Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୬ କୋଟିରୁ ଅଧିକ ଟଙ୍କାର କାରବାର
ବିଶେଷ ଖବର

ଶେଷ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୬ କୋଟିରୁ ଅଧିକ ଟଙ୍କାର କାରବାର

April 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ୧୬ କୋଟିରୁ ଅଧିକ ଟଙ୍କାର କାରବାର

ଭୁବନେଶ୍ବର: ଗତ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହୋଇଛି। ୩୦ଟି ଫୁଡ଼୍‌ ଷ୍ଟଲ୍‌ରେ ବିିଭିନ୍ନ ପ୍ରକାରର ପାରମ୍ପରିକ ତଥା ସୁସ୍ୱାଦୁ ଆମିଷ ଏବଂ ନିରାମିଷ ଖାଦ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶା ସମେତ ୨୪ଟି ରାଜ୍ୟ ଏହି ମେଳାରେ ଯୋଗଦାନ କରିଛନ୍ତି।

ଚଳିତ ବର୍ଷ ଏହି ମେଳାରେ ପ୍ରାୟ ୧୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାରବାର ହୋଇଛି। ତନ୍ମଧ୍ୟରୁ ହସ୍ତଶିଳ୍ପରେ ପ୍ରାୟ ୬ କୋଟି ୧୮ ଲକ୍ଷ, ହସ୍ତତନ୍ତରେ ୭ କୋଟି ୪୭ ଲକ୍ଷ ତଥା ଫୁଡ୍‌ କୋର୍ଟରେ ପ୍ରାୟ ୨ କୋଟି ୪୭ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ୧୪ ଦିନରେ ୧୯ ଲକ୍ଷରୁ ଊଦ୍ଧ୍ୱର୍ ପରିଦର୍ଶକ ମେଳା ପରିଦର୍ଶନ କରିଛନ୍ତି।

ସଂସ୍କୃତିକ ସଂଧ୍ୟାରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପ ପ୍ରଦ୍ମଶ୍ରୀ ଇଲିଆନ୍‌ ସିତାରିଷ୍ଟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟଶାଳା, କଟକର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଓ ଲୋକନୃତ୍ୟ, ଶ୍ରୀଧରନାଥ ପରମାଣିକ ଲୋକକଳା ପରିଷଦ, ବ୍ରହ୍ମଗିରିର କଳାକାରମାନଙ୍କ ଦ୍ୱାରା ଧୁୁଡ଼ୁକି ପରିବେଷଣ କରାଯାଇଥିଲା କଳାଜୀବୀ, ବରଗଡ଼ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦ୍‌ଯାପନୀ ଦିବସରେ ଜନତା ମଇଦାନରେ ପ୍ରବଳ ଗହଳି ହୋଇଥିଲା। ପରିଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର କିଣାକିଣି କରିବା ସହିତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ। ଆଜି ମେଳା ସରୁଥିବାରୁ ନିଜର ମନପସନ୍ଦର ଜିନିଷସବୁ କିଣାକିଣି କରି ନେବାକୁ ପରିଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଜନତା ମଇଦାନଠାରେ ଅନୁଷ୍ଠିତ ଉଦ୍‌ଯାପନୀ ପର୍ବରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତୋଷାଳି ମେଳାରେ ଯୋଗଦେଇଥିବା ଶିଳ୍ପୀ, କଳାକାର, ବୁଣାକାର, କାରିଗରମାନଙ୍କୁ ଧନ୍ୟବାଦ ଦେଇଥିଲେ।

ତୋଷାଳି ଜାତୀୟ ମେଳା ତୋଷାଳି ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026
Latest News

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.