Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୧୪ରୁ ଏବେ ପର୍ଯ୍ୟନ୍ତ କେତେ ସ୍ଥାୟୀ ନିଯୁକ୍ତି?: ଜାଣନ୍ତୁ ଲୋକସଭାରେ କ’ଣ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

୨୦୧୪ରୁ ଏବେ ପର୍ଯ୍ୟନ୍ତ କେତେ ସ୍ଥାୟୀ ନିଯୁକ୍ତି?: ଜାଣନ୍ତୁ ଲୋକସଭାରେ କ’ଣ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

July 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ), ବିଜ୍ଞାନ ଏବଂ ପ୍ରଯୁକ୍ତି; ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭୂ ବିଜ୍ଞାନ; ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନ୍‌ସନ୍‌, ପରମାଣୁ ଶକ୍ତି ଏବଂ ମହାକାଶ, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ନିଯୁକ୍ତି ସୃଷ୍ଟି କରିବା ସହିତ ନିଯୁକ୍ତିରେ ସଂସ୍କାର ସରକାରଙ୍କର ପ୍ରାଥମିକତା ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହା ବ୍ୟତୀତ ଭାରତ ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧- ୨୨ ବଜେଟ୍‌ରେ ୨୦୨୧ – ୨୨ରୁ ଆରମ୍ଭ ହୋଇ ୫ ବର୍ଷର ଅବଧି ନିମନ୍ତେ ୧.୯୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଗୁଡିକ ଆରମ୍ଭ କରା ଯାଇଛି। ସରକାରଙ୍କ ଦ୍ୱାରା ଲାଗୁ କରା ଯାଇଥିବା ପିଏଲ୍‌ଆଇ ଯୋଜନା ଗୁଡିକରେ ୬୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି। ପିଏଲ୍‌ଆଇ ଯୋଜନା ସମ୍ବନ୍ଧିତ ମନ୍ତ୍ରଣାଳୟ/ବିଭାଗ ଗୁଡିକ ଦ୍ୱାରା ନିର୍ଦ୍ଧାରିତ ସାମଗ୍ରିକ ବିତୀୟ ସୀମା ଭିତରେ କାର୍ଯ୍ୟାନ୍ୱୟନ କରାଯାଇଥାଏ।

ସ୍ୱରୋଜଗାର ସୁବିଧା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଲାଗୁ କରା ଯାଉଛି। ପିଏମ୍‌ଏମ୍‌ୱାଇ ଅଧୀନରେ, ସୂକ୍ଷ୍ମ/ଲଘୁ ବ୍ୟବସାୟ ଉଦ୍ୟୋଗ ଗୁଡିକୁ ଏବଂ ବ୍ୟକ୍ତି ମାନଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ଗୁଡିକୁ ସ୍ଥାପିତ କରିବା ନିମନ୍ତେ କିମ୍ବା ତାହାର ବିସ୍ତାର କରିବା ପାଇଁ ସକ୍ଷମ କରାଇବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ପ୍ରଦାନ କରା ଯାଇଥାଏ।

ସରକାର ୧ ଜୁନ୍‌, ୨୦୨୦ରୁ ପ୍ରଧାନମନ୍ତ୍ରୀ ବୁଲା ବିକାଳିଙ୍କ ପାଇଁ ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି ଯୋଜନା)କୁ ଲାଗୁ କରିଛନ୍ତି, ଫଳରେ ରାସ୍ତା – ଘାଟରେ ବୁଲି ବିକ୍ରି କରୁଥିବା ବ୍ୟକ୍ତି ବିଶେଷ, ଯେଉଁମାନେ କୋଭିଡ୍–୧୯ ମହାମାରୀ ସମୟରେ ପ୍ରତିକୂଳ ରୂପରେ ପ୍ରଭାବିତ ହୋଇ ଥିଲେ, ସେମାନଙ୍କର ବ୍ୟବସାୟ ଗୁଡିକୁ ପୁଣି ଥରେ ଆରମ୍ଭ କରିବା ନିମନ୍ତେ ବନ୍ଧକ ମୁକ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ସୁବିଧା ପାଇ ପାରିବେ।

କୋଭିଡ୍ – ୧୯ ମହାମାରୀ ସମୟରେ ନୂତନ ରୋଜଗାର ସୃଷ୍ଟି ଏବଂ ହରେଇଥିବା ରୋଜଗାରର ପୁନରୁଦ୍ଧାର କରିବା ନିମନ୍ତେ ନିଯୁକ୍ତି ଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧ ଅକ୍ଟୋବର, ୨୦୨୦ରୁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆର୍‌ୱାଇ) ଆରମ୍ଭ କରା ଯାଇଛି। ହିତାଧିକାରୀ ମାନଙ୍କର ପଞ୍ଜୀକରଣର ଅନ୍ତିମ ତାରିଖ ୩୧.୦୩.୨୦୨୨ ଥିଲା। ୧୩.୦୭.୨୦୨୨ ପର୍ଯ୍ୟନ୍ତ ୫୯.୫୪ ଲକ୍ଷ ହିତାଧିକାରୀ ମାନଙ୍କୁ ଲାଭ ପ୍ରଦାନ କରା ଯାଇଛି, ଯେଉଁଥିରେ ୫୩.୨୩ ଲକ୍ଷ ହିତାଧିକାରୀ ନୂତନ ଭାବେ ସାମିଲ୍ ହୋଇଛନ୍ତି।

ଏହି ପଦକ୍ଷେପ ଗୁଡିକ ସମେତ, ସରକାର ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ- ଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ସ୍ମାର୍ଟ ସିଟି ମିଶନ, କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ – ଜିକେୱାଇ), ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରୀ ଆଜୀବିକା ମିଶନ (ଡିଏୱାଇ – ଏନ୍‌ୟୁଏଲ୍‌ଏମ୍‌) ଇତ୍ୟାଦି ମଧ୍ୟ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଉନ୍ମୁଖ ଅଟେ।

ଏହା ସହିତ, ପିଏମ୍ ଗତିଶକ୍ତି ଭାରତ ସରକାରଙ୍କର ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ଅଟେ, ଯାହା ସ୍ୱଚ୍ଛ ଶକ୍ତି ଏବଂ ସମସ୍ତଙ୍କର ପ୍ରୟାସ ଦ୍ୱାରା ସଂଚାଳିତ ହୋଇଥାଏ, ଯେଉଁଥିରେ ସମସ୍ତଙ୍କ ପାଇଁ ବହୁତ ଚାକିରି ଏବଂ ଉଦ୍ୟମଶୀଳତାର ସୁଯୋଗ ମିଳିଥାଏ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମେକ୍‌ ଇନ୍‌ ଇଣ୍ଡିଆ ଲୋକସଭା ସ୍ଥାୟୀ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.