇଛି ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ 
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ମୋଟ୍‌ ୧୮.୬୦ ଲକ୍ଷ କୋଟି ଟଙ୍କାର ଖୋଲାଯାଇଛି ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ 

April 8, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା। ଆମେ ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆସନ୍ତୁ ଆମେ ଏହି ଯୋଜନାର କେତେକ ପ୍ରମୁଖ ଦିଗ ଏବଂ ଉପଲବ୍ଧି ଉପରେ ନଜର ପକାଇବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଏପ୍ରିଲ, ୨୦୧୫ରେ ପିଏମଏମୱାଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଅଣ-କର୍ପୋରେଟ୍‌, ଅଣ-କୃଷି ଲଘୁ, କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପ୍ରଦାନ କରିବା।

ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ଉଲ୍ଲେଖନୀୟ ଯେ ନିଯୁକ୍ତି ସୁଯୋଗ ଗତିବିଧି ନିର୍ମାଣ ଲାଗି ଏହି ଯୋଜନା ଅଧୀନରେ ମୋଟ୍ ୧୮.୬୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ପାଇଁ ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ ଖୋଲାଯାଇଛି।’’

ପିଏମଏମୱାଇ ମାଧ୍ୟମରେ ବ୍ୟବସାୟିକ ପରିବେଶରେ ସୁଧାର ଏବଂ ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ‘‘ଯୋଜନା ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହାଦ୍ବାରା ତୃଣମୂଳ ସ୍ତରରେ ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୬୮ ପ୍ରତିଶତରୁ ଅଧିକ ଋଣ ଆକାଉଣ୍ଟ ମହିଳାଙ୍କ ପାଇଁ ମଞ୍ଜୁର କରାଯାଇଛି। ନୂଆ ଉଦ୍ୟୋଗୀଙ୍କ ପାଇଁ ୨୨ ପ୍ରତିଶତ ଆକାଉଣ୍ଟ ଖୋଲାଯାଇଛି ଯେଉଁମାନେ ଯୋଜନା ଆରମ୍ଭ ହେବା ପରଠାରୁ ଆଦୌ ଋଣ ନେଇନାହାନ୍ତି।

ସବୁ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅନ୍ୟ ସମ୍ଭାବ୍ୟ ଋଣଗ୍ରହିତାମାନେ ଆଗକୁ ଆସିବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଶ୍ରୀମତୀ ସୀତାରମଣ ଆହ୍ବାନ କରିଛନ୍ତି। ସେ କହିଛନ୍ତି, ‘‘ବର୍ତ୍ତମାନ ସୁଦ୍ଧା ମଞ୍ଜୁରିପ୍ରାପ୍ତ ଋଣ ମଧ୍ୟରୁ ୫୧ ପ୍ରତିଶତ ଋଣ ଅନୁସୂଚୀତ ଜାତି/ଅନୁସୂଚୀତ ଜନଜାତି/ଓବିସି ସମୁଦାୟଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ପ୍ରୟାସକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ ଏହା ସବ୍‌କା ସାଥ୍‌ ସବକା ବିକାଶ ଭାବନାକୁ ବାସ୍ତବରେ ଆଗେଇ ନେଉଛି।’’

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଆରମ୍ଭ କରିବା ପଛରେ ରହିଥିବା ପ୍ରେରଣା ଶକ୍ତି ହେଉଛି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗମାନଙ୍କୁ ସମସ୍ୟାମୁକ୍ତ/ବାଧାମୁକ୍ତ ଢଙ୍ଗରେ ସଂସ୍ଥାଗତ ଋଣ ପ୍ରଦାନ କରିବା।

ଆରମ୍ଭ ହେବା ପରଠାରୁ ଗତ, ସାତ ବର୍ଷ ମଧ୍ୟରେ, ମୋଟ୍‌ ୩୪.୪୨ କୋଟି ଆକାଉଣ୍ଟଧାରୀ ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ନୀତି ଆୟୋଗଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ସଂଖ୍ୟାରେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରିବା ଲାଗି ପିଏମଏମୱାଇ ଯୋଜନାରେ ଧ୍ୟାନ ଦିଆଯାଇଛି। ଯାହାଫଳରେ ଋଣ ଠାରୁ ବଞ୍ଚିତ ଏସବୁ ଜିଲ୍ଲାରେ ଋଣ ଉପଲବ୍ଧ ହୋଇପାରିବ।

ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତୀକରଣରର ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ, ଅର୍ଥାତ୍‌ ବ୍ୟାଙ୍କ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା, ଅସୁରକ୍ଷିତ ଋଣକୁ ସୁରକ୍ଷିତ କରିବା ଏବଂ ଆର୍ଥିକ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା। ଏହି କାର୍ଯ୍ୟକ୍ରମ ଅଧୀନରେ, ପ୍ରଯୁକ୍ତି ସହାୟତାରେ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ସହଯୋଗ ଦୃଷ୍ଟିକୋଣ ଆପଣାଇ ତିନୋଟି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ପ୍ରୟାସ କରାଯାଉଛି। ଏଥିସହିତ ଜରୁରି ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ତିନୋଟି ସ୍ତମ୍ଭ ମଧ୍ୟରୁ ଗୋଟିଏ- ଆର୍ଥିକ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା-ପିଏମଏମୱାଇ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଇକୋସିଷ୍ଟମ ପ୍ରତିଫଳିତ ହୋଇଥାଏ। କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ପ୍ରୟାସ ମାଧ୍ୟମରେ, ପିଏମଏମୱାଇ ଯୋଜନା, ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ଠାରୁ ଆରମ୍ଭ କରି ପରିଶ୍ରମୀ କୃଷକମାନଙ୍କ ପର୍ଯ୍ୟନ୍ତ, ସବୁ ଅଂଶୀଦାରଙ୍କ ଆର୍ଥିକ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ବଞ୍ଚିତ ଏବଂ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅବହେଳିତ ସମ୍ପ୍ରଦାୟକୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଅଟେ, ଯାହାକି ଲକ୍ଷାଧିକ ଲୋକମାନଙ୍କର ସ୍ବପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହୋଇଛି ଏବଂ ଲୋକମାନଙ୍କୁ ଆତ୍ମସମ୍ମାନ ଓ ସ୍ବାଧୀନ ଭାବନା ନେଇ ବଞ୍ଚିବା ଶିଖାଇଛି।

ଗତ ସାତ ବର୍ଷ ମଧ୍ୟରେ ପିଏମଏମୱାଇ ଯୋଜନାର ପ୍ରମୁଖ ଉପଲବ୍ଧି ଉପରେ ଆସନ୍ତୁ ନଜର ପକାଇବା :

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ପ୍ରମୁଖ ବିଷୟ:

ପିଏମଏମୱାଇ ଅଧୀନରେ ସଦସ୍ୟ ଋଣ ଋଣପ୍ରଦାନକାରୀ ସଂସ୍ଥାନ (ଏମଏଲଆଇ) ଅର୍ଥାତ୍‌ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ (ଏନବିଏଫସି), ଲଘୁ ଆର୍ଥିକ ସଂସ୍ଥାନ (ଏମଏଫଆଇ), ଅନ୍ୟ ଆର୍ଥିକ ମଧ୍ୟସ୍ଥ ଆଦି ମାଧ୍ୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥାଏ। ତିନୋଟି ବର୍ଗ ଯଥା- ଶିଶୁ, କିଶୋର ଏବଂ ତରୁଣରେ ଋଣ ପ୍ରଦାନ କରାଯାଇଥାଏ।

ଶିଶୁ : ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ

କିଶୋର : ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ତରୁଣ : ୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ନୂଆ ପିଢ଼ିର ଆକାଂକ୍ଷୀ ଯୁବକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ଅଧିକରୁ ଅଧିକ ସଂଖ୍ୟାରେ ଶିଶୁ ଶ୍ରେଣୀର ଋଣ ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଉଛି, ଏହାପରେ କିଶୋର ଏବଂ ତରୁଣ ଶ୍ରେଣୀର ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦିଆଯାଉଛି।

ଶିଶୁ, କିଶୋର ଏବଂ ତରୁଣ ଅଧୀନରେ ଲଘୁ ଉଦ୍ୟୋଗ କ୍ଷେତ୍ରରେ ବିକାଶର ରୂପରେଖ ଏବଂ ବ୍ୟାପକ ଉଦ୍ଦେଶ୍ୟ ଅଧୀନରେ ମୁଦ୍ରା ଯୋଜନାକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ଏହା ବିଭିନ୍ନ କ୍ଷେତ୍ର ଏବଂ ବ୍ୟବସାୟିକ ଗତିବିଧିର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହୋଇପାରିବ।

ପିଏମଏମୱାଇ ଅଧୀନରେ ଉତ୍ପାଦନ, ବ୍ୟବସାୟ ଏବଂ ସେବା କ୍ଷେତ୍ର, କୁକ୍କୁଟ ପାଳନ, ଡାଏରୀ, ମହୁମାଛି ପାଳନ ଆଦି କୃଷି ଆନୁସଙ୍ଗୀକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ ଗତିବିଧିରେ ଅର୍ଥ ଯୋଗାଣ ନିମନ୍ତେ ଦୁଇଟି ଉପାଦାନ-ସଅବଧି ଋଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ଋଣ ପ୍ରଦାନ କରାଯାଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସାରେ ଋଣ ଦେବାକୁ ଥିବା ସଂସ୍ଥାନ ଦ୍ବାରା ସୁଧ ଦର ନିର୍ଦ୍ଧାରଣ କରାଯାଇଥାଏ। କାର୍ଯ୍ୟଶୀଳ ପୁଞ୍ଜି ସୁବିଧା କ୍ଷେତ୍ରରେ, ଋଣଗ୍ରହିତାଙ୍କ ଋଣ ନେବାର ଗୋଟିଏ ଦିନ ପରେ ସୁଧ ଦର ଲାଗୁ ହୋଇଥାଏ।

ଏହି ଯୋଜନାର ଉପଲବ୍ଧି (୨୫ ମାର୍ଚ୍ଚ ୨୦୨୨ ସୁଦ୍ଧା)

ଯୋଜନା ଆରମ୍ଭ ହେବା ପରେ (୨୫ ମାର୍ଚ୍ଚ ୨୦୨୨ ସୁଦ୍ଧା) ମୋଟ୍‌ ୧୮.୬୦ ଲକ୍ଷ କୋଟି ଟଙ୍କାର ୩୪.୪୨ କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି। ମୋଟ୍‌ ଋଣର ପାଖାପାଖି ୨୨ ପ୍ରତିଶତ ଭାଗ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି।

ଚଳିତ ଆର୍ଥିକ ବର୍ଷ (୨୫.୦୩.୨୦୨୨ସୁଦ୍ଧା) ୩.୦୭ ଲକ୍ଷ କୋଟି ଟଙ୍କାର ମଞ୍ଜୁର ଋଣ ପରିମାଣ ସହିତ ୪.୮୬ କୋଟି ଟଙ୍କାର ପିଏମଏମୱାଇ ଋଣ ପ୍ରଦାନ କରାଯାଇଛି।

ମହିଳା ଉଦ୍ୟୋଗୀମାନଙ୍କୁ ମୋଟ୍‌ ଋଣର ପାଖାପାଖି ୬୮ ପ୍ରତିଶତ ଋଣ ମଞ୍ଜୁର କରାଯାଇଛି।

ହାରାହାରୀ ୫୪,୦୦୦ ଟଙ୍କାର ଋଣ ପ୍ରଦାନ କରାଯାଇଛି।

୮୬ ପ୍ରତିଶତ ଋଣ ‘ଶିଶୁ’ ବର୍ଗରେ ପ୍ରଦାନ କରାଯାଇଛି।

ନୂଆ ଉଦ୍ୟୋଗୀଙ୍କୁ ୨୨ ପ୍ରତିଶତ ଋଣ ମିଳିଛି।

୨୩ ପ୍ରତିଶତ ଋଣ ଏସଏସି ଏବଂ ଏସଟି ସମୁଦାୟର ଲୋକମାନଙ୍କୁ ଦିଆଯାଇଛି। ୨୮ ପ୍ରତିଶତ ଓବିସି ବର୍ଗଙ୍କୁ ଦିଆଯାଇଛି। (ଏସସି/ଏସଟି/ଓବିସି ସମୁଦାୟର ଲୋକମାନଙ୍କୁ ମୋଟ୍‌ ୫୧ ପ୍ରତିଶତ ଋଣ ମଞ୍ଜୁର କରାଯାଇଛି।

ସଂଖ୍ୟାଲଘୁ ସମୁଦାୟ ୧୧ ପ୍ରତିଶତ ଋଣ ପାଇଛନ୍ତି।

ବର୍ଗ ଋଣ ସଂଖ୍ୟା (%) ମଞ୍ଜୁର ଅର୍ଥରାଶି (%)
ଶିଶୁ ୮୬% ୪୨%
କିଶୋର ୧୨% ୩୪%
ତରୁଣ ୨% ୨୪%
ମୋଟ ୧୦୦% ୧୦୦%

 

ଋଣ ଆକାଉଣ୍ଟ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.