Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଜୀବିକାର୍ଜନ ପାଇଁ ଋଣ ସହାୟତାର ପ୍ରକୃଷ୍ଠ ମାଧ୍ୟମ

ଲେଖକ: ସୌମ୍ୟକାନ୍ତୀ ଘୋଷ; ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା, ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରୁପ

ଗତ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କାର‌୍ୟ୍ୟକାରୀ ହେବାର ଆଠ ବର୍ଷ ପୂରଣ ହୋଇଛି । ୨୦୧୪-୧୫ ବର୍ଷରେ ଭାରତର ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ର ଯେତେବେଳେ ଅନାଦାୟ ଋଣ ଓ କ୍ଷତିର ଜଟିଳ ସମୟ ଦେଇ ଗତି କରୁଥିଲା ସେତେବେଳେ ଏହି ମୁଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଏହି ଋଣ ଯୋଗାଣ ବ୍ୟବସ୍ଥାରେ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗକୁ ସରକାର ଋଣ ଯୋଗାଇବା ସହିତ ସେଗୁଡ଼ିକୁ ଅଧିକ ସୁସ୍ଥ ଓ ଉପାର୍ଜନକ୍ଷମ କରିବାରେ ସହାୟକ ହୋଇଥିଲେ। ମୁଦ୍ରା ଯୋଜନାର ଏକ ଉତ୍ତମ ପ୍ରଭାବ ମଧ୍ୟ ଦେଶର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ଉପରେ ପଡ଼ିଛି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବାକୁ ଏହା ଉଦ୍ଦିଷ୍ଟ। କ୍ଷୁଦ୍ର ଉଦ୍ୟୋଗ, ବିଶେଷକରି ନିଜ ଉଦ୍ୟମରେ ଓ ଅର୍ଥରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାକୁ ସେମାନଙ୍କ ବ୍ୟବସାୟ ବୃଦ୍ଧିରେ ସାହାଯ୍ୟ ସହଯୋଗ କରିବାକୁ ଏହି ଯୋଜନାରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତର କ୍ଷୁଦ୍ର ଉଦ୍ୟୋଗ (ମାଇକ୍ରୋ ଏଣ୍ଟରପ୍ରାଇଜେସ) ସବୁ ମୁଖ୍ୟତଃ ମାନୁଫାକଚରିଂ ବା ବିନିର୍ମାଣ, ଟ୍ରେଡିଂ (ବେପାର) ଓ ସର୍ଭିସ ବା ସେବା କାର‌୍ୟ୍ୟରେ ନିୟୋଜିତ । ସେଥିରୁ ଅଧିକାଂଶ ଏକକ ମାଲିକାନାରେ ପରିଚାଳିତ।

ଭାରତର ଆନୁଷ୍ଠାନିକ ଓ ସଂସ୍ଥାଗତ ଋଣ ଯୋଗାଣ ବ୍ୟବସ୍ଥାରେ ଏମାନଙ୍କ ପାଇଁ ଋଣ ସୁବିଧା ନ ଥିଲା। ତେଣୁ ନିଜର ବ୍ୟାବସାୟିକ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କରୁ ଋଣ ପାଇବା ଏସବୁ ସଂସ୍ଥାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ଥିଲା। ଏସବୁ ସଂସ୍ଥା ଓ ଉଦ୍ୟୋଗ ପ୍ରାୟତଃ ମାଲିକଙ୍କ ନିଜ ଅର୍ଥରେ ପ୍ରତିଷ୍ଠିତ ଏବଂ ପରିଚାଳିତ। ଟଙ୍କାର ଆବଶ୍ୟକତା ପଡ଼ିଲେ ମାଲିକ ନିଜ ଉଦ୍ୟମରେ ଅନ୍ୟ କାହାଠାରୁ ଧାର ଉଧାର କରିଥାଏ କିମ୍ବା ସାହୁକାର ବା ମହାଜନଙ୍କ ଠାରୁ ଋଣ ଆଣେ।

ତେଣୁ ଆବଶ୍ୟକ ସମୟରେ ନିଜର ଉଦ୍ୟୋଗ ପାଇଁ ସହଜରେ ଅର୍ଥ ଯୋଗାଡ଼ କରିବା ଏସବୁ ଉଦ୍ୟୋଗୀଙ୍କ ପାଇଁ ବେଶ ସମସ୍ୟାବହୁଳ ହୋଇଥାଏ । ଏହି କଥାକୁ ବିଚାରକୁ ନେଇ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ପରିକଳ୍ପନା କରାଯାଇଥିଲା । ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାର ବାହାରେ ଥିବା ଏକ ବଡ଼ କ୍ଷେତ୍ର ଓ ଆନୁଷ୍ଠାନିକ ଅର୍ଥ/ଋଣ ଯୋଗାଣ ବ୍ୟବସ୍ଥା ମଧ୍ୟରେ ସେତୁ ସ୍ଥାପନ କରିବା ପାଇଁ ୨୦୧୫ରେ ଏହି ଯୋଜନା କାର‌୍ୟ୍ୟକାରୀ ହୋଇଥିଲା।

ଏହି ଯୋଜନାରେ ଏଭଳି କ୍ଷୁଦ୍ର ବ୍ୟକ୍ତିଗତ ଉଦ୍ୟୋଗକୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ବିନା ବନ୍ଧକ ବା ଅମାନତରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତାଲିକାଭୁକ୍ତ ବ୍ୟାବସାୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଓ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ସବୁ ଏହି ଋଣ ପ୍ରଦାନ କରିବାକୁ ଅନୁମତି ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମାଇକ୍ରୋ ୟୁନିଟ୍ସ ଡେଭେଲପମେଣ୍ଟସ ଆଣ୍ଡ ରିଫାଇନାନ୍ସିଂ ଏଜେନ୍ସି (ମୁଦ୍ରା) ତିବିଟି ଉପଯୋଜନା ସୃଷ୍ଟି କରିଛି। ଏଥିରେ ଋଣକୁ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା ଶିଶୁ, କିଶୋର ଓ ତରୁଣ। ଶିଶୁ ବର୍ଗର ଉଦ୍ୟୋଗ ପାଇଁ ୫ଠ ହଜାର, କିଶୋର ବର୍ଗ ପାଇଁ ୫୦ ହଜାର ୧ରୁ ୫ ଲକ୍ଷ ଏବଂ ତରୁଣ ବର୍ଗର ଉଦ୍ୟୋଗ ପାଇଁ ୫ ଲକ୍ଷ ୧ରୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଯୋଗାଣର ସୁବିଧା କରାଯାଇଛି।

ସମ୍ପୃକ୍ତ ଉଦ୍ୟୋଗଗୁଡ଼ିକର ପାଣ୍ଠି ଆବଶ୍ୟକତାକୁ ବିଚାରକୁ ନେଇ ଶିଳ୍ପର ଶ୍ରେଣୀ ବିଭାଗ କରାଯାଇଛି। ଏହାଛଡ଼ା କୌଣସି ବ୍ୟକ୍ତିବିଶେଷ ଯଦି ନୂଆକରି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହିଁବେ, ସେ ମଧ୍ୟ ଏହି ଯୋଜନାରେ ଋଣ ପାଇବାକୁ କେତେକ ସର୍ତ୍ତରେ ଯୋଗ୍ୟ ବିବେଚିତ ହେବେ।

ଏହି ଯୋଜନା କାର‌୍ୟ୍ୟକାରୀ ହେବା ଠାରୁ ଅନେକ ପରିବର୍ତ୍ତନ କରାଯାଇଛି । ଭଲ ଅର୍ଥନୈତିକ ପ୍ରଭାବର ସମ୍ଭାବନା ଥିଲେ ଏହାର ପରିସରକୁ ବ୍ୟାପକ କରିବାର ବି ନିୟମ ରହିଛି। ପ୍ରଥମେ ଏହି ଯୋଜନା ମାନୁଫାକଚରିଂ, ଟ୍ରେଡିଂ ଓ ସର୍ଭିସ ଭଳି ଉପାର୍ଜନକ୍ଷମ କାର‌୍ୟ୍ୟକ୍ରମ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଏବେ ଏହାକୁ କୃଷି ଓ ତତସଂକ୍ରାନ୍ତ କାର‌୍ୟ୍ୟକ୍ରମ ଓ କ୍ଷେତ୍ରକୁ ଏହାକୁ ସମ୍ପ୍ରସାରିତ କରାଯାଇଛି । ୨୦୧୭-୧୮ରୁ ଏହି ଯୋଜନାରେ ଟ୍ରାକ୍ଟର ଓ ପାୱାରଟିଲର କିଣିବା ପାଇଁ ଋଣ ଯୋଗାଇ ଦିଆଯାଉଛି । ଏହାଛଡ଼ା ବ୍ୟବସାୟିକ କାମ ପାଇଁ ଦୁଇଚକିଆ ଯାନ କିଣିବାକୁ ଏହି ଯୋଜନାରେ ୨୦୧୮-୧୯ରୁ ଋଣ ଯୋଗାଣ ଆରମ୍ଭ ହୋଇଛି ।

ପ୍ରଥମ ତିନିବର୍ଷରେ ଏହି ଯୋଜନାରେ ହାରାହାରି ଋଣ ପ୍ରଦାନ ଅଭିବୃଦ୍ଧି ୩୩% ହୋଇଥିଲା । ଏଥିରୁ ଏହି ଯୋଜନାର ସଫଳତା ଓ ଲୋକପ୍ରିୟତାର ପ୍ରମାଣ ମିଳେ। ତେବେ କରେନା ମହାମାରୀ କାଳ ଓ ତତ୍ ପରବର୍ତ୍ତୀ ଆର୍ଥିକ ମାନ୍ଦାବସ୍ଥା ସମୟରେ ଏହି ଋଣର ଚାହିଦା ଯଥେଷ୍ଟ କମିଥିଲା । ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରି ଏହି ଯୋଜନାରେ ଯେଉଁମାନେ ଋଣ ନେଇଥିଲେ ସେମାନଙ୍କ କିସ୍ତି ପୈଠ ଉପରେ ଛ’ ମାସିଆ ସ୍ଥଗିତାଦେଶ ଲାଗୁ କରିଥିଲେ। ଫଳରେ ଏହି ଋଣ ଗ୍ରହୀତାମାନେ ସୁଧ ଓ କିସ୍ତି ବୋଝରୁ ନିସ୍ତାର ପାଇଥିଲେ।

ଦେଶର ଅର୍ଥନୈତିକ କାର‌୍ୟ୍ୟକଳାପ ସ୍ୱାଭାବିକ ହେବା ପରେ ମୁଦ୍ରା ଋଣ ଚାହିଦା ବଢ଼ିଛି । ଏବେ ଏହି ଋଣ ପ୍ରଦାନ ପରିମାଣ କୋଭିଡ ପୂର୍ବବର୍ତ୍ତୀ ସ୍ତରକୁ ଅତିକ୍ରମ କରିଛି। ୨୦୨୩ ମାର୍ଚ୍ଚ ୨୪ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁସାରେ ଏହି ଯୋଜନାରେ ଦିଆଯାଇଥିବା ମୋଟ ଋଣ ପରିମାଣ ୨୨.୬୫ ଟ୍ରିଲିୟନ ଟଙ୍କାରେ ପହଞ୍ôଚଥିଲା । ସେଥି ମଧ୍ୟରୁ ଶିଶୁ ଋଣର ଅଂଶ ସର୍ବାଧିକ ୪୦% । ଏଥିରୁ ପ୍ରମାଣିତ ହୁଏ ଯେ ପ୍ରଥମ କରି ଉଦ୍ୟୋଗ କରୁଥିବା ଉଦ୍ୟମୀଙ୍କୁ ଏହି ଋଣ ପ୍ରଦାନରେ ଅଗ୍ରାଧିକାର ମିଳୁଛି।

ମୁଦ୍ରା ଯୋଜନାର ଅର୍ଥନୀତିକ ପ୍ରଭାବ ଏଯାଏ ଭଲ ଭାବେ ପ୍ରତିପାଦିତ ହୋଇନାହିଁ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସର୍ତ୍ତ ଅନୁସାରେ ଏହି ଯୋଜନାରେ ୨୦୧୫ରୁ ୨୦୧୮ ମଧ୍ୟରେ ୧୧.୨ ନିୟୁତ ଅତିରିକ୍ତ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି।

ଏହି ଯୋଜନାର ସାମାଜିକ ପ୍ରଭାବ ମଧ୍ୟ ଆହୁରି ଏକ ଗଭୀର କାହାଣୀ। ଏହାକୁ ତିନିଟି ବର୍ଗରେ ବୁଝି ହେବ। ସେହି ତିନିଟି କ୍ଷେତ୍ର ହେଲା- ୧. ବୃହତ୍ତର ସାମାଜିକ ଗୋଷ୍ଠୀ, ୨. ମହିଳା, ୩. ସଂଘ୍ୟାଲଘୁ ସମ୍ପ୍ରଦାୟର ଲୋକ।

ପ୍ରଥମ ବର୍ଗରେ ମୁଦ୍ରା ଯୋଜନାରେ ଭାରତୀୟ ସମାଜର ସବୁ ବର୍ଗ ଓ ଗୋଷ୍ଠୀ ଉପକୃତ ହୋଇଛନ୍ତି । ଏଥିରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜାତି, ଉପଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ଅନ୍ତର୍ଭୁକ୍ତ । ଅଧିକରୁ ଅଧିକ ଓବିସି ଓ ଏସଟି ବର୍ଗର ଉଦ୍ୟୋଗୀ ଏହି ଋଣ ନେବା ଘଟଣାରୁ ଜାଣି ହେଉଛି ଯେ ଯୋଜନା ଲୋକଙ୍କ ପାଖରେ ପହଞ୍ôଚଛି ଓ ସେମାନେ ତାହାର ଲାଭ ନେଉଛନ୍ତି।

ମହିଳା ଉଦ୍ୟୋଗୀଙ୍କ ପାଇଁ ଏହି ଯୋଜନା ସବୁଠାରୁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଛି। ଯୋଜନା ଆରମ୍ଭରୁ ମିଳିଥିବା ତଥ୍ୟ ଅନୁସାରେ ମହିଳାଙ୍କ ଜମାଖାତା ହାର ୬୯%। ସେହିଭଳି ଋଣ ମଞ୍ଜୁରୀ କ୍ଷେତ୍ରରେ ଏହି ହାର ୪୫ ଶତାଂଶ ରହିଛି । ଯୋଜନାର ପ୍ରଥମ ଚାରି ବର୍ଷ ମଧ୍ୟରେ ମହିଳା ଉଦ୍ୟୋଗୀଙ୍କ ପଞ୍ଜୀକରଣ ହାରରେ ୨୩% ଅଭିବୃଦ୍ଧି ଘଟିଥିଲା। ୨୦୨୨ରେ ଏହା ୨୮%କୁ ବୃଦ୍ଧି ପାଇଛି।

ଏହି ଯୋଜନାରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଋଣ ଯୋଗାଇ ଦିଆଯାଇ ସେମାନଙ୍କ ଆବଶ୍ୟକତା ବହୁଳ ଭାବେ ପୂରଣ କରାଯାଇଛି । ୨୦୨୨ରେ କେବଳ ଶିଶୁ ଓ କିଶୋର ବର୍ଗର ଉଦ୍ୟୋଗ ପାଇଁ ଦିଆଯାଇଥିବା ଋଣ ମୋଟ ଋଣର ୧୦% ଥିଲା ।

ମୁଦ୍ରା ଯୋଜନା ଏକ ଜାତୀୟ ଯୋଜନା ହୋଇଥିବାରୁ ସମତୁଲ ଅର୍ଥନୀତିକ ବିକାଶ ପାଇଁ ଦେଶର ସବୁ ଅଞ୍ଚଳରେ ଏହା ସମାନୁପାତିକ ଭାବେ ଯୋଗାଇ ଦିଆଯିବା ଆାବଶ୍ୟକ। ଅର୍ଥନୀତିକ ବିକାଶ କ୍ଷେତ୍ରରେ ଦେଶର ପୂର୍ବ ଓ ପଶ୍ଚିମ ଭାଗ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହାକୁ ଦୂର କରିବାକୁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇ କାମ କରୁଛନ୍ତି। ସେଥିପାଇଁ ଅଳ୍ପ ବିକଶିତ ପୂର୍ବାଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏକ ସମୀକ୍ଷା ଅନୁସାରେ ମୁଦ୍ରା ଋଣ ଯୋଗାଣ ଦେଶର ସବୁ ଅଞ୍ଚଳରେ ଉପଯୁକ୍ତ ଭାବେ ହେଉଛି ଏବଂ କୌଣସି ତ୍ରୁଟି ବିଚ୍ୟୁତି ବା ବିଷମତା ନାହିଁ। ସଂକ୍ଷେପରେ କହିଲେ, ଏହାର ଭୌଗଳିକ ବ୍ୟାପ୍ତି ବେଶ ସନ୍ତୋଷଜନକ ରହିଛି।

ଉତ୍ତର ପ୍ରଦେଶ, ଓଡ଼ିଶା, ବିହାର ଭଳି ରାଜ୍ୟ ମୁଦ୍ରା ଋଣ ଯୋଜନାରେ ସବୁଠାରୁ ଅଧିକ ସଫଳତା ଅର୍ଜନ କରିଛନ୍ତି। ପଶ୍ଚିମବଙ୍ଗ ଓ ତ୍ରିପୁରା ମଧ୍ୟ ଏ କ୍ଷେତ୍ରରେ ଭଲ କରୁଥିବା ଜଣାପଡ଼ିଛି। ଏଥିରୁ ଜାଣି ହେଉଛି ଯେ ମୁଦ୍ରା ଋଣର ଲାଭ କ୍ରମଶଃ ଦେଶରେ ଅନୁଭୂତ ପୂର୍ବାଞ୍ଚଳରେ ଅଧିକ ମିଳୁଛି। ଏହି ସମୟରେ ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ଆଦି ଉନ୍ନତ ଅଞ୍ଚଳରେ ମୁଦ୍ରାଋଣର ଚାହିଦା କମିଛି। ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏହାର କାର‌୍ୟ୍ୟକାରିତାରେ ସମବଣ୍ଟନ ନୀତି ପୂରଣ କରିବାରେ ସଫଳ ହୋଇଛି।

ଏଥିରେ କୌଣସି ଅଞ୍ଚଳ ପ୍ରତି ପାତରଅନ୍ତର କିମ୍ବା ଅବହେଳା କରାଯାଇ ନାହିଁ। ଏଥିରେ ଦେଶର ତଫସିଲଭୁକ୍ତ ଜାତି, ଉପଜାତି, ମହିଳା, ସଂଖ୍ୟାଲଘୁ ଅନ୍ୟାନ୍ୟ ଅନଗ୍ରସର ବର୍ଗଙ୍କ ସମେତ ଅନ୍ୟସବୁ ବର୍ଗଙ୍କୁ ଉପଯୁକ୍ତ ଋଣ ଯୋଗାଣ ସୁବିଧା ମିଳିଛି। ଆଗାମୀ ବର୍ଷଗୁଡ଼ିକରେ ମୁଦ୍ରା ଋଣ କିପରି ୫-ଜି ଟେକ୍ନୋଲୋଜି ଓ ଇ-କମର୍ସର ଫାଇଦା ନେଇ ପାରିବ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । ମୁଦ୍ରା କାର୍ଡକୁ ଆହୁରି ଲୋକପ୍ରିୟ କରିବାକୁ ଉଦ୍ୟମ ଚାଲିଛି। ଏହି ଯୋଜନା ନିଜ ଆକାଉଣ୍ଟର ପଞ୍ଜୀକରଣ ଓ ଆନୁଷ୍ଠାନିକୀରଣକୁ ମଧ୍ୟ ଉତ୍ସାହିତ କରୁଛି। ଏହା ଫଳରେ ଏହି ଯୋଜନା ଆହୁରି ଉପରକୁ ଉଠିପାରିବ।

ବିଶ୍ୱବିଖ୍ୟାତ ନୃତତ୍ତ୍ୱବିତ୍ ଅସ୍କାର ଲେଭିସ ତାଙ୍କର ଲୋକପ୍ରିୟ ପୁସ୍ତକ ‘ଚିଲଡ୍ରେନ ଅଫ ସାନଚେଜ’ରେ ଲେଖିଛନ୍ତି- “ଦାରିଦ୍ର‌୍ୟର ସଂସ୍କୃତି” ସମୟ କ୍ରମେ ବିସ୍ତାର ଲାଭ କରେ ଓ ସୀମା ସରହଦ ଡେଉଁ ମାଡ଼ିଚାଲେ।” ମୁଦ୍ରା ଯୋଜନା କିନ୍ତୁ ଅଳ୍ପ ଦିନରେ ଏହି ଦାରିଦ୍ର‌୍ୟର ସଂସ୍କୃତିକୁ କେବଳ ରୋକି ନାହିଁ, ଏହାକୁ ବଦଳାଇବାରେ ସମର୍ଥ ହୋଇଛି। ଏହା ଏକ ସାଧାରଣ ସମସ୍ୟାର ସମାଧାନରେ ଅସାଧାରଣ ସୂତ୍ର ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 23.2ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2015 ମସିହା ଏପ୍ରିଲ 8 ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରିଥିଲେ। ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟ ସୃଷ୍ଟିକାରୀ ଗତିବିଧି ନିମନ୍ତେ ଅଣ-କର୍ପୋରେଟ, ଅଣ-କୃଷି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହଜରେ ଯୋଗାଇ ଦେବା। ‘ପିଏମଏମୱାଇ’ ଅଧୀନରେ ସଦସ୍ୟ ଋଣଦାତା ସଂସ୍ଥା (ଏମଏଲଆଇ) ଯଥା ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି), ସୂକ୍ଷ୍ମ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ) ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ।

ପିଏମଏମୱାଇର ସଫଳ ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବଳରେ ସୂକ୍ଷ୍ମ ଉଦ୍ୟୋଗ ପାଇଁ ସହଜରେ ଓ ବାଧାମୁକ୍ତ ଋଣ ଯୋଗାଇ ଦେବା ସମ୍ଭବ ହୋଇପାରିଛି।  ଏହାଦ୍ୱାରା ଅଧିକ ସଂଖ୍ୟାରେ ଯୁବ ଉଦ୍ୟୋଗୀମାନଙ୍କୁ ନିଜ ବ୍ୟବସାୟର ଶୁଭାରମ୍ଭ କରିବାରେ ସହାୟତା ମିଳିଛି।

ପିଏମଏମୱାଇର ତଥ୍ୟ ସନ୍ଦର୍ଭରେ ଶ୍ରୀମତୀ ସୀତାରମଣ କହିଥିଲେ, ‘‘ଏହି ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି 24.03.2023 ପର୍ଯ୍ୟନ୍ତ 40.82 କୋଟି ଋଣ ଆକାଉଣ୍ଟରେ ପାଖାପାଖି 23.2 ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ 68% ଆକାଉଣ୍ଟ ମହିଳା ଉଦ୍ୟୋଗୀଙ୍କର ହୋଇଥିବା ବେଳେ 51% ଆକାଉଣ୍ଟ ଏସସି/ଏସଟି ଏବଂ ଓବିସି ଶ୍ରେଣୀର ଉଦ୍ୟୋଗୀଙ୍କ ନାମରେ ରହିଛି। ଏହା ଦର୍ଶାଉଛି ଯେ ଦେଶର ନୂଆ ଉଦ୍ୟୋଗୀଙ୍କୁ ସହଜରେ ଋଣ ଉପଲବ୍ଧତା ଦ୍ୱାରା ଋଣର ଉପଲବ୍ଧତା ଫଳରେ ନବସୃଜନ ଏବଂ ପ୍ରତି ବ୍ୟକ୍ତି ଆୟରେ ନିରନ୍ତର ବୃଦ୍ଧି ହୋଇଛି।’’

ଏମଏସଏମଇ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦ ବିକାଶ ଉପରେ ଆଲୋକପାତ କରି ଅର୍ଥ ମନ୍ତ୍ରୀ କହିଥିଲେ, ‘‘ଏମଏସଏମଇର ବିକାଶ ‘ମେକ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବ୍ୟାପକ ଯୋଗଦାନ ଦେଇଛି କାରଣ ଦୃଢ଼ ଘରୋଇ ଏମଏସଏମଇ ବଳରେ ଘରୋଇ ବଜାର ସହିତ ରପ୍ତାନି ଲାଗି ମଧ୍ୟ ସ୍ୱଦେଶରେ ଉତ୍ପାଦନ ଖୁବ୍‌ ଅଧିକ ବଢ଼ିଯାଇଛି। ପିଏମଏମୱାଇ ଯୋଜନା ବଳରେ ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟିରେ ସହାୟତା ମିଳିଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି।

ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ କିଷାନରାଓ କରାଡ଼ କହିଛନ୍ତି, ‘‘ପିଏମଏମଓ୍ୱାଇର ଉଦ୍ଦେଶ୍ୟ ଦେଶରେ ଲଘୁ ଉଦ୍ୟୋଗଗୁଡ଼ିକୁ ବନ୍ଧକମୁକ୍ତ ଋଣ ବାଧାମୁକ୍ତ ଭାବେ ଯୋଗାଇ ଦେବା ସୁନିଶ୍ଚିତ କରିବା। ଏହା ଜରିଆରେ ସମାଜରେ ଋଣରୁ ବଞ୍ଚିତ ଏବଂ ଅତ୍ୟନ୍ତ ସୀମିତ ଋଣ ପାଉଥିବା ବର୍ଗଙ୍କୁ ସଂସ୍ଥାଗତ ଋଣର ଢାଞ୍ଚା ମଧ୍ୟକୁ ଅଣାଯାଇଛି। ‘ମୁଦ୍ରା’କୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ ନୀତି ବଳରେ ଲକ୍ଷାଧିକ ଏମଏସଏମଇ ଉଦ୍ୟୋଗ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇସାରିଛନ୍ତି ଏବଂ ଏହାଦ୍ୱାରା ସେମାନଙ୍କୁ ମନଇଚ୍ଛା ସୁଧ ଦରରେ ଋଣ ଦେଉଥିବା ସାହୁକାରମାନଙ୍କ କବଳରୁ ବାହାରକୁ ବାହାରିବାରେ ସହାୟତା ମିଳିଛି।

ଏବେ ଯେତେବେଳ ଆମେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର 8 ବର୍ଷ ପୂର୍ତ୍ତି ପାଳନ କରୁଛୁ ଆସନ୍ତୁ ସେହି ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଲୋଚନା କରିବା ଯାହାକୁ ଆଧାର କରି ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସୁନିଶ୍ଚିତ କରୁଛି। ତା’ହେଲେ ଆସନ୍ତୁ ଏହି ଯୋଜନାର କେତେକ ପ୍ରମୁଖ ବିଶେଷତ୍ୱ ଏବଂ ଉପଲବ୍ଧିତ ଉପରେ ଏକ ନଜର ପକାଇବା:

ଦେଶରେ ଆର୍ଥିକ ସମାବେଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯଥା

ବ୍ୟାଙ୍କ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍ସୁବିଧା ଦେବା

ଅସୁରକ୍ଷିତମାନଙ୍କୁ ସୁରକ୍ଷିତ କରିବା

ପାଣ୍ଠିରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା

ଏହି କାର୍ଯ୍ୟକ୍ରମ ଅଧୀନରେ, ପ୍ରଯୁକ୍ତି ସହାୟତାରେ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ସହଯୋଗ ଦୃଷ୍ଟିକୋଣ ଆପଣାଇ ତିନୋଟି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ପ୍ରୟାସ କରାଯାଉଛି। ଏଥିସହିତ ଜରୁରି ଋଣ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ତିନୋଟି ସ୍ତମ୍ଭ ମଧ୍ୟରୁ ଗୋଟିଏ- ପାଣ୍ଠିରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା-ପିଏମଏମୱାଇ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଇକୋସିଷ୍ଟମ ପ୍ରତିଫଳିତ ହୋଇଥାଏ। କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି।

ଯୋଜନାର ବୈଶିଷ୍ଟ୍ୟ

ଅର୍ଥ ଆବଶ୍ୟକତା ଓ ସମ୍ପୃକ୍ତ ବ୍ୟବସାୟର ପରିପକ୍ୱତା ସ୍ଥିତି ଆଧାରରେ ଋଣକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଶିଶୁ : 50,000 ଟଙ୍କା ପର୍ଯ୍ୟନ୍ତ ଋଣ। କିଶୋର : 50,000 ଟଙ୍କାରୁ ଅଧିକ ଏବଂ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ତରୁଣ : 5 ଲକ୍ଷ ଟଙ୍କାରୁ ଅଧିକ ଏବଂ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।

ପିଏମଏମୱାଇ ଅଧୀନରେ ଉତ୍ପାଦନ, ବ୍ୟବସାୟ ଏବଂ ସେବା କ୍ଷେତ୍ର, କୁକ୍କୁଟ ପାଳନ, ଡାଏରୀ, ମହୁମାଛି ପାଳନ ଆଦି କୃଷି ଆନୁସଙ୍ଗୀକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ ଗତିବିଧିରେ ଅର୍ଥ ଯୋଗାଣ ନିମନ୍ତେ ଦୁଇଟି ଉପାଦାନ-ସଅବଧି ଋଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ଋଣ ପ୍ରଦାନ କରାଯାଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସାରେ ଋଣ ଦେବାକୁ ଥିବା ସଂସ୍ଥାନ ଦ୍ୱାରା ସୁଧ ଦର ନିର୍ଦ୍ଧାରଣ କରାଯାଇଥାଏ। କାର୍ଯ୍ୟଶୀଳ ପୁଞ୍ଜି ସୁବିଧା କ୍ଷେତ୍ରରେ, ଋଣଗ୍ରହିତାଙ୍କ ଋଣ ନେବାର ଗୋଟିଏ ଦିନ ପରେ ସୁଧ ଦର ଲାଗୁ ହୋଇଥାଏ।

 24.03.2023 ସୁଦ୍ଧା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଧୀନରେ ଉପଲବ୍ଧି

ଯୋଜନା ଆରମ୍ଭ ହେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ମୋଟ୍‌ 23.2 ଲକ୍ଷ କୋଟି ଟଙ୍କାର82କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି। ମୋଟ୍‌ ଋଣର ପାଖାପାଖି 21% ପ୍ରତିଶତ ଭାଗ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି।

ମହିଳା ଉଦ୍ୟୋଗୀମାନଙ୍କୁ ମୋଟ୍‌ ଋଣର ପାଖାପାଖି 69 ପ୍ରତିଶତ ଋଣ ମଞ୍ଜୁର କରାଯାଇଛି ଏବଂ 51 ପ୍ରତିଶତ ଋଣ ଏସଏସି, ଏସଟି ଏବଂ ଓବିସି ବର୍ଗଙ୍କୁ ଦିଆଯାଇଛି।

ଅନ୍ୟ ପ୍ରାସଙ୍ଗିକ ସୂଚନା

 ପିଏମଏମୱାଇ ଅଧୀନରେ ଶିଶୁ ଋଣର ଶୀଘ୍ର ପରିଶୋଧ କ୍ଷେତ୍ରରେ ସୁଧ ଉପରେ ପ୍ରତିଶତ ଛାଡ଼ ସୁବିଧା ମିଳିଥାଏ ଏହି ସୁବିଧାକୁ ଏବେ ୧୨ ମାସ ଅବଧି ପାଇଁ ଦିଆଯାଇଛି

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ (ଏଏନବିପି) ଅଧୀନରେ ୧୪ ମେ ୨୦୨୦ରେ ଘୋଷଣା କରାଯାଇଥିବା ଏହି ଯୋଜନାକୁ ଏକ ଅଭୂତପୂର୍ବ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି। ଯୋଜନାର ଉଦ୍ଦେଶ୍ୟ ହେଉଛି ଋଣ ଖର୍ଚ୍ଚକୁ କମାଇ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଋଣଗ୍ରହିତାମାନଙ୍କୁ ଆର୍ଥିକ ଚାପକୁ କମ କରିବା।

ଏହି ଯୋଜନା 08.2021 ପର୍ଯ୍ୟନ୍ତ ଜାରି ରହିଥିଲା

ଋଣଗ୍ରହିତାଙ୍କ ଖାତାରେ ସବସିଡି ରାଶି ଜମା କରିବା ଲାଗି ସିଡବୀ ଦ୍ୱାରା ଏମଏଲଆଇକୁ89 କୋଟି ଟଙ୍କା ବିତରଣ କରାଯାଇଛି

ଲଘୁ ୟୁନିଟଗୁଡ଼ିକ ଲାଗି ଋଣ ଗ୍ୟାରେଣ୍ଟୀ ଫଣ୍ଡି (ସିଜିଏଫଏମୟୁ)

ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଥିବା କମ୍ପାନୀ ନେସନାଲ କ୍ରେଡିଟ୍‌ ଗ୍ୟାରେଣ୍ଟୀ ଟ୍ରଷ୍ଟି କମ୍ପାନୀ ଲିମିଟେଡ (ଏନସିଜିଟିସି)ର ତତ୍ତ୍ୱାବଧାନରେ ଜାନୁଆରୀ 2016ରେ ଲଘୁ ୟୁନିଟ ଗୁଡ଼ିକ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟୀ ଫଣ୍ଡ ଗଠନ କରାଯାଇଥିଲା, ଯାହାଫଳରେ ଏମାନଙ୍କୁ ଗ୍ୟାରେଣ୍ଟୀ ଦିଆଯାଇପାରିବ।

ବ୍ୟାଙ୍କ/ଅଣ-ବ୍ୟାଙ୍କ ଆର୍ଥିକ କମ୍ପାନୀ (ଏନବିଏଫସି)/ଲଘୁ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ)/ଅନ୍ୟ ଆର୍ଥିକ ମଧ୍ୟସ୍ଥମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଅଧୀନରେ ଯୋଗ୍ୟ ଲଘୁ ୟୁନିଟ୍‌ ଗୁଡ଼ିକୁ ଦିଆଯାଇଛି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଏକାଉଣ୍ଟ ଅଧୀନରେ ମଞ୍ଜୁର 5,000 ଟଙ୍କାର ଓଭରଡ୍ରାଫ୍ଟ ଋଣ ରାଶି (ଯାହାକି ସେପ୍ଟେମ୍ବର, 2018ରେ ବୃଦ୍ଧି କରି 10,000 ଟଙ୍କା କରି ଦିଆଯାଇଛି ଏବଂ

10 ଲକ୍ଷ ଟଙ୍କା ଠାରୁ ଆରମ୍ଭ କରି 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ପୋର୍ଟଫୋଲିଓ (01.04.2020 ଠାରୁ ଲାଗୁ)।

Categories
ବିଶେଷ ଖବର

୨୦୧୪ରୁ ଏବେ ପର୍ଯ୍ୟନ୍ତ କେତେ ସ୍ଥାୟୀ ନିଯୁକ୍ତି?: ଜାଣନ୍ତୁ ଲୋକସଭାରେ କ’ଣ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: ୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ), ବିଜ୍ଞାନ ଏବଂ ପ୍ରଯୁକ୍ତି; ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭୂ ବିଜ୍ଞାନ; ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନ୍‌ସନ୍‌, ପରମାଣୁ ଶକ୍ତି ଏବଂ ମହାକାଶ, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ନିଯୁକ୍ତି ସୃଷ୍ଟି କରିବା ସହିତ ନିଯୁକ୍ତିରେ ସଂସ୍କାର ସରକାରଙ୍କର ପ୍ରାଥମିକତା ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହା ବ୍ୟତୀତ ଭାରତ ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧- ୨୨ ବଜେଟ୍‌ରେ ୨୦୨୧ – ୨୨ରୁ ଆରମ୍ଭ ହୋଇ ୫ ବର୍ଷର ଅବଧି ନିମନ୍ତେ ୧.୯୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଗୁଡିକ ଆରମ୍ଭ କରା ଯାଇଛି। ସରକାରଙ୍କ ଦ୍ୱାରା ଲାଗୁ କରା ଯାଇଥିବା ପିଏଲ୍‌ଆଇ ଯୋଜନା ଗୁଡିକରେ ୬୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି। ପିଏଲ୍‌ଆଇ ଯୋଜନା ସମ୍ବନ୍ଧିତ ମନ୍ତ୍ରଣାଳୟ/ବିଭାଗ ଗୁଡିକ ଦ୍ୱାରା ନିର୍ଦ୍ଧାରିତ ସାମଗ୍ରିକ ବିତୀୟ ସୀମା ଭିତରେ କାର୍ଯ୍ୟାନ୍ୱୟନ କରାଯାଇଥାଏ।

ସ୍ୱରୋଜଗାର ସୁବିଧା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଲାଗୁ କରା ଯାଉଛି। ପିଏମ୍‌ଏମ୍‌ୱାଇ ଅଧୀନରେ, ସୂକ୍ଷ୍ମ/ଲଘୁ ବ୍ୟବସାୟ ଉଦ୍ୟୋଗ ଗୁଡିକୁ ଏବଂ ବ୍ୟକ୍ତି ମାନଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ଗୁଡିକୁ ସ୍ଥାପିତ କରିବା ନିମନ୍ତେ କିମ୍ବା ତାହାର ବିସ୍ତାର କରିବା ପାଇଁ ସକ୍ଷମ କରାଇବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ପ୍ରଦାନ କରା ଯାଇଥାଏ।

ସରକାର ୧ ଜୁନ୍‌, ୨୦୨୦ରୁ ପ୍ରଧାନମନ୍ତ୍ରୀ ବୁଲା ବିକାଳିଙ୍କ ପାଇଁ ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି ଯୋଜନା)କୁ ଲାଗୁ କରିଛନ୍ତି, ଫଳରେ ରାସ୍ତା – ଘାଟରେ ବୁଲି ବିକ୍ରି କରୁଥିବା ବ୍ୟକ୍ତି ବିଶେଷ, ଯେଉଁମାନେ କୋଭିଡ୍–୧୯ ମହାମାରୀ ସମୟରେ ପ୍ରତିକୂଳ ରୂପରେ ପ୍ରଭାବିତ ହୋଇ ଥିଲେ, ସେମାନଙ୍କର ବ୍ୟବସାୟ ଗୁଡିକୁ ପୁଣି ଥରେ ଆରମ୍ଭ କରିବା ନିମନ୍ତେ ବନ୍ଧକ ମୁକ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ସୁବିଧା ପାଇ ପାରିବେ।

କୋଭିଡ୍ – ୧୯ ମହାମାରୀ ସମୟରେ ନୂତନ ରୋଜଗାର ସୃଷ୍ଟି ଏବଂ ହରେଇଥିବା ରୋଜଗାରର ପୁନରୁଦ୍ଧାର କରିବା ନିମନ୍ତେ ନିଯୁକ୍ତି ଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧ ଅକ୍ଟୋବର, ୨୦୨୦ରୁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆର୍‌ୱାଇ) ଆରମ୍ଭ କରା ଯାଇଛି। ହିତାଧିକାରୀ ମାନଙ୍କର ପଞ୍ଜୀକରଣର ଅନ୍ତିମ ତାରିଖ ୩୧.୦୩.୨୦୨୨ ଥିଲା। ୧୩.୦୭.୨୦୨୨ ପର୍ଯ୍ୟନ୍ତ ୫୯.୫୪ ଲକ୍ଷ ହିତାଧିକାରୀ ମାନଙ୍କୁ ଲାଭ ପ୍ରଦାନ କରା ଯାଇଛି, ଯେଉଁଥିରେ ୫୩.୨୩ ଲକ୍ଷ ହିତାଧିକାରୀ ନୂତନ ଭାବେ ସାମିଲ୍ ହୋଇଛନ୍ତି।

ଏହି ପଦକ୍ଷେପ ଗୁଡିକ ସମେତ, ସରକାର ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ- ଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ସ୍ମାର୍ଟ ସିଟି ମିଶନ, କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ – ଜିକେୱାଇ), ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରୀ ଆଜୀବିକା ମିଶନ (ଡିଏୱାଇ – ଏନ୍‌ୟୁଏଲ୍‌ଏମ୍‌) ଇତ୍ୟାଦି ମଧ୍ୟ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଉନ୍ମୁଖ ଅଟେ।

ଏହା ସହିତ, ପିଏମ୍ ଗତିଶକ୍ତି ଭାରତ ସରକାରଙ୍କର ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ଅଟେ, ଯାହା ସ୍ୱଚ୍ଛ ଶକ୍ତି ଏବଂ ସମସ୍ତଙ୍କର ପ୍ରୟାସ ଦ୍ୱାରା ସଂଚାଳିତ ହୋଇଥାଏ, ଯେଉଁଥିରେ ସମସ୍ତଙ୍କ ପାଇଁ ବହୁତ ଚାକିରି ଏବଂ ଉଦ୍ୟମଶୀଳତାର ସୁଯୋଗ ମିଳିଥାଏ।

Categories
ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ମୋଟ୍‌ ୧୮.୬୦ ଲକ୍ଷ କୋଟି ଟଙ୍କାର ଖୋଲାଯାଇଛି ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ 

ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା। ଆମେ ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆସନ୍ତୁ ଆମେ ଏହି ଯୋଜନାର କେତେକ ପ୍ରମୁଖ ଦିଗ ଏବଂ ଉପଲବ୍ଧି ଉପରେ ନଜର ପକାଇବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ ଏପ୍ରିଲ, ୨୦୧୫ରେ ପିଏମଏମୱାଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଅଣ-କର୍ପୋରେଟ୍‌, ଅଣ-କୃଷି ଲଘୁ, କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପ୍ରଦାନ କରିବା।

ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ‘‘ଉଲ୍ଲେଖନୀୟ ଯେ ନିଯୁକ୍ତି ସୁଯୋଗ ଗତିବିଧି ନିର୍ମାଣ ଲାଗି ଏହି ଯୋଜନା ଅଧୀନରେ ମୋଟ୍ ୧୮.୬୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି ପାଇଁ ୩୪.୪୨ କୋଟିରୁ ଅଧିକ ଋଣ ଆକାଉଣ୍ଟ ଖୋଲାଯାଇଛି।’’

ପିଏମଏମୱାଇ ମାଧ୍ୟମରେ ବ୍ୟବସାୟିକ ପରିବେଶରେ ସୁଧାର ଏବଂ ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ପର୍କରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ‘‘ଯୋଜନା ବିଶେଷ ଭାବେ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହାଦ୍ବାରା ତୃଣମୂଳ ସ୍ତରରେ ବ୍ୟାପକ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୬୮ ପ୍ରତିଶତରୁ ଅଧିକ ଋଣ ଆକାଉଣ୍ଟ ମହିଳାଙ୍କ ପାଇଁ ମଞ୍ଜୁର କରାଯାଇଛି। ନୂଆ ଉଦ୍ୟୋଗୀଙ୍କ ପାଇଁ ୨୨ ପ୍ରତିଶତ ଆକାଉଣ୍ଟ ଖୋଲାଯାଇଛି ଯେଉଁମାନେ ଯୋଜନା ଆରମ୍ଭ ହେବା ପରଠାରୁ ଆଦୌ ଋଣ ନେଇନାହାନ୍ତି।

ସବୁ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅନ୍ୟ ସମ୍ଭାବ୍ୟ ଋଣଗ୍ରହିତାମାନେ ଆଗକୁ ଆସିବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଶ୍ରୀମତୀ ସୀତାରମଣ ଆହ୍ବାନ କରିଛନ୍ତି। ସେ କହିଛନ୍ତି, ‘‘ବର୍ତ୍ତମାନ ସୁଦ୍ଧା ମଞ୍ଜୁରିପ୍ରାପ୍ତ ଋଣ ମଧ୍ୟରୁ ୫୧ ପ୍ରତିଶତ ଋଣ ଅନୁସୂଚୀତ ଜାତି/ଅନୁସୂଚୀତ ଜନଜାତି/ଓବିସି ସମୁଦାୟଙ୍କୁ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାର ପ୍ରୟାସକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ ଏହା ସବ୍‌କା ସାଥ୍‌ ସବକା ବିକାଶ ଭାବନାକୁ ବାସ୍ତବରେ ଆଗେଇ ନେଉଛି।’’

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ଆରମ୍ଭ କରିବା ପଛରେ ରହିଥିବା ପ୍ରେରଣା ଶକ୍ତି ହେଉଛି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗମାନଙ୍କୁ ସମସ୍ୟାମୁକ୍ତ/ବାଧାମୁକ୍ତ ଢଙ୍ଗରେ ସଂସ୍ଥାଗତ ଋଣ ପ୍ରଦାନ କରିବା।

ଆରମ୍ଭ ହେବା ପରଠାରୁ ଗତ, ସାତ ବର୍ଷ ମଧ୍ୟରେ, ମୋଟ୍‌ ୩୪.୪୨ କୋଟି ଆକାଉଣ୍ଟଧାରୀ ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ନୀତି ଆୟୋଗଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ସଂଖ୍ୟାରେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରିବା ଲାଗି ପିଏମଏମୱାଇ ଯୋଜନାରେ ଧ୍ୟାନ ଦିଆଯାଇଛି। ଯାହାଫଳରେ ଋଣ ଠାରୁ ବଞ୍ଚିତ ଏସବୁ ଜିଲ୍ଲାରେ ଋଣ ଉପଲବ୍ଧ ହୋଇପାରିବ।

ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତୀକରଣରର ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ, ଅର୍ଥାତ୍‌ ବ୍ୟାଙ୍କ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା, ଅସୁରକ୍ଷିତ ଋଣକୁ ସୁରକ୍ଷିତ କରିବା ଏବଂ ଆର୍ଥିକ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା। ଏହି କାର୍ଯ୍ୟକ୍ରମ ଅଧୀନରେ, ପ୍ରଯୁକ୍ତି ସହାୟତାରେ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ସହଯୋଗ ଦୃଷ୍ଟିକୋଣ ଆପଣାଇ ତିନୋଟି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ପ୍ରୟାସ କରାଯାଉଛି। ଏଥିସହିତ ଜରୁରି ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ତିନୋଟି ସ୍ତମ୍ଭ ମଧ୍ୟରୁ ଗୋଟିଏ- ଆର୍ଥିକ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା-ପିଏମଏମୱାଇ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଇକୋସିଷ୍ଟମ ପ୍ରତିଫଳିତ ହୋଇଥାଏ। କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ପ୍ରୟାସ ମାଧ୍ୟମରେ, ପିଏମଏମୱାଇ ଯୋଜନା, ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କ ଠାରୁ ଆରମ୍ଭ କରି ପରିଶ୍ରମୀ କୃଷକମାନଙ୍କ ପର୍ଯ୍ୟନ୍ତ, ସବୁ ଅଂଶୀଦାରଙ୍କ ଆର୍ଥିକ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) ବଞ୍ଚିତ ଏବଂ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅବହେଳିତ ସମ୍ପ୍ରଦାୟକୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଅଟେ, ଯାହାକି ଲକ୍ଷାଧିକ ଲୋକମାନଙ୍କର ସ୍ବପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହୋଇଛି ଏବଂ ଲୋକମାନଙ୍କୁ ଆତ୍ମସମ୍ମାନ ଓ ସ୍ବାଧୀନ ଭାବନା ନେଇ ବଞ୍ଚିବା ଶିଖାଇଛି।

ଗତ ସାତ ବର୍ଷ ମଧ୍ୟରେ ପିଏମଏମୱାଇ ଯୋଜନାର ପ୍ରମୁଖ ଉପଲବ୍ଧି ଉପରେ ଆସନ୍ତୁ ନଜର ପକାଇବା :

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ପ୍ରମୁଖ ବିଷୟ:

ପିଏମଏମୱାଇ ଅଧୀନରେ ସଦସ୍ୟ ଋଣ ଋଣପ୍ରଦାନକାରୀ ସଂସ୍ଥାନ (ଏମଏଲଆଇ) ଅର୍ଥାତ୍‌ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ (ଏନବିଏଫସି), ଲଘୁ ଆର୍ଥିକ ସଂସ୍ଥାନ (ଏମଏଫଆଇ), ଅନ୍ୟ ଆର୍ଥିକ ମଧ୍ୟସ୍ଥ ଆଦି ମାଧ୍ୟମରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଥାଏ। ତିନୋଟି ବର୍ଗ ଯଥା- ଶିଶୁ, କିଶୋର ଏବଂ ତରୁଣରେ ଋଣ ପ୍ରଦାନ କରାଯାଇଥାଏ।

ଶିଶୁ : ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ

କିଶୋର : ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ତରୁଣ : ୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ନୂଆ ପିଢ଼ିର ଆକାଂକ୍ଷୀ ଯୁବକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ଅଧିକରୁ ଅଧିକ ସଂଖ୍ୟାରେ ଶିଶୁ ଶ୍ରେଣୀର ଋଣ ପ୍ରଦାନ ଉପରେ ପ୍ରାଥମିକତା ଦିଆଯାଉଛି, ଏହାପରେ କିଶୋର ଏବଂ ତରୁଣ ଶ୍ରେଣୀର ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦିଆଯାଉଛି।

ଶିଶୁ, କିଶୋର ଏବଂ ତରୁଣ ଅଧୀନରେ ଲଘୁ ଉଦ୍ୟୋଗ କ୍ଷେତ୍ରରେ ବିକାଶର ରୂପରେଖ ଏବଂ ବ୍ୟାପକ ଉଦ୍ଦେଶ୍ୟ ଅଧୀନରେ ମୁଦ୍ରା ଯୋଜନାକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ଏହା ବିଭିନ୍ନ କ୍ଷେତ୍ର ଏବଂ ବ୍ୟବସାୟିକ ଗତିବିଧିର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହୋଇପାରିବ।

ପିଏମଏମୱାଇ ଅଧୀନରେ ଉତ୍ପାଦନ, ବ୍ୟବସାୟ ଏବଂ ସେବା କ୍ଷେତ୍ର, କୁକ୍କୁଟ ପାଳନ, ଡାଏରୀ, ମହୁମାଛି ପାଳନ ଆଦି କୃଷି ଆନୁସଙ୍ଗୀକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ ଗତିବିଧିରେ ଅର୍ଥ ଯୋଗାଣ ନିମନ୍ତେ ଦୁଇଟି ଉପାଦାନ-ସଅବଧି ଋଣ ଏବଂ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ଋଣ ପ୍ରଦାନ କରାଯାଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁସାରେ ଋଣ ଦେବାକୁ ଥିବା ସଂସ୍ଥାନ ଦ୍ବାରା ସୁଧ ଦର ନିର୍ଦ୍ଧାରଣ କରାଯାଇଥାଏ। କାର୍ଯ୍ୟଶୀଳ ପୁଞ୍ଜି ସୁବିଧା କ୍ଷେତ୍ରରେ, ଋଣଗ୍ରହିତାଙ୍କ ଋଣ ନେବାର ଗୋଟିଏ ଦିନ ପରେ ସୁଧ ଦର ଲାଗୁ ହୋଇଥାଏ।

ଏହି ଯୋଜନାର ଉପଲବ୍ଧି (୨୫ ମାର୍ଚ୍ଚ ୨୦୨୨ ସୁଦ୍ଧା)

ଯୋଜନା ଆରମ୍ଭ ହେବା ପରେ (୨୫ ମାର୍ଚ୍ଚ ୨୦୨୨ ସୁଦ୍ଧା) ମୋଟ୍‌ ୧୮.୬୦ ଲକ୍ଷ କୋଟି ଟଙ୍କାର ୩୪.୪୨ କୋଟିରୁ ଅଧିକ ଋଣ ଆବଣ୍ଟନ କରାଯାଇଛି। ମୋଟ୍‌ ଋଣର ପାଖାପାଖି ୨୨ ପ୍ରତିଶତ ଭାଗ ନୂଆ ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇଛି।

ଚଳିତ ଆର୍ଥିକ ବର୍ଷ (୨୫.୦୩.୨୦୨୨ସୁଦ୍ଧା) ୩.୦୭ ଲକ୍ଷ କୋଟି ଟଙ୍କାର ମଞ୍ଜୁର ଋଣ ପରିମାଣ ସହିତ ୪.୮୬ କୋଟି ଟଙ୍କାର ପିଏମଏମୱାଇ ଋଣ ପ୍ରଦାନ କରାଯାଇଛି।

ମହିଳା ଉଦ୍ୟୋଗୀମାନଙ୍କୁ ମୋଟ୍‌ ଋଣର ପାଖାପାଖି ୬୮ ପ୍ରତିଶତ ଋଣ ମଞ୍ଜୁର କରାଯାଇଛି।

ହାରାହାରୀ ୫୪,୦୦୦ ଟଙ୍କାର ଋଣ ପ୍ରଦାନ କରାଯାଇଛି।

୮୬ ପ୍ରତିଶତ ଋଣ ‘ଶିଶୁ’ ବର୍ଗରେ ପ୍ରଦାନ କରାଯାଇଛି।

ନୂଆ ଉଦ୍ୟୋଗୀଙ୍କୁ ୨୨ ପ୍ରତିଶତ ଋଣ ମିଳିଛି।

୨୩ ପ୍ରତିଶତ ଋଣ ଏସଏସି ଏବଂ ଏସଟି ସମୁଦାୟର ଲୋକମାନଙ୍କୁ ଦିଆଯାଇଛି। ୨୮ ପ୍ରତିଶତ ଓବିସି ବର୍ଗଙ୍କୁ ଦିଆଯାଇଛି। (ଏସସି/ଏସଟି/ଓବିସି ସମୁଦାୟର ଲୋକମାନଙ୍କୁ ମୋଟ୍‌ ୫୧ ପ୍ରତିଶତ ଋଣ ମଞ୍ଜୁର କରାଯାଇଛି।

ସଂଖ୍ୟାଲଘୁ ସମୁଦାୟ ୧୧ ପ୍ରତିଶତ ଋଣ ପାଇଛନ୍ତି।

ବର୍ଗ ଋଣ ସଂଖ୍ୟା (%) ମଞ୍ଜୁର ଅର୍ଥରାଶି (%)
ଶିଶୁ ୮୬% ୪୨%
କିଶୋର ୧୨% ୩୪%
ତରୁଣ ୨% ୨୪%
ମୋଟ ୧୦୦% ୧୦୦%

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଦିଆଗଲାଣି 15 ଲକ୍ଷ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ, ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅବହେଳିତ ବର୍ଗଙ୍କୁ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସହାୟତା ଯୋଗାଇ ଦେବା ଲାଗି ପ୍ରଚଳନ ହୋଇଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବା ପିଏମଏମଓ୍ବାଇ। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ବପ୍ନକୁ ସାକାର କରାଯିବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳତାର ଅନୁଭବ ଦିଆଯାଉଛି।

ଅଣ କର୍ପୋରେଟ, ଅଣ କୃଷି କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗଗୁଡ଼ିକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ୮ ଏପ୍ରିଲ ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପିଏମଏମଓ୍ବାଇ ଯୋଜନା ଶୁଭାରମ୍ଭ କରାଯାଇଥିଲା। ବର୍ତ୍ତମାନ ପିଏମଏମଓ୍ବାଇର ଷଷ୍ଠ ବର୍ଷରେ ପଦାର୍ପଣ କରିଛି।

ମୁଦ୍ରା ଯୋଜନା କାହିଁକି

ଭାରତ ଏକ ଯୁବ ରାଷ୍ଟ୍ର ଯାହା ଯୁବସୁଲଭ ଉତ୍ସାହ ଏବଂ ଆକାଂକ୍ଷାରେ ପରିପୂର୍ଣ୍ଣ। ଭାରତରେ ବିକାଶର ମଞ୍ଜି ବୁଣିବା ଲାଗି ଏକ ଉର୍ବର କ୍ଷେତ୍ର ଯୋଗାଇ ଦେବା ଉଦ୍ଦେଶ୍ୟରେ, ଏହି ଯୁବ ଭାରତର ଅଭିନବ ଉତ୍ସାହକୁ ଉପଯୋଗ କରିବା ଗୁରୁତ୍ବପୂର୍ଣ୍ଣ ଯାହା ଦେଶର ଅର୍ଥନୈତିକ ପରିବେଶରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଲାଗି ନୂତନ ପିଢ଼ିର ସମାଧାନ ଯୋଗାଇ ଦେଇପାରିବ। ଭାରତରେ ଲୁଚି ରହିଥିବା ଉଦ୍ୟମିତା ସାମର୍ଥ୍ୟକୁ ଉପଯୋଗ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଏନଡିଏ ସରକାର ଏହାର ପ୍ରଥମ ବଜେଟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲା।

ମୁଦ୍ରା ଯୋଜନା କିପରି କାର୍ଯ୍ୟ କରିଥାଏ

ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥାନ ବା ଏମଏଲଆଇ ଗୁଡ଼ିକ ଦ୍ବାରା ପିଏମଏମଓ୍ବାଇ ଅନ୍ତର୍ଗତ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଯୋଗାଇ ଦିଆଯାଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ବା ଆରଆରବି, କ୍ଷୁଦ୍ର ଅର୍ଥ ଲଗାଣକାରୀ ବ୍ୟାଙ୍କ ବା ଏସଏଫବି, ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ବା ଏନବିଏଫସି , ଲଘୁ ଆର୍ଥିକ ସଂସ୍ଥାନ ବା ଏମଏଫଆଇ ଆଦି ଏମଏଲଆଇଗୁଡ଼ିକ ଏହି ଋଣ ଯୋଗାଇ ଦେଇଥାନ୍ତି।

ଉତ୍ପାଦନ, ବାଣିଜ୍ୟ ଓ ସେବା କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ କ୍ଷେତ୍ରରେ ଆୟ ସୃଷ୍ଟିକାରୀ କାର‌୍ୟ୍ୟକଳାପ ନିମନ୍ତେ ଋଣ ଦିଆଯାଇଥାଏ।

ଋଣଗ୍ରହିତାଙ୍କ ଅଭିବୃଦ୍ଧିର ସ୍ତର କିମ୍ବା ବିକାଶ ଏବଂ ପାଣ୍ଠି ଆବଶ୍ୟକତା ଆଧାରରେ ତିନୋଟି ବର୍ଗ ‘ଶିଶୁ’, ‘କିଶୋର’ ଓ ‘ତରୁଣ’ ଆଧାରରେ ଋଣ ଉପଲବ୍ଧ ହୋଇଥାଏ।

ଶିଶୁ : ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ
କିଶୋର : ୫୦,୦୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ତରୁଣ : ୫ ଲକ୍ଷ ଟଙ୍କାରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ନୂଆ ପିଢ଼ିର ଆକାଂକ୍ଷୀ ଯୁବକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଶିଶୁ ବର୍ଗର ୟୁନିଟ ଉପରେ ଅଧିକ ଧ୍ୟାନ ଦେବା ଏବଂ ଏହାପରେ କିଶୋର ଓ ତରୁଣ ବର୍ଗ ଉପରେ ଧ୍ୟାନ ଦିଆଯିବା ସୁନିଶ୍ଚିତ କରାଯାଇଛି।

ଏହି ଯୋଜନାର ସଫଳତା

ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧୪.୯୬ ଲକ୍ଷ କୋଟି ଟଙ୍କାର ୨୮.୬୮ କୋଟିରୁ ଅଧିକ ଋଣ ମଞ୍ଜୁର କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୪.୨୦ କୋଟି ପିଏମଏମଓ୍ବାଇ ଋଣ ମଞ୍ଜୁର ହୋଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୨.୬୬ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର ହୋଇଛି।

ତଥ୍ୟ ଅନୁସାରେ ବର୍ତ୍ତମାନ ୧୧ ପ୍ରତିଶତ ଋଣ ସଂଖ୍ୟାଲଘୁ ସମୁଦାୟର ଋଣଗ୍ରହିତାଙ୍କୁ ଦିଆଯାଇଛି। ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ୨୦୧୫ରୁ ୨୦୧୮ ମଧ୍ୟରେ ପିଏମଏମଓ୍ବାଇ୧.୧୨ କୋଟି ମୋଟ ଅତିରିକ୍ତ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି। ଆନୁମାନିକ ୧.୧୨ କୋଟି ବର୍ଦ୍ଧିତ ନିଯୁକ୍ତି, ମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି ୬୯ ଲକ୍ଷ ବା ୬୨ ପ୍ରତିଶତ।