ପେଟ୍ରୋଲ ଏବଂ ଡିଜେଲକୁ ନେଇ ଯୁକ୍ତି ବାଢିଲେ ମନ୍ତ୍ରୀ, କହିଲେ ମୂଲ୍ୟ ହ୍ରାସ କରିବା ରାଜ୍ୟମାନଙ୍କର ଦାୟିତ୍ଵ

Published: Apr 15, 2022, 1:18 pm IST

ରାୟପୁର: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଗ୍ରାହକଙ୍କୁ ଆଶ୍ଵସ୍ତି ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ହ୍ରାସ କରିବାକୁ କେନ୍ଦ୍ର ସରକାର ନିବେଦନ କରୁଛନ୍ତି। ଦେଶରେ ଅଧିକ ଇନ୍ଧନ ମୂଲ୍ୟକୁ ନେଇ କେନ୍ଦ୍ର ଚାରିଆଡ଼େ ସମାଲୋଚନାର ସମ୍ମୁଖୀନ ହେଉଛି।

ହରଦୀପ ପୁରୀ ଦିନିକିଆ ଗସ୍ତରେ ଛତିଶଗଡର ମହାସମୁନ୍ଦକୁ ଆସିଥିଲେ। ଏହାକୁ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ‘ଆକାଂକ୍ଷା ଜିଲ୍ଲା’ରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଜାତୀୟ ସ୍ତରରେ ପାଳନ କରାଯାଉଥିବା ‘ସୋସିଆଲ୍ ଜଷ୍ଟିସ୍ ଫର୍ଟନାଇଟ୍’ ଅଧୀନରେ ସେ ବିଭିନ୍ନ ସରକାରୀ ଯୋଜନା ସମୀକ୍ଷା କରିବା ପାଇଁ ଏଠାରେ ଉପସ୍ଥିତ ଥିଲେ।

ପୁରୀ କହିଥିଲେ ଯେ, “ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଆମର ପ୍ରୟାସ। ସେଥିପାଇଁ ଗତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରାଯାଇଥିଲା। କେନ୍ଦ୍ର ମଧ୍ୟ ରାଜ୍ୟମାନଙ୍କୁ ଏହା କରିବାକୁ କହିଥିଲେ।

ପୁରୀ କହିଥିଲେ ଯେ, ଛତିଶଗଡରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍ ୨୪ ପ୍ରତିଶତ ରହିଛି। “ଯଦି ଏହାକୁ ୧୦ ପ୍ରତିଶତକୁ ଅଣାଯାଏ, ତେବେ ମୂଲ୍ୟ ସ୍ଵତସ୍ପୃତ ଭାବରେ ହ୍ରାସ ପାଇବ। ଯେତେବେଳେ ବ୍ୟବହାର ବଢୁଛି, ୧୦% ଭ୍ୟାଟ୍ ମଧ୍ୟ ଅଧିକ ଅଟେ।” ସେ କହିଛନ୍ତି ଯେ, “ମୁଁ ଅର୍ଥମନ୍ତ୍ରୀ ନୁହଁ କି ଆନ୍ତର୍ଜାତୀୟ ମୂଲ୍ୟକୁ ନିୟନ୍ତ୍ରଣ କରୁ ନାହିଁ। ବର୍ତ୍ତମାନ ଆମର ଦାୟିତ୍ଵ ହେଉଛି ଯେ କେନ୍ଦ୍ର ସରକାର ଏହାର ଦାୟିତ୍ଵ ପୂରଣ କରିବେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରାଯାଉଛି।” ପୁରୀ ଉଲ୍ଲେଖ କରିଛନ୍ତି ଯେ, ବିଜେପି ଶାସିତ ସମସ୍ତ ରାଜ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି।

Related posts